ଅଗ୍ନିକାଣ୍ଡରେ ଜଳିଗଲା ଗୋଦାମ : ଲକ୍ଷାଧିକ ଟଙ୍କାର ଅଫିସ ଷ୍ଟେସନାରି ନଷ୍ଟ

ଅଗ୍ନିକାଣ୍ଡରେ ଗୋଦାମ ଜଳିଗଲା

ଯାଜପୁର: ଯାଜପୁର ପୌରାଞ୍ଚଳର ହାବେଳୀ ବଜାର ନିକଟରେ ଥିବା ଦୁଇଟି ଗୋଦମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ବି ଲକ୍ଷାଧିକ ଟଙ୍କାର ଅଫିସ ଷ୍ଟେସନାରି ଏବଂ କାଗଜ ଜଳି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଗୋବିନ୍ଦ ତ୍ରିପାଠୀଙ୍କ ଦୁଇଟି ଅଫିସ ଷ୍ଟେସନାରି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହାଫଳରେ ସେଠାରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ଅଫିସ ଷ୍ଟେସନାରି ଏବଂ କାଗଜ ଜଳି ପାଉଁଶ ହୋଇଯାଇଛି। ଘଟଣା ସଂପର୍କରେ ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଗୋବିନ୍ଦ ତ୍ରିପାଠୀ ଗୋଦାମର ଘରେ ସକାଳେ ପୂଜା କରିବା ପରେ କବାଟରେ ଜଳନ୍ତା ଧୂପକାଠିକୁ ରଖି ଆସିଥିଲେ। ଧୂପକାଠିର ନିଆଁରେ ଏଭଳି ଅଘଟଣ ହୋଇଥିବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଗୋବିନ୍ଦ ତ୍ରିପାଠୀ ଜଣେ ଅଫିସ ଷ୍ଟେସନାରି ବିକ୍ରେତା।

Share Now:

Kalinga News Beuro

Next Post

ତାପଙ୍ଗକୁ ବି ଚକମା ଦେଇଦେବ ନୀଳଗିରିର ବ୍ଳୟୁ ଲେକ

Tue Oct 13 , 2020
ନୀଳଗିରି: ଜନସ୍ୱାର୍ଥକୁ ଆଖିଆଗରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜିଗଡ଼ ତାପଙ୍ଗଙ୍କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଥିଲା। ତେବେ ଏହାରି ଭିତରେ ଠିକ ତାପଙ୍ଗ ଭଳି ଦିଶୁଥିବା ଆଉ ଏକ ସ୍ଥାନ ଏବେ ସାମ୍ନାକୁ ଆସିଛି। ବାଲେଶ୍ଵରଠାରୁ ୨୦ କିଲୋମିଟର ଦୂରରେ ନୀଳଗିରିର […]
ତାପଙ୍ଗକୁ ବି ଚକମା ଦେଇଦେବ ଓଡ଼ିଶାର ଏହି ସ୍ଥାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial