ସ୍ମାର୍ଟସ୍କୁଲରେ ଅବ୍ୟବସ୍ଥା : ବିଗିଡ଼ିଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍

ସ୍ମାର୍ଟସ୍କୁଲ୍ ଅବ୍ୟବସ୍ଥା

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍ ଆଜି ଅଚାନକ ବୁଗୁଡ଼ା ବ୍ଲକ୍ ଗସ୍ତ କରିଥିଲେ। ଫନି କ୍ଷତିଗ୍ରସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଚାଲିଥିବା ଜିଓ ଟ୍ୟାଗ୍ କାର୍ଯ୍ୟ ତଦା‌ରଖ କରିବା ପରେ ବିଭିନ୍ନ ସ୍ମାର୍ଟସ୍କୁଲ୍‌ ନିର୍ମାଣ କାମ ବୁଲି ଦେଖିଥି‌ଲେ। ତେବେ ସବୁଠି ଅବ୍ୟବସ୍ଥା ଦେଖି ସେ କ୍ଷୋଭ ପ୍ରକାଶ କରିଥିଲେ। ତୃତୀୟ ପର୍ଯ୍ୟାୟରେ ଅରଖପୁର ସ୍କାର୍ଟସ୍କୁଲ୍ ନିର୍ମାଣ କାମ ଧିମା ଚାଲିଥିବା ବେଳେ ଉଦ୍‌ଘାଟିତ ହୋଇସାରିଥିବା ବାଲିପଦର ଓ ଘୋଡାପଡ଼ା ସ୍ମାର୍ଟସ୍କୁଲ୍‌ ଅବ୍ୟବସ୍ଥାକୁ ଦେଖି ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରତି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍, ପାଠାଗାର, ଲ୍ୟାବ୍, ସ୍ମାର୍ଟ ଶୌଚାଳୟ, ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ସ୍କୁଲ ପରିବେଶ ଚକାଚକ୍ କରିବାକୁ ୪୫ ଲକ୍ଷ ଟଙ୍କା ଲେଖାଏଁ ସରକାର ଅନୁଦାନ ଦେଇଛନ୍ତି। ନିଅଣ୍ଟ ହେଲେ ପଞ୍ଚାୟତ ପକ୍ଷରୁ ବଳକା ଖର୍ଚ୍ଚ କରାଯାଇପାରିବ ବୋଲି ଗାଇଡଲାଇନ୍ ରହିଥିଲା।
ତେବେ ନିର୍ମାଣ କାମ ସଂପୂର୍ଣ୍ଣ ହୋଇ ନଥିବା ବେଳେ ଏସମସ୍ତ ବିଦ୍ୟାଳୟକୁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିଲା। ବର୍ତ୍ତମାନ ନିର୍ମାଣ କାମ ତ୍ୱରାନ୍ୱିତ ହୋଇ ନଥିବାରୁ ଶ୍ରୀ ଭାସନ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେଉଁଠି ଶୌଚାଳୟ ତ, ଆଉ କେଉଁଠି ପିଇବା ପାଣି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ବାଲିପଦର ହାଇସ୍କୁଲ୍‌ ରୂପାନ୍ତରଣ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୨୧ରେ ଉଦ୍‌ଘାଟିତ ହୋଇଥିଲା। ତେବେ ବିଜ୍ଞାନାଗାର କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ ଶୌଚାଳୟ କାମ ସରିନି। ତାଳସାକର ଗ୍ରାମର ମହାମାୟୀ ଉଚ୍ଚବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ଏବଂ ସ୍ମାର୍ଟ ଶୌଚାଳୟ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଅନ୍ତରପଡ଼ା ସାଙ୍କୁଳାଇ ବିଦ୍ୟାପୀଠ ଓ କଳମ୍ବ ପଞ୍ଚାୟତ ଘୋଡ଼ାପଡ଼ା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ସ୍ମାର୍ଟସ୍କୁଲ୍‌କୁ ରୂପାନ୍ତରଣ ହୋଇଥିଲେ ହେଁ, ସବୁ ଆନୁଷଙ୍ଗିକ କାର୍ଯ୍ୟ ଅସଜଡ଼ା ହୋଇ ରହିଛି। ଏସମସ୍ତ ଅବ୍ୟବସ୍ଥା ଜାଣିବା ପରେ ଶ୍ରୀ ଭାସନ୍ କ୍ଷୋଭ ପ୍ରକାଶ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ ବୁକ୍‌ଲେଟ୍ ତିଆରି କରାଯାଇ ଜିଲ୍ଲାପାଳଙ୍କୁ ଦିଆଯାଇଛି, ସେଥିରେ ଉପରୋକ୍ତ ସମସ୍ତ ବିଦ୍ୟାଳୟରେ ସୁନ୍ଦର ଶୌଚାଳୟ ଥିବା ଫଟୋ ରହିଛି। କାମ ସମ୍ପୂର୍ଣ୍ଣ ହୋଇଯାଇଥିବା ଦର୍ଶାଇ ପ୍ରଧାନଶିକ୍ଷକଙ୍କ ଠାରୁ ଦସ୍ତଖତ ନେଇ ୟୁସି ଦାଖଲ କରାଯାଇଥିବା ବେଳେ ଅନ୍ୟ ଅଞ୍ଚଳର ସ୍ମାର୍ଟ ଶୌଚାଳୟର ଫଟୋ ଲଗାଇ ଜିଲ୍ଲା ଅଧିକାରୀଙ୍କୁ ପ୍ରାକ୍ତନ ବିଡିଓ ଭୂତାଇଥିବା ଘଟଣା ଶ୍ରୀ ଭାସନ୍‌ଙ୍କ ନଜରକୁ ଆସିଛି। ତେବେ ପ୍ରାକ୍ତନ ବିଡିଓଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ତାହା ଦେଖିବାକୁ ବାକି ରହିଲା।

Share Now:

Kalinga News Beuro

Next Post

ଚେତନ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ନିଯୁକ୍ତ କଲା ବିସିସିଆଇ : କମିଟିରେ ଓଡ଼ିଶାରୁ ଶିବ ସୁନ୍ଦର ଦାସ

Sat Jan 7 , 2023
ମୁମ୍ବାଇ : ପୂର୍ବତନ କ୍ରିକେଟିୟର ଚେତନ ଶର୍ମାଙ୍କୁ ଚୟନ କମିଟିର ମୁଖ୍ୟ ନିଯୁକ୍ତ କରିଛି ବିସିସିଆଇ। ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିର ପରାମର୍ଶକ୍ରମେ ଚେତନଙ୍କୁ ପୁଣି ଥରେ ଏହି ପଦରେ ନିଯୁକ୍ତ କରାଯାଇଛି। ଏହି ଚୟନ କମିଟିରେ ଓଡ଼ିଶାରୁ ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି। କମିଟିର ଅନ୍ୟ ସଦସ୍ୟମାନେ ହେଲେ ସଲିଲ ଆଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଶ୍ରୀଧରନ ଶରତ। ଗତ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ବିଦା ହେବା […]
ଚେତନ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial