ମୁଁ ବଞ୍ଚିଛି, ମୋ ପୁଅ ମୋତେ ମାରିନାହିଁ : ଅଭିନେତ୍ରୀ ବୀଣା କପୁର

ଅଭିନେତ୍ରୀ ବୀଣା କପୁର

ନୂଆଦିଲ୍ଲୀ: ମୁଁ ବଞ୍ଚିଛି, ମୋ ପୁଅ ମୋତେ ମାରିନାହିଁ। ଏଭଳି କହି ଲୋକଙ୍କ ଦ୍ଵନ୍ଦ ଦୂର କଲେ ଅଭିନେତ୍ରୀ। କିଛି ଦିନ ପୂର୍ବରୁ ଅଭିନେତ୍ରୀ ବୀଣା କପୁରଙ୍କ ହତ୍ୟା ଖବର ସାମ୍ନାକୁ ଆସିଥିଲା। ବୀଣା କପୁରଙ୍କୁ ତାଙ୍କ ପୁଅ ହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଖବର ତାଙ୍କ ପ୍ରଶଂସକଙ୍କ ପାଇଁ ହୃଦୟ ବିଦାରକ ଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଛି। ଯେଉଁ ଅଭିନେତ୍ରୀଙ୍କୁ ଲୋକେ ମୃତ ବୋଲି ଭାବିଥିଲେ ସେ ପ୍ରକୃତରେ ଜୀବିତ ଅଛନ୍ତି। ଏହି ମିଥ୍ୟା ଖବରରେ ବିବ୍ରତ ହୋଇ ଅଭିନେତ୍ରୀ ବୀଣା କପୁର ଦିଣ୍ଡୋସି ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଏହି ଖବରର ସତ୍ୟତା ବିଷୟରେ ଜଣାଇ ଅଭିନେତ୍ରୀ କହିଛନ୍ତି, ‘ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଜୀବିତ ଅଛି। ଯେଉଁ ବୀଣା କପୁରଙ୍କ ହତ୍ୟା କରାଯାଇଛି, ସେ ବି ଜଣେ ଅଭିନେତ୍ରୀ ଥିଲେ। ଆମେ ଦୁହେଁ ଏକ ପଞ୍ଜାବୀ ଧାରାବାହିକରେ ଏକାଠି କାମ କରିଥିଲୁ। ଏହା ସତ୍ୟ ଯେ ବୀଣା କପୁରଙ୍କ ମୃତ୍ୟୁ ହୋଇଛି। କିନ୍ତୁ ମୁଁ ସେହି ବୀଣା କପୁର ନୁହେଁ। ମୁଁ ଆଉ ଜଣେ ବୀଣା କପୁର। ମୁଁ ମୋ ପୁଅ ସହିତ ଗୋରେ ଗାଁଓରେ ରହେ। ସେଥିପାଇଁ ଲୋକମାନେ ଭାବିନେଲେ ଯେ ମୋତେ ମୋ ପୁଅ ହତ୍ୟା କରିଛି। ହେଲେ ଏହା ସତ ନୁହେଁ। ବୀଣା କପୁରଙ୍କ ପୁଅ ଅଭିଷେକ ଚଢ଼ା କହିଛନ୍ତି ଯେ, ‘ଏହି ଖବର ଶୁଣିବା ପରେ ମୁଁ ଅବାକ ହୋଇଯାଇଥିଲି। ମିଥ୍ୟା ଖବର ପ୍ରଚାର ପରେ ମୁଁ ଅସୁସ୍ଥ ହୋଇପଡିଥିଲି। ମୁଁ ମୋର ମା’ଙ୍କୁ ହତ୍ୟା କରି ନାହିଁ। ମୋ ମା’ ବଞ୍ଚିଛନ୍ତି।

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ କୋଟିପତି ଏସଆଇ : ୧୪ଟି ବ୍ୟାଙ୍କ ଆକାଉଣ୍ଟରୁ ୮୬ ଲକ୍ଷ ଠାବ

Thu Dec 15 , 2022
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ସଂପତ୍ତି ଦେଖି ଆଖି ଖୋସି ହୋଇଯାଉଛି। ସେ ଜଣେ କୋଟିପତି ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ ଅଭିମନ୍ୟୁ ଚୌଧୁରୀ ଓ ତାଙ୍କ ସମ୍ପର୍କୀୟଙ୍କ ୧୪ଟି ବ୍ୟାଙ୍କ ଆକାଉଣ୍ଟରୁ ୮୬ ଲକ୍ଷ ୮୩ ହଜାର ୧୬୨ ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ। ଏହାଛଡ଼ା ତାଙ୍କର ରାଜଧାନୀର ପାଇକ ନଗର ଘରୁ ନଗଦ ଦେଢ଼ ଲକ୍ଷ ନଗଦ ଟଙ୍କା […]
ଭିଜିଲାନ୍ସ ଜାଲରେ କୋଟିପତି ଏସଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial