କେରଳ ଛୁଇଁଲା ମୌସୁମୀ : ପାଣିପାଗ ବିଭାଗ

କେରଳରେ ପହଞ୍ଚିଲା ମୌସୁମୀ

ରଜ ବେଳକୁ ଓଡ଼ିଶାରେ ପହଞ୍ଚିବ

ନୂଆଦିଲ୍ଲୀ: କେରଳ ଆକାଶକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ କରିଥିବା କଥା ଆଜି ପାଣିପାଗ ବିଭାଗ ସୁନିଶ୍ଚିତ କରିଛି। ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ କହିଛି, କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଛି। ସବିଶେଷ ବିବରଣୀ ଅବିଳମ୍ବେ ପ୍ରେସ୍‌ ରିଲିଜ୍‌ରେ ଜାରି କରାଯିବ। ସୂଚନାଯୋଗ୍ୟ, କେରଳକୁ ମୌସୁମୀ ପ୍ରବାହ ଆଗମନ ହେଉଛି ସମଗ୍ର ଦେଶରେ ୪ ମାସ ଧରି ବର୍ଷାଋତୁର ଆରମ୍ଭ। ସାଧାରଣତଃ ଜୁନ୍‌ ୧ ତାରିଖ ଦିନ କେରଳକୁ ମୌସୁମୀ ବାୟୁ ଆଗମନ ହୋଇଥାଏ। କିନ୍ତୁ, ଏଥର ଦୁଇ ଦିନ ବିଳମ୍ବ ଘଟିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, କେରଳର ଦକ୍ଷିଣ ପ୍ରାନ୍ତରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇଛି।

ଏ ବର୍ଷ ରଜ ବେଳକୁ ଓଡ଼ିଶାରେ ମୌସୁମୀ ବାୟୁ ଆସିବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ପରେ ଏହା ସ୍ପଷ୍ଚ ହୋଇଯାଇଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ। ଏଣୁ ସ୍ବାଭାବିକ ଭାବେ ଜୁନ ୧ରେ ମୌସୁମୀ କେରଳ ଛୁଇଁଲେ ଓଡ଼ିଶାରେ ଜୁନ ୧୦ରୁ ୧୨ ମଧ୍ୟରେ ମୌସୁମୀ ଆସିଥାଏ। ତେବେ ଏବର୍ଷ ମୌସୁମୀ ୨ ଦିନ ବିଳମ୍ବରେ କେରଳ ଛୁଇଁଥିବାରୁ ଓଡ଼ିଶାକୁ ମଧ୍ୟ ୨ ରୁ ୩ ଦିନ ବିଳମ୍ବ ଅର୍ଥାତ ଜୁନ ୧୪-୧୫ ଆଡ଼କୁ ମୌସୁମୀ ଆସିପାରେ। ସେହିପରି ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ମୌସୁମୀକୁ ଆହୁରି ସକ୍ରିୟ କରିବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏ ବର୍ଷ ମୌସୁମୀ ବର୍ଷା ପରିମାଣ ସ୍ବାଭାବିକ ରହିବ। ତେବେ କେନ୍ଦ୍ରୀୟ ଭାରତ, ଉତ୍ତର-ପୂର୍ବ ଭାରତ ଓ ଦକ୍ଷିଣ ଭାରତରେ ଏଥର ସ୍ବାଭାବିକ କିମ୍ବା ଅଧିକ ବର୍ଷା ହେବ। କିନ୍ତୁ ଉତ୍ତର-ପୂର୍ବ ଓ ଉତ୍ତର ଭାରତରେ ସ୍ବାଭାବିକଠାରୁ କମ ବର୍ଷା ହେବ।

Share Now:

Kalinga News Beuro

Next Post

ନବୀନ ନିବାସ ସମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

Thu Jun 3 , 2021
ବନ୍ଧୁକ ମୁନରେ ଡରାଇ ରଖିଥିଲା ସ୍ବାମୀ ପୁରୁଣା ଭୁବନେଶ୍ବର : ସ୍ବାମୀଙ୍କ ନିର୍ଯାତନା ଅସହ୍ୟ ହେବା ଓ ଖଣ୍ଡଗିରି ଥାନା ତାଙ୍କ ଅଭିଯୋଗ ନଶୁଣିବା ପ୍ରତିବାଦରେ ବୁଧବାର ଜଣେ ମହିଳା ନବୀନ ନିବାସ ସମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେ ହେଲେ ଖଣ୍ଡଗିରି ଥାନା ବାହାଦଲପୁରସ୍ଥିତ ଶ୍ରାବଣୀ ଆପାର୍ଟମେଣ୍ଟରେ ରହୁଥିବା ଲୋପାମୁଦ୍ରା ପାତ୍ର(୨୪)। ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ଏୟାରଫିଲ୍‌ଡ ଥାନାକୁ ହସ୍ତାନ୍ତର କରିବା ପରେ ତାଙ୍କୁ ପୁଣି […]
ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial