ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ପରମ୍ପରା ବଜାୟ ପାଇଁ ପ୍ରୟାସ

ପୁରୁଣା ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ଚନ୍ଦନଯାତ୍ରା ବନ୍ଦ ହେବା ଆଶଙ୍କା ରହିଛି। ତେବେ ପ୍ରଶାସନ ପରମ୍ପରା ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି। ସେବାୟତମାନେ ସାମାଜିକ ଦୂରତା ବଜାୟ ରଖି ଚନ୍ଦନଯାତ୍ରା କରିବାକୁ ୪ପ୍ରମୁଖ ନିଯୋଗର ସେବାୟତଙ୍କ ସହ ମନ୍ଦିର ପ୍ରଶାସନ ବୈଠକ କରିଛି। ଟ୍ରଷ୍ଟବୋର୍ଡ ବୈଠକରେ ନିଷ୍ପତ୍ତି ହେଲେ ଚନ୍ଦନଯାତ୍ରା ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କରୋନା ଯୋଗୁଁ ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବନ୍ଦ ପରେ ଏବେ ଚନ୍ଦନଯାତ୍ରାକୁ ନେଇ ସମସ୍ତେ ଚିନ୍ତାରେ। ଆସନ୍ତା ୨୬ତାରିଖରେ ଚନ୍ଦନଯାତ୍ରାର ପ୍ରଥମ ଦିନ। ଚନ୍ଦନଯାତ୍ରାର ପ୍ରଥମ ଦିନରୁ ୩୦ତାରିଖ ପର୍ଯ୍ୟନ୍ତ ସାମାଜିକ ଦୂରତା ରଖି ଚନ୍ଦନ ଯାତ୍ରା କରିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏନେଇ ଆଜି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ ଓ ସମର୍ଥା ନିଯୋଗର ସମ୍ପାଦକମାନଙ୍କୁ ଡାକି ବୈଠକ କରିଛନ୍ତି। ତେବେ ଟ୍ରଷ୍ଟ ବୋର୍ଡରେ ଯଦି ଚନ୍ଦନଯାତ୍ରା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ତେବେ ଆମେ ସହଯୋଗ କରିବୁ ବୋଲି ୪ନିଯୋଗର ସମ୍ପାଦକମାନେ ମତ ଦେଇଛନ୍ତି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦାଶ କହିଛନ୍ତି, ସାମାଜିକ ଦୂରତା ରଖି ଚନ୍ଦନ ଯାତ୍ରା କରିବା ପାଇଁ ଜିଲ୍ଲାପାଳ ବୈଠକ କରାଇବେ। ସେଠାରେ ବିସ୍ତୃତ ଆଲୋଚନା ହେବା ପରେ ଚନ୍ଦନ ଯାତ୍ରା ହେବ କି ନାହିଁ ତାହା ଜଣାପଡ଼ିବ।

Share Now:

Kalinga News Beuro

Leave a Reply

Next Post

କୋଭିଡ୍-୧୯ କର୍ଫ୍ୟୁ ବେଳେ ପଞ୍ଜାବ ପୁଲିସର ହାତ କାଟି ୭ ନିହଙ୍ଗ ଗିରଫ

Sun Apr 12 , 2020
ପଟିଆଲା: ରବିବାର ସକାଳେ ପଟିଆଲା ଜିଲ୍ଲାରେ ଖଣ୍ଡା ଯୋଗେ ପଞ୍ଜାବ ପୁଲିସର ଜଣେ ସହକାରୀ ସବ୍-ଇନ୍ସପେକ୍ଟରଙ୍କ ହାତ କାଟି ପକାଇବା ସହ ଅନ୍ୟ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ଆହତ କରିଥିବା ୭ଜଣ ନିହଙ୍ଗଙ୍କୁ ଗିରଫ କରାଯାଇଛି। (ନିହଙ୍ଗମାନେ ହେଉଛନ୍ତି ନୀଳ ରଙ୍ଗର ଢିଲା ପଞ୍ଜାବି ପରିହିତ ପାରମ୍ପରିକ ଅସ୍ତ୍ରଧାରୀ ଶିଖ୍) କରୋନାଭାଇରସ୍ ମହାମାରୀ ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କର୍ଫ୍ୟୁ ସମୟରେ ସେମାନେ ପରିବା ବଜାରକୁ ପଶିବାକୁ ଉଦ୍ୟମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial