ଭୁବନେଶ୍ୱର: ଆଜି ଧନୁ ସଂକ୍ରାନ୍ତିରେ ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଲିଙ୍ଗରାଜଙ୍କ ପାଖରେ ପହିଲି ଭୋଗ ହେବ ଧନୁମୁଆଁ। ବଳକା ୧୧ ମାସ ସୁଖିଲି ଭୋଗ ଭାବେ କୋରାଖଇ ପୂଜା ହୋଇଥାଏ। କେବଳ ପୁଷ ମାସରୁ ମାଘ ମାସ ପର୍ଯ୍ୟନ୍ତ ଏହି ଧନୁମୁହାଁ ଲିଙ୍ଗରାଜଙ୍କ ପାଖରେ ଭୋଗ ହୁଏ। ଆଜି ପବିତ୍ର ଦିନ ଥିବାରୁ ଲିଙ୍ଗରାଜ ମନ୍ଦିରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଧନୁରେ ବ୍ୟବହୃତ ସାମଗ୍ରୀ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ। ଆଉ ପୁଷ ମାସରୁ ମାଘ ମାସ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହୁଏ। ଏଥିପାଇଁ ଧନୁମୁଆଁକୁ ପ୍ରଭୁଙ୍କ ପାଖରେ ଭୋଗ କରାଯାଏ। ସେହିଭଳି ଏହି ସଂକ୍ରାନ୍ତିର ଆଉ ଏକ ବିଶେଷତ୍ଵ ରହିଛି। ଏହି ମାସରେ ଘରର ମା ଆଉ ଝିଅମାନେ ନିଜ ନିଜ ଘରକୁ ବୁଲିବାକୁ ଯାଇଥାନ୍ତି। ଏଣୁ ସକାଳୁ ସକାଳୁ ଘରକୁ ଯିବା ପୂର୍ବରୁ ସମସ୍ତଙ୍କ ପାଇଁ ଖାଇବା ପ୍ରସ୍ତୁତ କରି ଯାଆନ୍ତି। ଆଜି ଠାରୁ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ସକାଳେ ଖେଚୁଡ଼ି ଭୋଗ ମଧ୍ୟ ହୋଇଥାଏ।
ଆଜି ଧନୁ ସଂକ୍ରାନ୍ତି ନିମନ୍ତେ ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

Share Now: