ଭାରତରେ କରୋନାଭାଇରସ୍: ୨୩୦୧ ଆକ୍ରାନ୍ତ, ୧୫୬ ସୁସ୍ଥ ଓ ୫୬ ମୃତ

ନୂଆଦିଲ୍ଲୀ: ଏପ୍ରିଲ୍ ୩ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୨୩୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୪ଜଣ, ଗୁଜରାଟରେ ୭ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୨ ଜଣ, କର୍ଣ୍ଣାଟକରେ ୩ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୬ ଜଣ, ମହାରାଷ୍ଟ୍ରରେ ୧୬ ଜଣ, ପଞ୍ଜାବରେ ୪ ଜଣ, ତାମିଲନାଡୁରେ ୧ଜଣ, ତେଲେଙ୍ଗାନାରେ ୩ ଜଣ, ଉତ୍ତରପ୍ରଦେଶରେ ୨ଜଣ ଏବଂ ପଶ୍ଚମବଙ୍ଗରେ ୩ ଜଣ । ଏହାଛଡ଼ା ଭାତରରେ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ୯ଟି ଅଞ୍ଚଳକୁ ସରକାର ହଟସ୍ପଟ୍ ଭାବେ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଉଛି ଲଦାଖ, ପଞ୍ଜାବର ସହିଦ ଭଗତ ସିଂହ ନଗର, ଦିଲ୍ଲୀର ଦିଲସାଦ ଗାର୍ଡେନ୍ ଓ ନିଜାମୁଦ୍ଦିନ, ରାଜସ୍ଥାନର ଭିଲୱାରା, ମହାରାଷ୍ଟ୍ରର ପୁଣେ ଓ ମୁମ୍ବାଇ, କେରଳର କସାରଗଡ଼ ଓ ପତନମତିଟଟ ।
ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୧୩୨), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୦), ଅରୁଣାଚଳ ପ୍ରଦେଶ (୧), ଆସାମ (୧୬), ବିହାର (୨୪), ଚଣ୍ଡିଗଡ଼ (୧୮), ଛତିଶଗଡ଼ (୯), ଦିଲ୍ଲୀ (୨୧୯), ଗୋଆ (୬), ଗୁଜରାଟ (୮୭), ହରିୟାଣା (୪୩), ହିମାଚଳ ପ୍ରଦେଶ (୬), ଜମ୍ମୁ ଓ କଶ୍ମୀର (୭୦), ଝାଡ଼ଖଣ୍ଡ (୨) କର୍ଣ୍ଣାଟକ (୧୨୪), କେରଳ (୨୮୬), ଲଦାଖ (୧୪), ମଧ୍ୟପ୍ରଦେଶ (୯୯), ମହାରାଷ୍ଟ୍ର (୩୩୫), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୫), ପୁଦ୍ଦୁଚେରୀ (୩), ପଞ୍ଜାବ (୪୬), ରାଜସ୍ଥାନ (୧୩୩), ତାମିଲନାଡୁ (୩୦୯), ତେଲେଙ୍ଗାନା (୧୦୭), ଉତ୍ତରାଖଣ୍ଡ (୧୦), ଉତ୍ତରପ୍ରଦେଶ (୧୧୩) ଓ ପଶ୍ଚିମବଙ୍ଗ (୫୩) ।

Share Now:

Kalinga News Beuro

Leave a Reply

Next Post

ମିଳୁନି ସୂର୍ଯ୍ୟମୁଖୀ ତେଲ, ବଜାରରେ ହିନ୍ଦୁସ୍ଥାନ ୟୁନିଲିଭର ଉତ୍ପାଦ ଅଭାବ

Fri Apr 3 , 2020
ଭୁବନେଶ୍ୱର: କରୋନା କଟକଣା ପରଠାରୁ ବଜାରରେ ସୂର୍ଯ୍ୟମୁଖୀ ତେଲର ଅଭାବ ଦେଖିବାକୁ ମିଳିଛି। ଫ୍ରିଡମ୍‌ ଓ ଫର୍ଚୁନ୍ ବ୍ରାଣ୍ଡର ସୂର୍ଯ୍ୟମୁଖୀ ତେଲ ବହୁ କମ୍ ପରିମାଣରେ ଉପଲବ୍‌ଧ ହେଉଛି। ସେହିଭଳି ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନିର ବିଭିନ୍ନ ଉତ୍ପାଦର ଦର ବୃଦ୍ଧି ହୋଇଥିବାବେଳେ ବଜାରରେ କମ୍ ଉପଲବ୍‌ଧ ହେଉଛି। ତେଣୁ ନିହାତି ଆବଶ୍ୟକ ସାବୁନ୍, ଡିଟରଜେଣ୍ଟ ଆଦି ଯଥେଷ୍ଟ ମିଳୁନାହିଁ। ତାଲାବନ୍ଦ ପରଠାରୁ ହଠାତ୍ ବଜାରକୁ ସୂର୍ଯ୍ୟମୁଖୀ ‌ତେଲ ଉଭାନ୍ ହେବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial