ଦୀର୍ଘ ୯ ମାସ ପରେ ଖୋଲିଲା ଭଦ୍ରକାଳୀ ମନ୍ଦିର: ମା’ଙ୍କୁ ଦର୍ଶନ କରି ଭକ୍ତ ବିଭୋର

୯ ମାସ ପରେ ଖୋଲିଲା ଭଦ୍ରକାଳୀ ମନ୍ଦିର

ଭଦ୍ରକ: ଦୀର୍ଘ ୯ ମାସର ବ୍ୟବଧାନ ପରେ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରର ତାଲା ଖୋଲିଛି। ଭଦ୍ରକର ଆଖଣ୍ଡଳମଣିଙ୍କ ସମେତ ଆରାଧ୍ୟଦେବୀ ଭଦ୍ରକାଳୀଙ୍କ ମନ୍ଦିର ଖୋଲିଛି। ମାସ ମାସ ଧରି ବ୍ୟାକୁଳ ଭାବେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ଗତକାଲି ମା’ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଛୁଟି ଆସିଛନ୍ତି। କୋଭିଡ କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରାଯିବାର ବ୍ୟବସ୍ଥା ରହିଛି। ଦୀର୍ଘ ଦିନ ପରେ ମନ୍ଦିର ଖୋଲୁଥିବାରୁ, ସକାଳୁ ସକାଳୁ କେଉଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୀଠକୁ ଛୁଟି ଆସିଛନ୍ତି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ମା’ଙ୍କୁ ଦର୍ଶନ କରିବେ, ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ପ୍ରଶାସନର ସମସ୍ତ ପ୍ରକାରର କୋଭିଡ କଟକଣା ପାଳନ କରି ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି।

Share Now:

Kalinga News Beuro

Next Post

ବଣ୍ଡାଘାଟିରେ ଜିଲ୍ଲାପାଳ: ସରକାରଙ୍କ ଯୋଜନାରୁ ବଞ୍ଚିତ ହେବେନି ବଣ୍ଡା ଜନଜାତି

Mon Jan 4 , 2021
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିର ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଛନ୍ତି ନୂତନ ଜିଲ୍ଲପାଳ ୱାଇ.ବିଜୟ। ବଣ୍ଡାଘାଟିରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଥିଲେ ଜିଲ୍ଲାପାଳ। ଏହି ଗସ୍ତବେଳେ ଜିଲ୍ଲାପାଳଙ୍କ ସହ ପିଡି ଡିଆରଡିଏ ବାଳମୁକୁନ୍ଦ ଭୁୟାଁ,ପିଏ ଆଇଟିଡିଏ କ୍ଷୀରବ୍ଧି ବେହେରା, ଖଇରପୁଟ ବିଡିଓ ହୃଦରଞ୍ଜନ ସାହୁ, ବଣ୍ଡା ଉନ୍ନୟନ ସଂସ୍ଥାର ପ୍ରୋଜେକ୍ଟ ଲିଡର ଦେବେନ୍ଦ୍ର ମୋହରୀ, ମୁଦୁଲିପଡା ସରପଞ୍ଚ ଜ୍ୟୋତ୍ସ୍ନାରାଣୀ […]
ବଣ୍ଡାଘାଟିରେ ଜିଲ୍ଲାପାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial