କରୋନା କାଳରେ ନିର୍ବାଚନ ଲାଗି ଜାରି ହେଲା ନୂଆ ଗାଇଡଲାଇନ: ଗ୍ଲୋଭସ ପିନ୍ଧି ଇଭିଏମ୍ ବଟନ୍ ଟିପିବେ ଭୋଟର

କରୋନା କାଳରେ ନିର୍ବାଚନ

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଆଗାମୀ ବିହାର ନିର୍ବାଚନ ଓ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଉପନିର୍ବାଚନରେ ଏସବୁ ଗାଇଡଲାଇନ ଲାଗୁ କରାଯିବ। ଓଡ଼ିଶାର ଦୁଇଟି ସ୍ଥାନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣ ଦାସଙ୍କ ପରଲୋକ ହେତୁ ଏହି ଦୁଇ ଆସନ ଖାଲି ପଡ଼ିଛି। ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ରାଜ୍ୟର ନିର୍ବାଚନ ଅଧିକାରୀ ଓ ସାଧାରଣ ଜନତାଙ୍କ ମତାମତ ଅନୁସାରେ ଏସବୁ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ନୂଆ ନିୟମ ଅନୁସାରେ କରୋନା ସଂକ୍ରମିତ, ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସର ଭୋଟରମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବେ। ଇଭିଏମ ମେସିନରେ ଭୋଟ ଦେବାଲାଗି ପ୍ରତି ଭୋଟରଙ୍କୁ ଗ୍ଲୋଭସ୍ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ପ୍ରାର୍ଥୀ ଅନଲାଇନରେ ମନୋନୟନ ପତ୍ର ଦାଖଲ କରିପାରିବେ ଓ ଅନଲାଇନରେ ଅମାନତ ଜମା କରିପାରିବେ। ଯେଉଁ ପ୍ରାର୍ଥୀ ପାରମ୍ପରିକ ଭାବେ ମନୋନୟନ ପତ୍ର ଦାଖଲ କରିବାକୁ ଚାହିଁବେ ସେ ନିଜ ସହିତ କେତେ ଜଣ ସମର୍ଥକ ଓ ଯାନ ନେଇପାରିବେ ତାହାକୁ ସୀମିତ କରାଯାଇଛି। ପ୍ରାର୍ଥିପତ୍ର ଦାଖଲ ବେଳେ ମାତ୍ର ୨ଟି ଗାଡ଼ି ବ୍ୟବହାର ହେବ ଓ ସେହିପରି ପ୍ରାର୍ଥିପତ୍ର ଦାଖଲ ବେଳେ ମାତ୍ର ୨ ଜଣ ପ୍ରାର୍ଥୀଙ୍କ ସହ ଯାଇପାରିବେ। ସେହିପରି ସର୍ବାଧିକ ୫ ଜଣ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିପାରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ଅନୁସାରେ ଉପଯୁକ୍ତ ଗାଇଡଲାଇନ ମାନି ଜନସଭା କରିହେବ। ନିର୍ବାଚନ ପ୍ରକ୍ରିୟାରେ ସାନିଟାଇଜର, ମାସ୍କ, ହାଣ୍ଡଓ୍ଵାସ, ଗ୍ଲୋଭସ ଆଦି ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। ପ୍ରତି ବୁଥ୍‌ରେ ୧୫୦୦ ବଦଳରେ ୧୦୦୦ ଭୋଟର ଭୋଟ ଦେବେ। ଭୋଟଦାନ ପୂର୍ବରୁ ସମସ୍ତଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ। ନିର୍ବାଚନର ଦିନକ ପୂର୍ବରୁ ପ୍ରତି ବୁଥ୍ ସାନିଟାଇଜ କରାଯିବ। ନିର୍ବାଚନ ଅଧିକାରୀ ସାମାଜିକ ଦୂରତା ରକ୍ଷା କରିବେ।

Share Now:

Kalinga News Beuro

Next Post

ରାଜଧାନୀରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣବିହୀନ: ବିଏମ୍‌ସି କମିସନର

Sat Aug 22 , 2020
ହୋମ୍‌ ଆଇସୋଲେସନରେ ଥାଇ ସୁସ୍ଥ ହେଲେ ୬୦୦ କରୋନା ଆକ୍ରାନ୍ତ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଶୀର୍ଷରେ ପହଂଚିଛି। ଏଥି ପାଇଁ ଅଧିକରୁ ଅଧିକ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ବିଏମ୍‌ସି ଅଂଚଳରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣବିହନୀ ବୋଲି ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ଯେ, ଏପର୍ଯ୍ୟନ୍ତ ବିଏମ୍‌ସି […]
ବିଏମ୍‌ସି କମିସନର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial