କଙ୍ଗନାଙ୍କୁ ଚେତାବନୀ ଦେଲେ ମୁମ୍ବାଇ ଅଦାଲତ: ହାଜର ନହେଲେ ଜାରି ହେବ ଜାମିନଯୁକ୍ତ ଗିରଫ ପରୱାନା

କଙ୍ଗନା ରାନାୱତଙ୍କୁ ଚେତାବନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଚେତାବନୀ। ବାରମ୍ବାର କହିବା ସତ୍ୱେ କଙ୍ଗନା କୋର୍ଟରେ ହାଜର ହେଉନଥିବାରୁ ଆଜି ଅନ୍ଧେରୀର ମେଟ୍ରୋପୋଲିଟାନ୍‌ ମାଜିଷ୍ଟ୍ରେଟ କଙ୍ଗନା ରାନାୱତଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାର ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ହେବାକୁ କଙ୍ଗନାଙ୍କୁ ଶେଷ ସୁଯୋଗ ଦିଆଯାଇଛି। ହାଜର ନହେଲେ ଅଭିନେତ୍ରୀଙ୍କ ବିରୋଧରେ ଜାମିନଯୁକ୍ତ ଗିରଫ ପରୱାନା ଜାରି କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ କଙ୍ଗନାଙ୍କ ପାଇଁ ହାଜର ହୋଇଥିବା ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, କଙ୍ଗନା ଦେଶରେ ନାହାଁନ୍ତି ତେଣୁ ଆଜି ଶୁଣାଣି ସମୟରେ ସେ ଉପସ୍ଥିତ ରହିବେ ନାହିଁ। ଏହା ସହ କଙ୍ଗନା କୋର୍ଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାରୁ ମୁକ୍ତି ଚାହୁଁଛନ୍ତି ବୋଲି କହିଥିଲେ କଙ୍ଗନାଙ୍କ ଓକିଲ। ଏହା ଶୁଣି ଜାଭେଦ ଅଖତରଙ୍କ ଓକିଲ ଜୟ ଭରଦ୍ୱାଜ ଏହାକୁ ବିରୋଧ କରିଥିଲେ ଏବଂ କଙ୍ଗନା ଆଗାମୀ ଶୁଣାଣିରେ ହାଜର ନହେଲେ ତାଙ୍କ ବିରୋଧରେ ଜାମିନଯୁକ୍ତ ଗିରଫ ପରୱାନା ଜାରି କରିବାକୁ କହିଥିଲେ। ମହାମାରୀ ସମୟରେ ଉଭୟ ପକ୍ଷର ଶୁଣାଣି ପରେ ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଆର.ଆର ଖାନ କହିଛନ୍ତି ଯେ, ଯଦି କଙ୍ଗନା ଆଗାମୀ ତାରିଖରେ ଉପସ୍ଥିତ ରହିବାକୁ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଜାମିନଯୁକ୍ତ ଗିରଫ ପରୱାନା ଜାରି କରାଯିବ।

Share Now:

Kalinga News Beuro

Next Post

ଭିକ ମାଗିବା ଉପରେ ବ୍ୟାନ ଲଗାଯାଇପାରିବନାହିଁ : ସୁପ୍ରିମକୋର୍ଟ

Tue Jul 27 , 2021
ନୂଆଦିଲ୍ଲୀ: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଭିକାରୀଙ୍କ ପୁନର୍ବାସ ଏବଂ ଟିକାକରଣକୁ ନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଫୁଟପାଥରେ ରହୁଥିବା ଲୋକ ଏବଂ ଭିକାରୀମାନଙ୍କୁ ଟିକାକରଣ ନେଇ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ମଙ୍ଗଳବାର ଦିନ ଏହି ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଭିକାରୀ ଏବଂ ଫୁଟପାଥରେ ରହୁଥିବା ଲୋକଙ୍କୁ ଏହି ଟିକା ଦିଆଯାଉ। ସୁପ୍ରିମକୋର୍ଟ ତାଙ୍କ ରାୟରେ […]
ଭିକ ମାଗିବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial