ଆଣ୍ଟାର୍କଟିକା ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଭିନ୍‌ସନ୍‌ରେ ସିଦ୍ଧାର୍ଥ

ଆଣ୍ଟାର୍କଟିକାରେ ସିଦ୍ଧାର୍ଥ

ପୁରୁଣା ଭୁବନେଶ୍ୱର: ସେଭେନ୍‌ଥ ସମିଟ୍‌ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଥିବା ସିଦ୍ଧାର୍ଥ ରାଉତରାୟ ଆଣ୍ଟାର୍କଟିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଭିନ୍‌ସନ୍‌ ଶୀର୍ଷରେ ପହଞ୍ଚିଛନ୍ତି। ସେଠାରେ ସେ ତ୍ରିରଙ୍ଗା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ପତାକା ଉଡ଼ାଇଛନ୍ତି। ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ପ୍ରକାଶଯୋଗ୍ୟ, ଏହି ଗିରିଶୃଙ୍ଗ ଚଢ଼ିବାରେ ସିଦ୍ଧାର୍ଥ ହେଉଛନ୍ତି ପ୍ରଥମ ଓଡ଼ିଆ ଯୁବକ। ପୂର୍ବରୁ ସେ ଚାରିଟି ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଚଢ଼ି ସାରିଛନ୍ତି।
ଡିସେମ୍ବର ୧୭ ତାରିଖରେ ସେ ଏହି ଗିରିଶୃଙ୍ଗ ଚଢ଼ିବା ଆରମ୍ଭ କରିଥିଲେ ଏବଂ ଗତକାଲି ରାତି ୨ଟାରେ ସେ ସେଠାରେ ପହଞ୍ଚି ‌ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିଛନ୍ତି। ବିଧାୟକ ଶ୍ରୀ ରାଉତରାୟ ସିଦ୍ଧାର୍ଥଙ୍କ ଏହି ସଫଳତା ପାଇଁ ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଇଛନ୍ତି। ଲୋକମାନଙ୍କ ଆଶୀର୍ବାଦ, ସାଙ୍ଗ ସାଥୀଙ୍କ ସ୍ନେହ, ସଦିଚ୍ଛା ପାଇଁ ସିଦ୍ଧାର୍ଥ ଏହି ସଫଳତା ହାସଲ କରିପାରିଛି ବୋଲି ସେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share Now:

Kalinga News Beuro

Next Post

ଧାନମଣ୍ଡିରେ ସେଲସ୍‌ମ୍ୟାନ୍‌ଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ

Fri Jan 13 , 2023
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଧାନମଣ୍ଡି ଭିତରେ ପଶି ତିନି ଜଣ ନକ୍ସଲ ଅତି ନିର୍ମମ ଭାବେ ଜଣେ ସେଲସ୍‌ମ୍ୟାନ୍‌ଙ୍କୁ ହତ୍ୟା କରିଛନ୍ତି। ଆଜି ସକାଳେ ବିଜାପୁର ଜିଲ୍ଲାର ଉସୁର ଗ୍ରାମରେ ମଣ୍ଡି ଚାଲିଥିଲା। ମଣ୍ଡିରେ ଚାଷୀ ସମେତ ଲ୍ୟାମ୍ପସ କର୍ମଚାରୀ ଏବଂ ସେଲସ୍‌ମ୍ୟାନ୍‌ ଉପସ୍ଥିତ ଥିଲେ। ହଠାତ୍ ତିନି ଜଣ ସଶସ୍ତ୍ର ନକ୍ସଲ ମଣ୍ଡି ଭିତରେ ପଶିଥିଲେ। ସେଲସ୍‌ମ୍ୟାନ୍‌ଙ୍କୁ ଧରି ଟାଙ୍ଗିଆ ଏବଂ କୁରାଢ଼ିରେ ଅତି ନିର୍ମମ […]
ଧାନମଣ୍ଡିରେ ପଶି ସେଲସ୍‌ମ୍ୟାନ୍‌ଙ୍କୁ ହତ୍ୟା କଲେ ନକ୍ସଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial