ବଡ଼ ମେଡିକାଲ ପରିସରରେ ଅଗ୍ନିକାଣ୍ଡ: କାରଣ ଅସ୍ପଷ୍ଟ

ବଡ଼ ମେଡିକାଲ ପରିସରରେ ଅଗ୍ନିକାଣ୍ଡ

କଟକ: କଟକର ବଡ଼ ମେଡିକାଲ ପରିସରରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ ସମ୍ମୁଖରେ ଥିବା ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରାନ୍ସଫରମରଟି ହଠାତ୍ ହୁ ହୁ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକେ ଆତଙ୍କିତ ହୋଇଯାଇଥିଲେ। ପରେ ଖବର ପାଇ ମେଡିକାଲର ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଦୁର୍ବଳତା ଯୋଗୁଁ ଏହା ଘଟୁଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲରୁ ଦଲାଲ୍ ଗିରଫ : ପ୍ରସୂତି ପିଛା ନେଉଥିଲା ୨ ହଜାର, ପ୍ରଶାସନିକ କାମରେ ହସ୍ତକ୍ଷେପ କରୁଥିଲା

Sat Mar 5 , 2022
ଭୁବନେଶ୍ୱର: ନା ସେ କର୍ମଚାରୀ, ନା ଅଧିକାରୀ। କିନ୍ତୁ ମାସ ମାସ ଧରି କ୍ୟାପିଟାଲ ହସ୍ପିଟାଲର ପ୍ରସୂତି ବିଭାଗରେ ଜମାଇଥିଲା ଆଡ଼ା। ଚିକିତ୍ସା ସୁବିଧା ଯୋଗାଇ ଦେବ କହି ପ୍ରସୂତିଙ୍କ ସମ୍ପର୍କୀୟମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲା। ଖାଲି ସେତିକି ନୁହେଁ, ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲା। ଡାକ୍ତର ହୁଅନ୍ତୁ କି କର୍ମଚାରୀ, ଯିଏ ବିରୋଧ କରୁଥିଲା ତାଙ୍କୁ ନାଲି ଆଖି ଦେଖାଉଥିଲା। ଗତ ୨ ତାରିଖରେ ୨ ହଜାର ଟଙ୍କା […]
କ୍ୟାପିଟାଲ ହସ୍ପିଟାଲରୁ ଦଲାଲ୍ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial