ପଶ୍ଚିମବଙ୍ଗ ଆଡ଼କୁ ଯିବ ଅବପାତ : ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ୨୧ରେ ଲଘୁଚାପ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୨୨ ତାରିଖ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରିପୋର୍ଟ ଅନୁସାରେ ପରବର୍ତ୍ତୀ ୩ ଦିନରେ ଏହା ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ଓ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଭିମୁଖେ ଗତି କରିବ। ତେବେ ଏହି ଅବପାତ ବାତ୍ୟା ରୂପ ନେବ କି ନାହିଁ, ସେ ସଂପର୍କରେ ଆଇଏମଡି ପକ୍ଷରୁ କିଛି କୁହାଯାଇନାହିଁ। ତେବେ ଏହା ଛୋଟକାଟିଆ ବାତ୍ୟା ରୂପ ନେଇପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବରୁ ପୂର୍ବାନୁମାନ କରିସାରିଛି।
ଏହି ଅବପାତର ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓଡ଼ିଶାର ଜିଲ୍ଲା ଏବଂ ମୟୁରଭଞ୍ଜ, କକନ୍ଦୁଝର, ଅନୁଗୁଳ, କେଙ୍କାନାଳ, କବୌଦ୍ଧ ,କନ୍ଧମାଳ, ରାୟଗଡା, କୋରାପୁଟ ଏବାଂ ମାଲକାନଗିରି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହିବ ଓ ୬୫ କିଲୋମିଟର ବେଗରେ ଝଟକା ଦେବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

Share Now:

Kalinga News Beuro

Next Post

ଇସ୍ରାଏଲକୁ ଭାରତୀୟ କମ୍ପାନୀର ଧମକ : ଯୁଦ୍ଧ ବନ୍ଦ କର, ନଚେତ ୟୁନିଫର୍ମ ସିଲାଇବୁନି

Sat Oct 21 , 2023
ନୂଆଦିଲ୍ଲୀ : ଏଯାଏଁ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ୬୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆଉ ଏହାରି ମଧ୍ୟରେ ଇସ୍ରାଏଲ ପୁଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ କମ୍ପାନୀ ବଡ଼ ଘୋଷଣା କରିଛି। କେରଳର କନ୍ନୁରରେ ଥିବା ମାରିୟାନ୍ ଆପ୍ରେଲ୍ ପ୍ରାଇଭେଟ ଲିମିଟେଡ୍ କହିଛି ଯେ ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ଯୁଦ୍ଧ ବନ୍ଦ ନହେବା ପର୍ଯ୍ୟନ୍ତ ଏହା ଇସ୍ରାଏଲ୍ ପୁଲିସର କୌଣସି […]
ଇସ୍ରାଏଲକୁ ଧମକ ଦେଲା ଏହି ଭାରତୀୟ କମ୍ପାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial