ନକଲି ଔଷଧ କାରବାର ମାମଲା : କ୍ୟାଲ ଏଜେନ୍ସି ଉପରେ ଜିଏସ୍‌ଟି ଚଢ଼ଉ

କ୍ୟାଲ ଏଜେନ୍ସି ଉପରେ ଜିଏସ୍‌ଟି ଚଢ଼ଉ

କଟକ: କଟକରେ ନକଲି ଔଷଧ କାରବାର ମାମଲା। ପୂର୍ବ ଅଭିଯୋଗରେ ଛନ୍ଦି ହୋଇଥିବା କଟକ ନିମଚଉଡ଼ି ସ୍ଥିତ କ୍ୟାଲ ଏଜେନ୍ସି ଉପରେ ଆଜି ବଡ ଧରଣର ଜିଏସ୍‌ଟି ରେଡ ହୋଇଛି। ୧୫ ଜଣିଆ ଜିଏସ୍‌ଟି ଟିମ ଆଜି ଦିନ ତମାମ ଏହି ସଂସ୍ଥା ଉପରେ ଚଢ଼ଉ ଜାରି ରଖିଛି ତା’ ସହିତ କ୍ୟାଲ ଆସୋସିଏଟ ନାମକ ଆଉ ଏକ ସଂସ୍ଥା ଉପରେ ମଧ୍ୟ ଚଢ଼ଉ ଜାରି ରହିଛି। ସଂସ୍ଥାର ଆର୍ଥିକ କାରବାରକୁ ନେଇ ଚଢଉ। ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ଛନ୍ଦି ହୋଇଛି ଏହି ସଂସ୍ଥା। ସଂସ୍ଥାର ମାଲିକ ଗିରଫ ମଧ୍ୟ ହୋଇଥିଲେ ସଂସ୍ଥା ନାମରେ ଟିକସ ଫାଙ୍କିବାର ଅଭିଯୋଗ ରହିଛି। କିନ୍ତୁ ତା’ର ସତ୍ୟାସତ୍ୟ ଏଯାଏ ସାମ୍ନାକୁ ଆସିନାହିଁ। ଚଢ଼ଉ ପ୍ରକ୍ରିୟା ଜାରି ରହିବ ଏବଂ ସମସ୍ତ ତଥ୍ୟ ସାମ୍ନାକୁ ଆସିଲା ପରେ ଜିଏସଟି କର୍ତ୍ତୃପକ୍ଷ ଅନୁଷ୍ଠାନିକ ଭାବେ ସବୁ କିଛି କହିବେ ବୋଲି ଏନ୍‌ଫୋର୍ସମେଣ୍ଟ ଟିମର ଅଧିକାରୀ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଦଶ ମିନିଟ ଗାଇବା ପାଇଁ ଦେଢ଼ କୋଟି ଟଙ୍କା ନେଲେ ମିକା

Fri Dec 30 , 2022
ମୁମ୍ବାଇ: ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ତାଙ୍କ ପ୍ରେମିକା ରାଧିକା ମରଚାଣ୍ଟଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ରାଜସ୍ଥାନର ନାଥଦ୍ୱାରରେ ଥିବା ଶ୍ରୀନାଥଜୀ ମନ୍ଦିରରେ ଗୁରୁବାର ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ମୁମ୍ବାଇରେ ଅମ୍ବାନୀଙ୍କ ଘର ଆଣ୍ଟିଲାଠାରେ ବିଳମ୍ବିତ ରାତିରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ଏହି ସମୟରେ ବଲିଉଡ କଣ୍ଠଶିଳ୍ପୀ […]
ଅମ୍ବାନୀଙ୍କଠାରୁ ଦେଢ଼ କୋଟି ଟଙ୍କା ଝଡ଼େଇଲେ ମିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial