ତ୍ରିରଙ୍ଗାକୁ ସମ୍ମାନ ଏମିତି… ପ୍ରଦର୍ଶନୀ ପଡ଼ିଆ ସାରା ଭୂଇଁରେ ଲୋଟୁଛି

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଦେଶପ୍ରେମ ପୂରା ଉଛୁଳି ପଡ଼ିଲା। ପୂରା ସହର ତ୍ରିରଙ୍ଗାମୟ ହୋଇଗଲା। ସମସ୍ତ ହାତରେ, ଘରେ, ଗାଡ଼ିରେ ତ୍ରିରଙ୍ଗା ଉଡ଼ିଲା। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ ବି ପୂରା ତ୍ରିରଙ୍ଗାମୟ ହୋଇଗଲା। ଦିଲ୍ଲୀର ଲାଲକିଲ୍ଲା ଭଳି ପ୍ରଦର୍ଶନୀ ପଡ଼ିଆକୁ ସଜେଇ ଦେଲେ। ହେଲେ ସ୍ୱାଧୀନତା ଦିବସ ପରେ ପ୍ରଦର୍ଶନୀ ପଡ଼ିଆ ଏବଂ ସହରର ବାକି ଅଞ୍ଚଳର ରାସ୍ତାଘାଟର ଚିତ୍ର ଦେଖିଲେ ଲାଗୁଛି ସାଧାରଣ ଲୋକଙ୍କର ତ୍ରିରଙ୍ଗାକୁ ସମ୍ମାନ କେତେ? ଆଉ ସରକାରଙ୍କର ସମ୍ମାନ କେତେ?
ସାଧାରଣ ଲୋକ ତ୍ରିରଙ୍ଗାକୁ ସମ୍ମାନ ଦେଇ ନିଜ ଘରେ, ଗାଡ଼ିରେ ବାନ୍ଧିଥିବା ପତାକାକୁ ସସମ୍ମାନେ ଘରେ ରଖିଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ପ୍ରଦର୍ଶନୀ ପଡ଼ିଆରେ ଯେଉଁ ତ୍ରିରଙ୍ଗା ପତାକା ଲଗାଯାଇଥିଲା ତାକୁ ଅସମ୍ମାନ କରିବା ପାଇଁ ପଡ଼ିଆରେ ଓ ପଡ଼ିଆ ବାହାରେ ପକାଇ ଦିଆଯାଇଛି। ପ୍ରଦର୍ଶନୀ ପଡ଼ିଆରେ ତ୍ରିରଙ୍ଗା ଉପରେ କେଉଁଠି ଆବର୍ଜନା ଗଦା ହୋଇଛି ତ କେଉଁଠି ବାଲିରେ ଅଧା ପୋତିହୋଇଯାଇଛି। କେଉଁଠି ନିଆଁ ଲଗାଇବା ପାଇଁ ଗୋଟିଏ କୋଣରେ ଗଦା କରାଯାଇଛି ତ କେଉଁଠି ଗାଈ, ଷଣ୍ଢ ତ୍ରିରଙ୍ଗା ଉପରେ ଝାଡ଼ା ବସି ପଳାଇଲେଣି। ‌
ଏମିତି ସ୍ଥିତି ଦେଖି ରାଜଧାନୀବାସୀ ପ୍ରଶ୍ନ କଲେଣି, ଯଦି ତ୍ରିରଙ୍ଗାକୁ ସମ୍ମାନ ଦେବାର ସାମର୍ଥ୍ୟ ନାହିଁ ତେବେ କାହିଁକି ଏମିତି ଅସମ୍ମାନ କରାଯାଉଛି। ଯେତିକି ପତାକା କାର୍ଯ୍ୟକ୍ରମ ଶେଷ ହେବା ପରେ ଖୋଲିକି ନେଇପାରିବାର ବଳ ଥିଲା ସେତିକି ପତାକା ନଲଗାଇ କାହିଁକି ଲୋକଦେଖାଣିଆ‌ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସବୁଆଡ଼େ ତ୍ରିରଙ୍ଗା ଉଡ଼ାଉଥିଲେ। କିଛି ସମୟ ପାଇଁ ଜାତୀୟ ପତାକା ଉଡ଼ାଇ ଦେଇ ପରେ ତାହା ଉପରେ ଷଣ୍ଢ ଝାଡ଼ା ବସିବାକୁ ଛାଡ଼ି ଦେବା କେମିତିକିଆ ଦେଶପ୍ରେମ?

Share Now:

Kalinga News Beuro

Leave a Reply

Next Post

ଚାଲିଗଲେ ଗୁରୁ

Mon Aug 19 , 2019
ସମ୍ବଲପୁର ରାଜଘାଟରେ ଶେଷକୃତ୍ୟ, ଝିଅ ଦେଲେ ମୁଖାଗ୍ନି ଭୁବନେଶ୍ୱର/ସମ୍ବଲପୁର : ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ନାଟ୍ୟ କଳାକାର, କ୍ରୀଡ଼ାବିତ୍ ତଥା ‘ସମ୍ବାଦ’ ସଂପାଦକୀୟ ପୃଷ୍ଠାର ସଂପାଦକ ରଣଜିତ ଗୁରୁଙ୍କ ପାର୍ଥିବ ଶରୀର ଆଜି ପଞ୍ଚମହାଭୂତରେ ବିଲୀନ ହୋଇଛି। ରବିବାର ରାତିରେ ସମ୍ବଲପୁର ରାଜଘାଟରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଛି। ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial