ଦଶ ମିନିଟ ଗାଇବା ପାଇଁ ଦେଢ଼ କୋଟି ଟଙ୍କା ନେଲେ ମିକା

ଅମ୍ବାନୀଙ୍କଠାରୁ ଦେଢ଼ କୋଟି ଟଙ୍କା ଝଡ଼େଇଲେ ମିକା

ମୁମ୍ବାଇ: ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ତାଙ୍କ ପ୍ରେମିକା ରାଧିକା ମରଚାଣ୍ଟଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ରାଜସ୍ଥାନର ନାଥଦ୍ୱାରରେ ଥିବା ଶ୍ରୀନାଥଜୀ ମନ୍ଦିରରେ ଗୁରୁବାର ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ମୁମ୍ବାଇରେ ଅମ୍ବାନୀଙ୍କ ଘର ଆଣ୍ଟିଲାଠାରେ ବିଳମ୍ବିତ ରାତିରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ଏହି ସମୟରେ ବଲିଉଡ କଣ୍ଠଶିଳ୍ପୀ ମିକା ସିଂ ମଧ୍ୟ ଗୀତ ଗାଇଥିଲେ।
କିନ୍ତୁ ଆପଣ ଜାଣିଛନ୍ତି କି ମିକା ସିଂ ଗୀତ ଗାଇବା ପାଇଁ ମୋଟା ଅଙ୍କର ଅର୍ଥ ନେଇଛନ୍ତି। ମିକା ସିଂଙ୍କ ନାମ ବଲିଉଡର ଭେଟେରାନ୍ କଣ୍ଠଶିଳ୍ପୀଙ୍କ ତାଲିକାରେ ଥିବାବେଳେ ସେ ତାଙ୍କର କଣ୍ଠସ୍ୱରରେ ସହଜରେ ସମସ୍ତଙ୍କ ହୃଦୟ ଜିତନ୍ତି। ଗତକାଲି ରାତିରେ ଅମ୍ବାନୀଙ୍କ ଘର ଆଣ୍ଟିଲାରେ ମଧ୍ୟ ମିକା ଗୀତ ଗାଇଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ, ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ମିକା ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ କାର୍ଯ୍ୟକ୍ରମ ପାଇଁ କୋଟିଏରୁ ଅଧିକ ଟଙ୍କା ଚାର୍ଜ କରିଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଗୀତ ଗାଇବା ପାଇଁ ମିକା ସିଂ ପ୍ରାୟ ଦେଢ଼ କୋଟି ଟଙ୍କା ନେଇଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ମିକା ସିଂ ମାତ୍ର ଦଶ ମିନିଟର ପ୍ରଦର୍ଶନ ପାଇଁ ଏହି ଫି ନେଇଛନ୍ତି। ଉଲ୍ଲେଖ ଥାଉ କି ରାଜସ୍ଥାନରେ ନିର୍ବନ୍ଧ ସମାରୋହ ହେବା ପରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପରିବାର ମୁମ୍ବାଇକୁ ଫେରିଥିଲେ। ଯେଉଁଠାରେ ବିଳମ୍ବିତ ରାତିରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ବଲିଉଡ ସୁପରଷ୍ଟାର ସଲମାନ ଖାନ, ଶାହରୁଖ ଖାନ ଏବଂ ରଣବୀର କପୁରଙ୍କ ଚଳଚ୍ଚିତ୍ର ତାରକା ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ଆଇପିଏଏସ୍‌ ସ୍ତରରେ ଅଦଳବଦଳ : ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଇଜି

Fri Dec 30 , 2022
ଭୁବନେଶ୍ବର: ନୂଆବର୍ଷ-୨୦୨୩ ପୂର୍ବରୁ ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଗତସିଂହପୁର ଏସ୍‌ପି ଅଖିଳେଶ୍ବର ସିଂହ ପଦୋନ୍ନତି ପାଇ ଏସ୍‌ଏପି ଡିଆଇଜି ପଦବିରେ ଯୋଗଦେବେ। ରାଜ୍ୟ ସରକାର ମୋଟ ୧୧ ଜଣ ଏସ୍‌ପିଙ୍କୁ […]
ଆଇପିଏଏସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial