ଓଡ଼ିଶୀରେ ମାଟିର କଥା, ସରିଲା ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’

ସଚ୍ଚି ଦାସ, ଲିଙ୍ଗରାଜ ବେହେରାଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’

ଭୁବନେଶ୍ୱର: ‘ସୃଜନ’ ପକ୍ଷରୁ ଆୟୋଜିତ ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିମ ସଂଧ୍ୟା। ଚଳିତ ବର୍ଷ ନାଟ୍ୟ ନିର୍ଦେଶକ ସଚ୍ଚି ଦାସ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟରେ ସୋନାଲି ମହାପାତ୍ର, ସୁବିକାଶ ମୁଖାର୍ଜୀ, କଥକ ନୃତ୍ୟରେ ସ୍ୱାତୀ ସିହ୍ନା ଏବଂ ଓଡ଼ିଶୀ ସଙ୍ଗୀତରେ ରୋହନ ସୁରେଶ ଢାଲେଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ଉଦ୍‌ଯାପନୀ ସଂଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ କର୍ମ ଜୀବନୀକୁ ନେଇ ଫଟୋ ସମ୍ବଳିତ ପୁସ୍ତକ ‘ଡ୍ୟାନସିଂ ଇନଟୁ ଇଟର୍‌ନିଟି’ ଉନୋ୍ମଚିତ ହୋଇଥିଲା। ଉତ୍ସବରରେ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଅଭିନେତ୍ରୀ ହେମାମାଳିନୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଥିଲେ।

‘ସୃଜନ’ର ଶିଳ୍ପୀମାନେ ପ୍ରାରମ୍ଭରେ ପ୍ରସ୍ତୁତ କରିଥିଲେ କିରଓ୍ଵାନୀ ମଧୁରିମା। ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର। ଗୀତ ଅନୁବାଦ କରିଥିଲେ ନିତ୍ୟାନନ୍ଦ ମିଶ୍ର। ଅନ୍ତିମ ପ୍ରସ୍ତୁତି ଥିଲା ଓଡ଼ିଶୀ ନୃତ୍ୟାଭିନୟ ‘ମାଟି’। ଓଡ଼ିଆ କବି ରାଧାମୋହନ ଗଡ଼ନାୟକଙ୍କ କବିତାରୁ ଉଦ୍ଧୃତ କଥାବସ୍ତୁକୁ ନୃତ୍ୟରେ ଭେଟି ଦେଇଥିଲେ ଶିଳ୍ପୀବୃନ୍ଦ। ଲକ୍ଷ୍ମୀକାନ୍ତ ପାଳିତ ସଙ୍ଗୀତ ସଂଯୋଜନା କହିଥିବା ବେଳେ ଜୟଦେବ ଦାସ ଆଲେଖ୍ୟ ଏବଂ ନିତ୍ୟାନନ୍ଦ ମିଶ୍ର ଗୀତ ରଚନା କରିଥିଲେ। ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ ଏବଂ ଦେବୀପ୍ରସାଦ ମିଶ୍ର।

Share Now:

Kalinga News Beuro

Leave a Reply

Next Post

ଗତ ସାଢ଼େ ତିନି ବର୍ଷରେ ଚଳନ୍ତା ଟ୍ରେନ୍‌ଗୁଡ଼ିକରେ ୫୫, ୦୦୦ରୁ ଊର୍ଦ୍ଧ୍ୱ ଚୋରି ହୋଇଛି

Mon Sep 10 , 2018
ନୂଆଦିଲ୍ଲୀ: ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଚଳନ୍ତା ଟ୍ରେନ୍‌ଗୁଡ଼ିକରେ ସମୁଦାୟ ୫୫, ୩୬୯ ଚୋରି ଓ ୧, ୫୭୦ ଲୁଟ ଘଟନା ଘଟିଥିବା କଥା ରବିବାର ଦିନ ଅଧିକାରୀମାନେ କହିଛନ୍ତି। ଭାରତୀୟ ରେଳବାଇ ଦ୍ୱାରା ସଂଗୃହୀତ ତଥ୍ୟାନୁସାରେ, ଏ ବର୍ଷ ଜାନୁଆରିରୁ ଜୁନ୍‌ ମଧ୍ୟରେ ୯, ୨୨୨ଟି ଯାତ୍ରୀମାନଙ୍କର ଜିନିଷପତ୍ର ଚୋରି ଘଟନା ପଞ୍ଜିକୃତ ହୋଇଛି। ଏହି ସମୟ ମଧ୍ୟରେ ସମୁଦାୟ ୧, ୩୭୮ ଜଣ ଲୋକଙ୍କୁ ଗିରଫ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial