ଯୋଡ଼ି ହେଲା ବାଙ୍କୀ ମୁହାଣ: ଆକର୍ଷଣୀୟ ହେବ ପରିତ୍ୟକ୍ତ ବେଳାଭୂମି

ଯୋଡ଼ି ହେଲା ବାଙ୍କୀ ମୁହାଣ

ପୁରୀ : ଶହଶହ ବର୍ଷ ପରେ ପୁରୀର ବାଙ୍କୀ ମୁହାଣ ଓ ଗୋଲଡେନ ବିଚ୍‌କୁ ଭାଗ ଭାଗ କରି ରଖିଥିବା ବାଙ୍କୀ ମୁହାଣ ‌ବେଳାଭୂମିକୁ ଯୋଡ଼ି ଦିଆଯାଇଛି। ଦୁଇ ବେଳାଭୂମି ମଧ୍ୟରେ ରହିଥିବା ଜଳାଧାର ମଧ୍ୟରେ ଏକ ସା‌ଇଫନ (ପୋଲ) ନିର୍ମାଣ କରା‌ଯାଇଛି। ଫଳରେ, ମହାପ୍ରଭୁଙ୍କ ଦାରୁ ଲାଗିଥିବା ପବିତ୍ର ବାଙ୍କୀ ମୁହାଣ ପୁଣିଥରେ ହସିବ। ଏହି ପବିତ୍ରସ୍ଥଳ ପର୍ଯ୍ୟଟନ ଓ ସଂସ୍କୃତିର ପ୍ରାଣକେନ୍ଦ୍ରରେ ପରିଣତ ହେବ। ଗତ ୨୪ ତାରିଖ ଦିନ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏଠାକୁ ଗସ୍ତରେ ଆସି ପୁରୀର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଫଳରେ, ପୁରୀକୁ ନେଇ ନୂଆ ଆଶା ସଞ୍ଚାର ହୋଇଥିଲା। ବିଶେଷକରି, ପୁରୀର ବେଳାଭୂମି ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା। ତଦନୁଯାୟୀ ବାଙ୍କୀ ମୁହାଣ ଓ ଗୋଲଡେନ ବିଚକୁ ଭାଗ ଭାଗ କରି ରଖିଥିବା ବାଙ୍କୀ ମୁହାଣ ‌ବେଳାଭୂମିକୁ ଯୋଡ଼ି ଦିଆଯାଇଛି। ଦୁଇ ବେଳାଭୂମି ମଧ୍ୟରେ ରହିଥିବା ଜଳାଧାର ମଧ୍ୟରେ ଏକ ସା‌ଇଫନ ନିର୍ମାଣ (ପୋଲ) ନିର୍ମାଣ କରା‌ଯାଇଛି। ତ‌ଳେ ପାଇପ୍‌ରେ ଜଳ ନିଷ୍କାସନ କରାଯାଉଛି। ଫଳରେ ଦୁଇ ବେଳାଭୂମି ମଧ୍ୟ‌ରେ ଥିବା ଦୂରତ୍ବ ହ୍ରାସ ପାଇଛି। ପର୍ଯ୍ୟଟକଙ୍କୁ ଏଣିକି ଆଉ ବୁଲିକରି ଆସିବାକୁ ପଡ଼ିବନାହିଁ। ସେହିବା‌ଟ ଦେଇ ସଂପୂର୍ଣ୍ଣ ବେଳାଭୂମି ବୁଲିପାରିବେ। ଅନ୍ୟପଟେ ଏହି ବେଳାଭୂମିକୁ ଅଧିକ ଆକର୍ଷଣୀୟ କରାଯିବ। ଏଠାରେ ଥିବା ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍‌କୁ ବ୍ୟବସ୍ଥିତ କରାଯିବ। ଯେଉଁ ସ୍ଥାନରେ ମହାପ୍ରଭୁଙ୍କ ଦାରୁ ଲାଗିଥିଲା ତା’ର ପବିତ୍ରତା ରକ୍ଷା କରାଯିବ। ଏଠାରେ ନିର୍ମିତ ବ‌ାଙ୍କୀ ମୁହାଣ ହୃଦୟପାର୍କର କିଭଳି ସଫଳ ଉପଯୋଗ ହୋଇପାରିବ ସେ ନେଇ ମଧ୍ୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଷ୍ଟର୍ଲିଂ ଠାରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବେଳାଭୂମିର ବିକାଶ ହେବ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଉଦ୍ୟମରେ ପୁରୀ ବେଳାଭୂମି ଏକ ନୂଆ ରୂପ ନେବାକୁ ଯାଉଛି। ମୋ ବିଚ୍, ‌ବିଚ୍ ପରିଚାଳାନ କମିଟି ଓ ମୋ ଧାମ ଓ ମୋ ଗର୍ବ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବେଳାଭୂମିର ବିକାଶ କରାଯାଉଛି। ବ୍ଲିୟୁ ଫ୍ଲାଗ୍ ବେଳାଭୂମିର ମଧ୍ୟ ବିକାଶ କରାଯାଇଛି। ବେଳାଭୂମିରେ ଉଠା ଦୋକାନୀମାନଙ୍କୁ ବ୍ୟବସ୍ଥିତ କରିବାକୁ ମଧ୍ୟ ଯୋଜନା କରାଯାଉଛି।

Share Now:

Kalinga News Beuro

Next Post

ନଭେମ୍ବର ତୃତୀୟ ସପ୍ତାହରେ ହୋଇପାରେ ବିଧାନସଭା ଶୀତ ଅଧିବେଶନ

Thu Oct 29 , 2020
ଭୁବନେଶ୍ୱର : ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରେ ବିଧାନସଭାର ଶୀତ ଅଧିବେଶନ ବସିବ। ଅତି ବିଶ୍ବସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି। ତେବେ ଏଥର ବି କୋଭିଡ୍ କଟକଣା ଭିତରେ ବୈଠକ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ଏବେ ବି କରୋନା ପ୍ରଭାବ ରହିଛି। ଏଣୁ ଗତ ଅଧିବେଶନର ସମାନ ନିୟମ ଆସନ୍ତା ଅଧିବେଶନରେ ପାଳନ କରାଯିବ। ଏ […]
ବିଧାନସଭା ଶୀତ ଅଧିବେଶନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial