ନଭେମ୍ବର ତୃତୀୟ ସପ୍ତାହରେ ହୋଇପାରେ ବିଧାନସଭା ଶୀତ ଅଧିବେଶନ

ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରେ ବିଧାନସଭାର ଶୀତ ଅଧିବେଶନ ବସିବ। ଅତି ବିଶ୍ବସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି। ତେବେ ଏଥର ବି କୋଭିଡ୍ କଟକଣା ଭିତରେ ବୈଠକ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ଏବେ ବି କରୋନା ପ୍ରଭାବ ରହିଛି। ଏଣୁ ଗତ ଅଧିବେଶନର ସମାନ ନିୟମ ଆସନ୍ତା ଅଧିବେଶନରେ ପାଳନ କରାଯିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଅନୁସାରେ ବର୍ଷକୁ ୬୦ଦିନ ବୈଠକ ନିଶ୍ଚିତ ବସିବ। ଚଳିତବର୍ଷ ଏଯାଏ ମୋଟ ୨୦ଟି ବୈଠକ ଅନୁଷ୍ଠିତ ହୋଇଛି ଓ ମୋଟ ୪୦ଟି ବୈଠକ ବାକି ରହିଛି। ଏଣୁ ବିଧାନସଭା ଅଧିବେଶନ ନଭେମ୍ବର ତୃତୀୟ ସପ୍ତାହରେ ଆରମ୍ଭ ହେବା ନିଶ୍ଚିତ ହୋଇପଡ଼ିଛି। ନଭେମ୍ବର ୧୫ ତାରିଖରୁ ୧୯ ତାରିଖ ମଧ୍ୟରେ ଯେ ଅଧିବେଶନ କରିବା ଲାଗି କସରତ ଚାଲିଛି। ଏଯାଏ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦିଆଯାଇନାହିଁ। ତେବେ ଏହି ସପ୍ତାହରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

Share Now:

Kalinga News Beuro

Next Post

ଜିଲ୍ଲା ପ୍ରଶାସନ ଘରୋଇ ସଂସ୍ଥାକୁ ବିକିଦେଲେ ହାତୀବାସିନୀ ପାହାଡ଼

Thu Oct 29 , 2020
ଡେକୋରେଟିଭ ଷ୍ଟୋନ ଖନନ ପାଇଁ ନୀଳାଚଳ ଗ୍ରାନାଇଟକୁ ୪୯ ଏକର ଲିଜ କଟକ : ବର୍ଷ ବର୍ଷର ଐତିହାସିକ ହାତୀବାସିନୀ ପାହାଡ଼(ଗ୍ରାମ୍ୟ ଜଙ୍ଗଲ)କୁ ଶେଷରେ ଖନନ ପାଇଁ ଘରୋଇ ସଂସ୍ଥାକୁ ଟେକି ଦେଇଛି ପ୍ରଶାସନ। ଡେକୋରେଟିଭ ଷ୍ଟୋନ ଖନନ ନାଁରେ ନୀଳାଚଳ ଗ୍ରାନାଇଟ ପ୍ରାଇଭେଟ ଲିମିଟେଡ଼କୁ ନରସିଂହପୁର ବ୍ଲକର ସାଗର ଗ୍ରାମର ୪୯ ଏକର ଅଞ୍ଚଳକୁ ପ୍ରଶାସନ ଲିଜ ପାଇଁ ଅନୁମତି ଦେବା ପରେ ଏହାକୁ ବିରୋଧ କରିଛନ୍ତି ସାଗର […]
ଘରୋଇ ସଂସ୍ଥାକୁ ଟେକିଦେଲେ ହାତୀବାସିନୀ ପାହାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial