ଜଳୁଛି ଓଡ଼ିଶା : ସମ୍ବଲପୁରରେ ତାପମାତ୍ରା ୪୪.୨ ଡିଗ୍ରି, ରାଜଧାନୀରେ ପାରା ୪୧.୪ ଡିଗ୍ରି

ଜଳୁଛି ଓଡ଼ିଶା

ଭୁବନେଶ୍ୱର: ପ୍ରବଳ ଖରା ଓ ଗୁଳୁଗୁଳିରେ ଓଡ଼ିଶାବାସୀ ଆଜି ତ୍ରାହିତ୍ରାହି ଡାକୁଛନ୍ତି। ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ନ ୮ଟା ପରଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାହାରକୁ ଯିବା ଅସହ୍ୟ ହୋଇପଡ଼ିଥିଲା। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ଯିବା ପାଇଁ ଆଗ୍ରହୀ ନଥିଲେ। ସେହି କାରଣରୁ ରାସ୍ତାଘାଟଗୁଡ଼ିକ ଖାଲି ଖାଲି ଲାଗୁଥିଲା। ପାଦରେ ଚାଲିଚାଲି ଯାଉଥିବା ଲୋକେ ଖରାରେ ଅଧିକ ଅସ୍ତବ୍ୟସ୍ତ ହୋଇପଡୁଥିଲେ। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ପଶ୍ଚିମଓଡ଼ିଶା ସମତେ ସମ୍ବଲପୁରରେ ପ୍ରବଳ ଖରା ଦେଖିବାକୁ ମିଳିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ସମ୍ବଲପୁରରେ ସର୍ବାଧିକ ୪୪.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡାରେ ଆଜି ଦିନ ୨ଟା ୩୦ରେ ୪୩.୪ ଡ଼ିଗ୍ରି, ହୀରାକୁଦରେ ୪୨.୮ ଡ଼ିଗ୍ରି ଓ ‌ଭୁବନେଶ୍ୱରରେ ୪୧.୪ ଡ଼ିଗ୍ରି ପାରା ଛୁଇଁଛି। ସେହିପରି କେନ୍ଦୁଝରରେ ୩୬.୬ ଡ଼ିଗ୍ରି, ଗୋପାଳପୁରରେ ୩୫.୪ ଡ଼ିଗ୍ରି, ପୁରୀରେ ୩୪.୬ ଡ଼ିଗ୍ରି, ପାରାଦୀପରେ ୩୨.୮ ଡ଼ିଗ୍ରି, ବାଲେଶ୍ୱରରେ ୩୨.୬ ଡ଼ିଗ୍ରି ଓ ଚାନ୍ଦବାଲିରେ ୨୬.୮ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

Share Now:

Kalinga News Beuro

Next Post

ଦେବସ୍ନାନ ପୂର୍ଣ୍ଣିମା ପାଇଁ ୧୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Fri Jun 2 , 2023
ପୁରୀ: ଦିନକ ପରେ (ରବିବାର) ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନେରେ ପ୍ରବଳ ଉତ୍ସାହ। ସେଥିପାଇଁ ଏବେ ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାତି ୧୦ଟା ପରଠାରୁ ଆସନ୍ତାକାଲି […]
ଦେବସ୍ନାନ ପୂର୍ଣ୍ଣିମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial