ଛତିଶଗଡର କୋକରାଲ ଡ୍ୟାମକୁ ବିରୋଧ : ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ଏକତ୍ରିତ ହେଲେ ଆଦିବାସୀ

ଛତିଶଗଡର କୋକରାଲ ଡ୍ୟାମକୁ ବିରୋଧ

ପୁଣି ୭ଟି ପଞ୍ଚାୟତର ୫୮ ଗ୍ରାମକୁ ବୁଡ଼ାଇବ ଛତିଶଗଡର ନୂଆ ଡ୍ୟାମ

ମାଲକାନଗିରି: ମାଥିଲି ବ୍ଲକର ସୀମାନ୍ତ କମାରପାଲୀ ପଞ୍ଚାୟତ ଓ ଛତିଶଗଡ ସୀମାକୁ ଲାଗି ରହିଥିବା ଚକାବକା ନଦୀ ଉପରେ ଛତିଶଗଡ଼ ସରକାର କୋକରାଲ ଡ୍ୟାମ ନିର୍ମାଣ କରିବାକୁ ଯାଉଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳର ଲୋକେ ବିରୋଧ କରିଛନ୍ତି। ଏହି ଡ୍ୟାମ ନିର୍ମାଣ ହେଲେ ମାଥିଲି ବ୍ଲକର ମହୁପଦର, ସାଲିମି, ଟେମରୁପାଲୀ,କୋତାପାଲୀ, କିଆଙ୍ଗ, କମାରପାଲୀ ଏବଂ ମେକା ପଞ୍ଚାୟତର ପ୍ରାୟ ୫୮ଟି ଗ୍ରାମ ପାଣିରେ ବୁଡିବ ବୋଲି କୁହାଯାଇଛି। ଗୋଟିଏ ପଟେ ପୋଲାଭରମ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ସଂପୂର୍ଣ୍ଣ ପାଣିରେ ବୁଡିବା ନେଇ ଆନ୍ଧ୍ର ସରକାରଙ୍କ ସହ ଲଢେଇ ଜାରି ରହିଥିବା ବେଳେ ଏବେ ଛତିଶଗଡ଼ ସରକାର କୋକରାଲ ଡ୍ୟାମ ନିର୍ମାଣ କରି ଓଡିଶାର ୫୮ଟି ଗ୍ରାମକୁ ପାଣିରେ ବୁଡାଇବାର ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଏନେଇ ଆଜି କମାରପାଲୀ ଠାରେ ସାତୋଟି ପଞ୍ଚାୟତର ଶତାଧିକ ମହିଳା ପୁରୁଷ କମାରପାଲୀ ଠାରେ ନିଜର ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ଏକତ୍ରୀତ ହୋଇଥିଲେ। ଜୀବନ ଯିବ ପଛେ ଇଞ୍ଚେ ମାଟି ଛିଡିବେ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ କହିଥିଲେ।
କମାରପାଲୀ ଠାରେ ଏକ ବିରାଟ ରାଲିରେ ଶତାଧିକ ଆଦିବାସୀ ବାହାରି ଛତିଶଗଡ଼ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କୌଣସି ପ୍ରକାରେ ଏହି କୋକରାଲ ଡ୍ୟାମକୁ କରାଇଦେବେ ନାହିଁ ବୋଲି ଯିଦରେ ଅଡି ବସିଥିଲେ। ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଛତିଶଗଡ଼ ସରକାର କୋକରାଲ ଡ୍ୟାମ ନିର୍ମାଣ ପାଇଁ କୌସ୍ତଭ ନାମକ ଏକ କମ୍ପାନିକୁ ଟେଣ୍ଡର ପ୍ରଦାନ କରିଥିବା ବେଳେ କମ୍ପାନି ଖୁବ ଶୀଘ୍ର କାମ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି। ତେବେ ଏନେଇ ଅଞ୍ଚଳବାସୀ ଖବର ପାଇବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆୟୋଜିତ ଏକ ସାଧାରଣ ବୈଠକରେ ୧୯୮୦ ମସିହା ଜଙ୍ଗଲ ସଂରକ୍ଷଣ ଆଇନରେ ଅଣାଯାଇଥିବା ସଂଶୋଧନକୁ ରଦ୍ଦ କରାଯାଉ। ଏହାଦ୍ୱାରା ଜଙ୍ଗଲ ସୁରକ୍ଷା ଆଇନ ତଥା ପେସା ଆଇନ କାର୍ଯ୍ୟକାରୀ ହୋଇପାରି ନାହିଁ। ମନଇଛା ଆଦିବାସୀ ଜମିକୁ ଲୁଣ୍ଠନ କରି କମ୍ପାନି ଓ କର୍ପୋରେଟ ସେକ୍ଟରକୁ ଦିଆଯିବ। ଆମ ଅଞ୍ଚଳର ଏଫଆରଏ ଓ ପେସା ଆଇନକୁ କାର୍ଯ୍ୟକାରୀ ନକରି ଜଙ୍ଗଲ ଜମିକୁ ଖଣି ମାଲିକ କୌସ୍ତବ କମ୍ପାନୀକୁ ହସ୍ତାନ୍ତର କରାଯାଉଛି ବୋଲି ଅଭିଯୋଗ କରିଥିଲେ। ତୁରନ୍ତ ଏଫଆରଏକୁ ଲାଗୁ କରାଯାଉ ବୋଲି ଦାବି କରାଯାଇଥିଲା। କୌସ୍ତବ କମ୍ପାନିକୁ ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ଏହି ମାଟିକୁ ଛାଡିବୁ ନାହିଁ ବୋଲି କହିଥିଲେ। ତେବେ ପୋଲାଭରମକୁ ସରକାର ମଧ୍ୟ ବିରୋଧ କରିଆସୁଥିବା ବେଳେ ଛତିଶଗଡର ଏହି କୋକରାଲ ଡ୍ୟାମକୁ ମଧ୍ୟ ବିରୋଧ କରିବାକୁ ଦାବି କରାଯାଇଛି। ଛତିଶଗଡ଼ ସରକାର ନିଜ ଅଞ୍ଚଳର ସୁବିଧା ପାଇଁ ଓଡିଶାର ଗାଁଗୁଡିକକୁ ନିଛନ୍ନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି।ତେବେ ଛତିଶଗଡ଼ ସରକାରଙ୍କର ଏହି ଆଶାକୁ କେବେ ପୂରଣ କରାଯିବ ନାହିଁ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ନକଲି ଔଷଧ କାରବାର ମାମଲା : କ୍ୟାଲ ଏଜେନ୍ସି ଉପରେ ଜିଏସ୍‌ଟି ଚଢ଼ଉ

Fri Dec 30 , 2022
କଟକ: କଟକରେ ନକଲି ଔଷଧ କାରବାର ମାମଲା। ପୂର୍ବ ଅଭିଯୋଗରେ ଛନ୍ଦି ହୋଇଥିବା କଟକ ନିମଚଉଡ଼ି ସ୍ଥିତ କ୍ୟାଲ ଏଜେନ୍ସି ଉପରେ ଆଜି ବଡ ଧରଣର ଜିଏସ୍‌ଟି ରେଡ ହୋଇଛି। ୧୫ ଜଣିଆ ଜିଏସ୍‌ଟି ଟିମ ଆଜି ଦିନ ତମାମ ଏହି ସଂସ୍ଥା ଉପରେ ଚଢ଼ଉ ଜାରି ରଖିଛି ତା’ ସହିତ କ୍ୟାଲ ଆସୋସିଏଟ ନାମକ ଆଉ ଏକ ସଂସ୍ଥା ଉପରେ ମଧ୍ୟ ଚଢ଼ଉ ଜାରି ରହିଛି। ସଂସ୍ଥାର ଆର୍ଥିକ […]
କ୍ୟାଲ ଏଜେନ୍ସି ଉପରେ ଜିଏସ୍‌ଟି ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial