ଭୁବନେଶ୍ବର: ଭୁବନେଶ୍ୱର ରେଳ ଷ୍ଟେସନର ହେବ ନବକଳେବର। ଭୁବନେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ପ୍ଲାନିଂ,ଡିଜାଇନ ସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ଖୁବ ଶୀଘ୍ର ଭୂମି ପୂଜନ ହୋଇ କାମ ଆରମ୍ଭ ହେବ। ଭୂମି ପୂଜନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଶ୍ୱିନୀ ବୈଷ୍ଣବ ଅନୁରୋଧ କରିଛନ୍ତି।
‘ଖୁବ ଶୀଘ୍ର ଶେଷ ହେବ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ କାମ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ କାମ ଜୋରସୋରରେ ଆଗେଇ ଚାଲିଛି। ୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଥିଲା। ଏହାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ପଛରେ ଲାଗିପଡିଥିଲୁ। ଏବେ ରାଜ୍ୟ ସରକାର ଏଥିପାଇଁ ସୁପାରିଶ କରିଛନ୍ତି। ଖୁବଶୀଘ୍ର ଅନୁମତି ମିଳିଯିବ। ଏପାଖେ ବଲାଙ୍ଗୀର ପାଖରୁ ମଧ୍ୟ ରେଳଲାଇନ କାମ ତ୍ୱରିତ ହୋଇଛି। ସେହିପରି ଅନ୍ୟପଟରୁ ମଧ୍ୟ କାମ ଚାଲିଛି। ଓଡ଼ିଶାର ଏହି ସ୍ବପ୍ନର ପ୍ରକଳ୍ପ କାମ ଖୁବ ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି’ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ: ରେଳ ମନ୍ତ୍ରୀ

Share Now: