ନବୀନ ନିବାସ ସମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବନ୍ଧୁକ ମୁନରେ ଡରାଇ ରଖିଥିଲା ସ୍ବାମୀ

ପୁରୁଣା ଭୁବନେଶ୍ବର : ସ୍ବାମୀଙ୍କ ନିର୍ଯାତନା ଅସହ୍ୟ ହେବା ଓ ଖଣ୍ଡଗିରି ଥାନା ତାଙ୍କ ଅଭିଯୋଗ ନଶୁଣିବା ପ୍ରତିବାଦରେ ବୁଧବାର ଜଣେ ମହିଳା ନବୀନ ନିବାସ ସମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେ ହେଲେ ଖଣ୍ଡଗିରି ଥାନା ବାହାଦଲପୁରସ୍ଥିତ ଶ୍ରାବଣୀ ଆପାର୍ଟମେଣ୍ଟରେ ରହୁଥିବା ଲୋପାମୁଦ୍ରା ପାତ୍ର(୨୪)। ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ଏୟାରଫିଲ୍‌ଡ ଥାନାକୁ ହସ୍ତାନ୍ତର କରିବା ପରେ ତାଙ୍କୁ ପୁଣି ଖଣ୍ଡଗିରି ଥାନାକୁ ପଠାଇ ଦିଆଯାଇଥିଲା। ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ଉପଯୁକ୍ତ ନ୍ୟାୟ ଦେବ ବୋଲି କହିଥିବା ସୂଚନା ମିଳିଛି। ଲୋପାମୁଦ୍ରାଙ୍କ ଅଭିଯୋଗ ଅନୁଯାୟୀ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପିଢ଼ପାଟଣା ଗାଁର ସୁଶାନ୍ତ କୁମାର ପାତ୍ରଙ୍କୁ ସେ ବିବାହ କରିଥିଲେ ଓ ସ୍ବାମୀଙ୍କ ସହ ଶ୍ରାବଣୀ ଆପାର୍ଟମେଣ୍ଟରେ ରହୁଥିଲେ। ପୂର୍ବରୁ ସେ ବିବାହିତ ଥିଲେ ଓ ପ୍ରଥମ ସ୍ତ୍ରୀ ଗାଁରେ ରହୁଥିଲେ। ପରେ ସେ ଜାଣିବାକୁ ପାଇଥିଲେ ସେ ସୁଶାନ୍ତ ୪ଜଣଙ୍କୁ ବିବାହ କରିଛନ୍ତି। ସୁଶାନ୍ତ ତାଙ୍କୁ ବନ୍ଧୁକ ଦେଖାଇ ଡରାଇ ରଖିଥିବାରୁ ସେ କିଛି କହି ପାରୁନଥିଲେ। କିନ୍ତୁ ଏବେ ସେ ତାଙ୍କର ସବୁ ଗହଣା ଛଡ଼ାଇ ନେଇଛନ୍ତି ଓ ତାଙ୍କୁ ନାନା କଷ୍ଟ ଦେଉଛନ୍ତି। ତେଣୁ ସେ ପ୍ରଥମେ ଖଣ୍ଡଗିରି ଥାନାରେ ଜଣାଇଥିଲେ। ମାତ୍ର ଥାନା କିଛି ବି ପଦକ୍ଷେପ ଗ୍ରହଣ ନକରିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମୁଖରେ ଆତ୍ମାହୁତି ଦେବାକୁ ସ୍ଥିର କରିଥିଲେ। ଲୋପାମୁଦ୍ରାଙ୍କ କହିବା ଅନୁସାରେ ସୁଶାନ୍ତ ଖୋର୍ଦ୍ଧା ଅଞ୍ଚଳର ଏକ ପୋଷ୍ଟ ଅଫିସ୍‌ରେ କାମ କରନ୍ତି। ସେ ସାଇବର ଠକେଇ କରି ବହୁ ଲୋକଙ୍କୁ ଠକିଥିବା ପ୍ରମାଣ ତାଙ୍କ ପାଖରେ ରହିଛି। ତେଣୁ ପୁଲିସ ପ୍ରକୃତ ତଦନ୍ତ କଲେ, ଜଣେ ସାଇବର ଠକ ଉପଯୁକ୍ତ ଶାସ୍ତି ପାଇବା ସହ ତାଙ୍କୁ ନ୍ୟାୟ ମିଳିବ ବୋଲି ଲୋପାମୁଦ୍ରା କହିଛନ୍ତି।

Share Now:

Kalinga News Beuro

Next Post

ଜରାଜୀର୍ଣ୍ଣ ଅବସ୍ଥାରେ କାଳୀଗାଡ଼ିଆ ଓ କପିଳେଶ୍ବର ମଶାଣି

Thu Jun 3 , 2021
ଭୁବନେଶ୍ବର: ରାଜଧାନୀର ସତ୍ୟନଗର ଶ୍ମଶାନରେ କରୋନା ମୃତକଙ୍କ ଶବଦାହ ହେଉଥିବାରୁ ଏହା ଉପରେ ଅଧିକ ଚାପ ପଡ଼ୁଛି। ଫଳରେ ବିଭିନ୍ନ ଅଞ୍ଚଳରେ ଅଣକୋଭିଡ୍‌ରେ ମୃତ୍ୟୁବରଣ କରୁଥିବା ଲୋକଙ୍କର ସ୍ଥାନୀୟ ଶ୍ମଶାନରେ ଶବଦାହ କରାଯାଉଛି। କିନ୍ତୁ ବର୍ତ୍ତମାନ ରାଜଧାନୀ ବିଭିନ୍ନ ସ୍ଥାନରେ ଥିବା ଛୋଟ ଛୋଟ ମଶାଣିର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି। ବିଏମସି ଅଧୀନରେ ଥିବା ଏହି ମଶାଣି ଗୁଡ଼ିକରେ କେଉଁଠି ପାଣିର ସୁବିଧା ନାହିଁ ତ’ ଆଉ କେଉଁଠି ଆଲୋକ […]
ଜରାଜୀର୍ଣ୍ଣ ଅବସ୍ଥାରେ କାଳୀଗାଡ଼ିଆ ଓ କପିଳେଶ୍ବର ମଶାଣି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial