ଚୀନ୍‌କୁ ଟକ୍କର : ଜାପାନ ନିର୍ମାଣ କଲା ସବୁଠାରୁ ଘାତକ ଯୁଦ୍ଧ ବିମାନ

ଚୀନ୍‌କୁ ଟକ୍କର

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଚୀନ୍ ଓ ଜାପାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଜାପାନ ଉଦ୍ୟମ ଜାରି ରଖିଥିଲା। ତେବେ ଏହାର ଫଳସ୍ବରୂପ ଜାପାନ ଏବେ ବିଶ୍ବର ସବୁଠୁ ଘାତକ ଯୁଦ୍ଧ ବିମାନ ନିର୍ମାଣ କରିପାରିବା ଘଟଣା ହିଁ ଚୀନ୍‌ ସମେତ ବିଶ୍ବସ୍ତରୀୟ ସାମରିକ ବିଶେଷଜ୍ଞ ଓ କୂଟନୀତିଜ୍ଞମାନଙ୍କୁ ବିସ୍ମିତ କରିଛି। ଆମେରିକାର ପ୍ରସିଦ୍ଧ ଶସ୍ତ୍ରନିର୍ମାତା ଲକ୍‌ହିଡ୍‌ ମାର୍ଟିନ୍‌ ଦ୍ବାରା ଏହି ଏଫ୍‌-ଏକ୍ସ ନାମକ ଯୁଦ୍ଧ ବିମାନ ନିର୍ମିତ ହୋଇଛି। ବର୍ତ୍ତମାନ ସୁଦ୍ଧା ବିଶ୍ବରେ ନିର୍ମିତ ହୋଇଥିବା ଯେ କୌଣସି ଯୁଦ୍ଧ ବିମାନ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଶ୍ରେଷ୍ଠ ବୋଲି ବିଚାର କରାଯାଉଛି। ଏହା ଏକା ସାଙ୍ଗରେ ୬ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିପାରିବ। ଏପରିକି କୌଣସି ଯୁଦ୍ଧ ସମୟରେ ଏହା ଆମେରିକା ଓ ଜାପାନ ସେନା ମଧ୍ୟରେ ସୂଚନା ଆଦାନପ୍ରଦାନ କରିପାରିବ ବୋଲି କୁହାଯାଉଛି। ଆମେରିକାର ଏଫ୍‌-୩୫ ଯୁଦ୍ଧବିମାନ ଅପେକ୍ଷା ଅଧିକ ବିପଜ୍ଜନକ ଓ ସାଂଘାତିକ ହୋଇଥିବା ଏହି ଏଫ୍‌-ଏକ୍ସ ବିମାନ ସମୁଖ ଭାଗରୁ ମାଡ଼ି ଆସୁଥିବା ପ୍ରତିପକ୍ଷର କ୍ଷେପଣାସ୍ତ୍ରଗୁଡ଼ିକୁ ନିମିଷକେ ଉଡ଼ାଇଦେଇ ପାରିବ। ଏହାର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଲା, ଏଥିରେ ଖଚିତ ମାଇକ୍ରୋୱେଭ୍‌ ଯୁଦ୍ଧାସ୍ତ୍ର ଜ୍ଞାନକୌଶଳ ଶତ୍ରୁପକ୍ଷକୁ କେଇ ମିନିଟରେ ଧ୍ବଂସ କରିପାରିବାର କ୍ଷମତା ରଖିଛି।

Share Now:

Kalinga News Beuro

Next Post

ଆଜି ଚିଲିକାରେ ପକ୍ଷୀ ଗଣନା: ୧୨୦ ଜଣ ଗଣନାକାରୀଙ୍କୁ ଦିଆଗଲା ତାଲିମ

Tue Jan 5 , 2021
ବାଲୁଗାଁ: ଆଜି ଚିଲିକାରେ ହେବ ପକ୍ଷୀ ଗଣନା। ଭୋର୍‌ ୫ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚିଲିକାର ସମଗ୍ର ଅଞ୍ଚଳରେ ୨୧ଟି ଦଳରେ ୧୨୦ଜଣ ସଦସ୍ୟ ପକ୍ଷୀ ଗଣନା କାର୍ଯ୍ୟ କରିବେ। ଚିଲିକାର ୫ଟି ରେଞ୍ଜ୍‌ ମଧ୍ୟରୁ ଚିଲିକା ରେଞ୍ଜ୍‌ରେ ବେଶି ପକ୍ଷୀ ଦେଖାଯାଇଥା’ନ୍ତି। ବାଲୁଗାଁ,ଟାଙ୍ଗୀ, ଚିଲିକା,ସାତପଡ଼ା ଓ ରମ୍ଭା ରେଞ୍ଜ୍‌ର ସମସ୍ତ ଅଞ୍ଚଳକୁ ଗସ୍ତ କରି ପକ୍ଷୀ ବିଶେଷଜ୍ଞ, ପକ୍ଷୀ ବିଶାରଦ, ବିଭାଗୀୟ କର୍ମଚାରୀମାନେ ପକ୍ଷୀ ଗଣନା କାର୍ଯ୍ୟ କରିବେ। […]
ଆଜି ଚିଲିକାରେ ପକ୍ଷୀ ଗଣନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial