ମହାକାଶକୁ ଯାତ୍ରା କରିବେ ଭାରତ ଜନ୍ମିତ ସିରିଶା ବାନ୍ଦଲା

ସିରିଶା ବାନ୍ଦଲା

କଳ୍ପନା ଚାୱଲାଙ୍କ ପରେ ଦ୍ବିତୀୟ ଭାରତୀୟ ମହିଳା

ନୂଆଦିଲ୍ଲୀ: ଭାରତ ଜନ୍ମିତ ଆଉ ଜଣେ ମହିଳା ଚଳିତମାସ ୧୧ ତାରିଖରେ ଅନ୍ତରୀକ୍ଷକୁ ଯାତ୍ରା କରିବେ। କଳ୍ପନା ଚାୱଲାଙ୍କ ପରେ ସେ ହେବେ ଦ୍ବିତୀୟ ଭାରତ ଜନ୍ମିତ ଆମେରିକୀୟ ମହାକାଶଚାରୀ। ଆନ୍ଧପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଜନ୍ମିତ ସିରିଶାଙ୍କ ବୟସ ଏବେ ୩୪ ବର୍ଷ। ରିଚାର୍ଡ ବ୍ରାନସନଙ୍କ ଦ୍ବାରା ସ୍ଥାପିତ କମ୍ପାନି ଭର୍ଜିନ ଗାଲାକ୍ଟିକର ମହାକାଶ ଯାନ ‘ଭିଏସ୍‌ଏସ୍‌ ୟୁନିଟି’ରେ ମହାକାଶକୁ ଯାତ୍ରା କରିବା ପାଇଁ ସିରିଶା ସାମିଲ ହୋଇଛନ୍ତି। ଉକ୍ତ ମହାକାଶ ଯାତ୍ରା ପାଇଁ କମ୍ପାନି ପକ୍ଷରୁ ଅବଗଣନା ଆରମ୍ଭ ହୋଇଯାଇଛି। ମୋଟ ୬ ଜଣଙ୍କୁ ନେଇ ଯାନଟି ମହାକାଶକୁ ଯିବ। ସେମାନଙ୍କ ମଧ୍ୟରେ ସିରିଶା ଓ ଅନ୍ୟ ଜଣେ ମହିଳା ମହାକାଶଚାରୀ ମଧ୍ୟ ରହିବେ। ଭିଏସଏସ ୟୁନିଟି ମହାକାଶଯାନ ନ୍ୟୁ ମେକ୍ସିକୋରୁ ମହାକାଶକୁ ଯାତ୍ରା କରିବ। ସିରିଶା ଭର୍ଜିନ ଗାଲାକ୍ଟିକ୍‌ର ଉପସଭାପତି ଭାବେ ରିସର୍ଚ୍ଚ ଅପରେସନ୍ ଏବଂ ସରକାରୀ ବ୍ୟାପାର ବିଷୟ ବୁଝୁଛନ୍ତି। ଗୁଣ୍ଟୁରର ମାନାରଗୁଡ଼ିରେ ସେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ଆମେରିକାର ପ୍ରୁଡ୍ୟୁ ବିଶ୍ବବିଦ୍ୟାଳୟରୁ ‌ଏରୋନଟିକାଲ ଇଞ୍ଜିନିୟରିଂରେ ସ୍ନାତକ ଏବଂ ଜର୍ଜ ଟାଉନ୍ ବିଶ୍ବବିଦ୍ୟାୟରୁ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। ଆମେରିକାରେ ତାଙ୍କର ନିଜ ସହର ହ୍ୟୁଷ୍ଟନ୍ ହୋଇଥିବା‌ ବେଳେ ସେ ଏବେ ନ୍ୟୁ ମେକ୍ସିକୋରେ ରହୁଛନ୍ତି। ମହାକାଶ ଯାନ ଉଡ଼ାଣ ସମୟରେ ସିରିଶା ହ୍ୟୁମାନ ଟେଣ୍ଡେଡ ରିସର୍ଚ୍ଚ ଏକ୍ସପେରିଏନ୍ସ ଦାୟିତ୍ବରେ ରହିବ। ମହାକାଶ ଯାତ୍ରା ସମୟରେ ମହାକାଶଚାରୀଙ୍କ ଯାତ୍ରା ଅନୁଭୂତି ତାଙ୍କୁ ଜାଣିବାକୁ ମିଳିବ। ପିଲାବେଳୁ ମହାକାଶ ସଂପର୍କରେ ଜାଣିବା ଲାଗି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା। ‌ରକେଟ୍ ଏବଂ ମହାକାଶ ଯାନ ତାଙ୍କୁ ରୋମାଞ୍ଚିତ କରୁଥିଲା। ଏଥିରୁ ସେ ମହାକାଶଚାରୀ ହେବା ଲାଗି ପ୍ରେରଣା ପାଇଥିଲେ। ଉଲ୍ଲେଖଯୋଗ୍ୟ, ହରିୟାଣାର କର୍ଣ୍ଣଲରେ ଜନ୍ମିତ କଳ୍ପନା ଚାୱଲା ପ୍ରଥମ ଭାରତ ଜନ୍ମିତ ମହାକାଶଚାରୀ। ‌ଆମେରିକାରୁ ସେ ମହାକାଶକୁ ଯାତ୍ରା କରିଥିଲେ। କିନ୍ତୁ ଯାନଟି ପୃଥିବୀ ପୃଷ୍ଠରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଧ୍ବଂସ ହୋଇଯାଇଥିଲା। ଏଥିରେ ସେ ମୃତ୍ୟୁବରଣ କରିଥିଲେ।

Share Now:

Kalinga News Beuro

Next Post

ଭାରତରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦେଲା ଡିସିଜିଆଇ

Thu Jul 8 , 2021
ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଫ୍ରେଞ୍ଚ ଫାର୍ମା ସାନୋଫି ତିଆରି କରିଥିବା କୋଭିଡ -୧୯ ଟିକାର ବିଶ୍ୱସ୍ତରୀୟ ପର୍ଯ୍ୟାୟ ୩ କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ କରିଛି। ସାନୋଫି ଇଂଲଣ୍ଡ ଫାର୍ମା ଗ୍ଲାକ୍ସୋ ସ୍ମିଥକାଇନ୍ (ଜିଏସକେ) ସହିତ ଏହି ଟିକା ବିକାଶ କରୁଛି। ଏକ ପ୍ରେସ ନୋଟରେ ସାନୋଫି ପକ୍ଷରୁ କୁହାଯାଇଛି ଯେ, ଭାରତ ଟିକାର ବିଶ୍ୱସ୍ତରୀୟ ଫେଜ୍-୩ ଟ୍ରାଏଲ୍ ପାଇଁ ଅନୁମତି ଦେଇଛି। ଭାରତରେ ପ୍ରଥମ […]
ଭାରତରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial