ସରିଲା ଦଶହରା : ଆଜି ଭଷାଣୀ, ମେଲାଣି ନେବେ ମା’

ସରିଲା ଦଶହରା

ମୂର୍ତ୍ତି ବିସର୍ଜନରେ ମଧ୍ୟ ଜାରି ରିହବ କଟକଣା

ଭୁବନେଶ୍ୱର: ଗତକାଲି ଦଶହରାର ଅନ୍ତିମ ଦିନରେ ଉଭୟ ଶକ୍ତିପୀଠ ଓ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ପାଖରେ ଦଶହରା ପୂଜା କରାଯାଇଛି। କରୋନା ଯୋଗୁଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ମଧ୍ୟରେ ନିରାଡମ୍ବର ଭାବେ ରାଜ୍ୟର ବିଭିନ୍ନ ଭାଗରେ ଦଶମୀ ପୂଜା ଶେଷ ହୋଇଛି। ଆଜି ଭଷାଣୀ। ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା। ଚଳିତ ବର୍ଷ ମହାମାରୀ ପାଇଁ ଲୋକଙ୍କ ଗହଳି ଚହଳି, ପୂଜା ମଣ୍ଡପରେ ସାଜସଜା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଲୋକଙ୍କ ମନରେ ଭକ୍ତି ଭାବ ରହିଥିଲେ ମଧ୍ୟ କଟକଣା ପାଇଁ ଦେବୀଙ୍କ ଦର୍ଶନରୁ ସେମାନେ ବଞ୍ଚିତ ହୋଇଛନ୍ତି। ପୁଣି ବର୍ଷକ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଧରାପୃଷ୍ଠକୁ ଆସିବେ ଜଗତଜନନୀ ଦେବୀ ଦୁର୍ଗା। ରୀତିନୀତି ଅନୁୟାୟୀ ମାଙ୍କର ପୂଜାର୍ଚ୍ଚନା ହେଲା କିନ୍ତୁ ନଥିଲା ପୂର୍ବ ଭଳି ଉତ୍ସାହ। ମନର କୋହକୁ ମନରେ ମାରି ପରଦା ପଛପଟୁ ଦୁରରେ ଥାଇ ଦେବୀଙ୍କୁ ଆରାଧନା କଲେ ଭକ୍ତ। ମାଙ୍କୁ ଦେଖିପାରିନଥିବାରୁ ଭାବବିହ୍ୱଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ଆଜି ଭଷାଣୀ ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି। କୁଆଖାଇ ନଦୀରେ ଦୁଇଟି ଓ ଦୟୀ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରୀ କରିଛି ପ୍ରଶାସନ। ନା ବାଜିବ ବାଜା ନା ହେବ ରୋଷଣୀ। ଶାନ୍ତି ଶୃଙ୍ଖଳା ସହ ବିସର୍ଜନ କରିବା ପାଇଁ ଭୁବନେଶ୍ୱର ଶାନ୍ତି କମିଟି ସମସ୍ତ ପୂଜା କମିଟିକୁ ଜଣାଇଦେଇଛି।

Share Now:

Kalinga News Beuro

Next Post

ବ୍ଲାକ୍‌ ସ୍ପଟ୍‌ ବାଲିକୁଦା: ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

Sat Oct 16 , 2021
ତ୍ରୁଟିପୂର୍ଣ୍ଣ ରାସ୍ତା ପାଇଁ ପ୍ରତି ମାସରେ ୧୫ରୁ ଅଧିକ ଦୁର୍ଘଟଣା କଟକ: ଗୋପାଳପୁରରୁ ବାଲିକୁଦା ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ‌କାଠଯୋଡି ପୋଲ ଶେଷ ଗୋପାଳପୁର ଟ୍ରାଫିକ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ଲାକ୍‌ ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ପ୍ରତି ମାସରେ ଏଠାରେ ୧୫ରୁ ଅଧିକ ଦୁର୍ଘଟଣା ଘଟୁଥିବା ବେଳେ ଜଣେ ଦୁଇ ଜଣଙ୍କ ଜୀବନ ବି ଯାଉଛି। ଦିନର ସବୁ ସମୟରେ ଟ୍ରାଫିକ ପୁଲିସ ଏଠାରେ ଥିଲେ […]
ବ୍ଲାକ୍‌ ସ୍ପଟ୍‌ ବାଲିକୁଦା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial