ପୁଣି ଧମକାଇଲେ ପୁଟିନ : ରୁଷ ଉପରେ କଟକଣା ଲଗାଇବା ଅର୍ଥ ହେଉଛି ଯୁଦ୍ଧ ଘୋଷଣା କରିବା

ପୁଟିନ

ମସ୍କୋ : ପାଶ୍ଚାତ୍ୟ ଦେଶମାନଙ୍କୁ ପୁଣି ଧମକାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ କହିଛନ୍ତି ଯେ ରୁଷ ଉପରେ ଆର୍ଥିକ କଟକଣା ଲଗାଇବା ଅର୍ଥ ହେଉଛି ଯୁଦ୍ଧ ଘୋଷଣା କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଆକାଶକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ଅର୍ଥ ହେଉଛି ଏହି ବିବାଦରେ ପ୍ରବେଶ କରିବା। ସୂଚନାଯୋଗ୍ୟ ଯେ, ୟୁକ୍ରେନ ଆକାଶକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ନାଟୋକୁ ଅନୁରୋଧ କରିଥିଲେ ବି ନାଟୋ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ନାଟୋର ଏହି ନିଷ୍ପତ୍ତିକୁ ଜେଲେନସ୍କି ସମାଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ଗୋଟିଏ ଦେଶର ବାୟୁସୀମାକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ଅର୍ଥ ହେଉଛି ଉକ୍ତ ଆକାଶରେ କୌଣସି ପ୍ରକାରର ବିମାନ, ଡ୍ରୋନ ଆଦିର ଉଡ଼ାଣକୁ ନିଷିଦ୍ଧ କରିବା। ଅର୍ଥାତ ଯଦି କୌଣସି ବିମାନ ବା ଡ୍ରୋନ ପ୍ରବେଶ କରେ ତାହାକୁ କ୍ଷେପଣାସ୍ତ୍ର ମାରି ଧ୍ଵଂଶ କରିଦିଆଯିବ। ପୁଟିନ ଆହୁରି ମଧ୍ୟ କହିଛନ୍ତି ରୁଷର ସୈନ୍ୟମାନଙ୍କୁ ଯେଉଁ ଲକ୍ଷ୍ୟ ଦିଆଯାଇଛି, ସେମାନେ ତାହାକୁ ଅବଶ୍ୟ ପୂରଣ କରି ଫେରିବେ। ସେଥିରେ କୌଣସି ସଂଦେହ ନାହିଁ। ୟୁକ୍ରେନରେ ଥିବା ରୁଷ ଭାଷାଭାଷୀ ଲୋକଙ୍କ ସୁରକ୍ଷା ପାଇଁ ଏହି ମିଲିଟାରୀ ଅପରେସନ କରାଯାଉଛି।

Share Now:

Kalinga News Beuro

Next Post

ବଡ଼ ମେଡିକାଲ ପରିସରରେ ଅଗ୍ନିକାଣ୍ଡ: କାରଣ ଅସ୍ପଷ୍ଟ

Sat Mar 5 , 2022
କଟକ: କଟକର ବଡ଼ ମେଡିକାଲ ପରିସରରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ ସମ୍ମୁଖରେ ଥିବା ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରାନ୍ସଫରମରଟି ହଠାତ୍ ହୁ ହୁ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକେ ଆତଙ୍କିତ ହୋଇଯାଇଥିଲେ। ପରେ ଖବର ପାଇ ମେଡିକାଲର ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ […]
ବଡ଼ ମେଡିକାଲ ପରିସରରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial