ଇସ୍ରାଏଲକୁ ଭାରତୀୟ କମ୍ପାନୀର ଧମକ : ଯୁଦ୍ଧ ବନ୍ଦ କର, ନଚେତ ୟୁନିଫର୍ମ ସିଲାଇବୁନି

ଇସ୍ରାଏଲକୁ ଧମକ ଦେଲା ଏହି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ : ଏଯାଏଁ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ୬୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆଉ ଏହାରି ମଧ୍ୟରେ ଇସ୍ରାଏଲ ପୁଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ କମ୍ପାନୀ ବଡ଼ ଘୋଷଣା କରିଛି। କେରଳର କନ୍ନୁରରେ ଥିବା ମାରିୟାନ୍ ଆପ୍ରେଲ୍ ପ୍ରାଇଭେଟ ଲିମିଟେଡ୍ କହିଛି ଯେ ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ଯୁଦ୍ଧ ବନ୍ଦ ନହେବା ପର୍ଯ୍ୟନ୍ତ ଏହା ଇସ୍ରାଏଲ୍ ପୁଲିସର କୌଣସି ନୂତନ ଅର୍ଡର ଗ୍ରହଣ କରିବ ନାହିଁ। ପାଲେଷ୍ଟାଇନ ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣ ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଏହି କମ୍ପାନୀର ଅଧ୍ୟକ୍ଷ ଥୋମାସ ଓଲିକାଲ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ଗାଜାରେ ଯୁଦ୍ଧ ବନ୍ଦ କରିବ ନାହିଁ ସେପର୍ଯ୍ୟନ୍ତ ଇସ୍ରାଏଲ ପୁଲିସର କୌଣସି ନୂତନ ଅର୍ଡର ଗ୍ରହଣ କରାଯିବ ନାହିଁ। ସୂଚନା ଥାଉ କି ଯେ ଏହି କମ୍ପାନୀ ଇସ୍ରାଏଲ୍ ପୁଲିସର ୟୁନିଫର୍ମ ତିଆରି କରେ। ୨୦୧୫ ମସିହାରୁ ଏହି କମ୍ପାନୀ ଇସ୍ରାଏଲ୍ ପୁଲିସ୍ ପାଇଁ ୟୁନିଫର୍ମ ପ୍ରସ୍ତୁତ କରୁଛି । ଥୋମାସ କହିଛନ୍ତି ଯେ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିରୀହ ଲୋକଙ୍କୁ ଯେପରି ହତ୍ୟା କରାଯାଉଛି ତାହା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ। ହାମାସ୍ ଯାହା କରିଛି ତାହା ଯଦିଓ ଠିକ ହୋଇନାହିଁ, କିନ୍ତୁ ପ୍ରତିଶୋଧ ନେବାକୁ ଇସ୍ରାଏଲ ଯାହା କରୁଛି ତାହା ମଧ୍ୟ ଠିକ ନୁହେଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଓ ପାଣି ନ ଦେବା, ଡାକ୍ତରଖାନା ଉପରେ ବୋମା ପକାଇବା ଏବଂ ନିରୀହ ମହିଳା ଏବଂ ଶିଶୁଙ୍କ ଜୀବନ ନେବା ସହ୍ୟ କରାଯାଇପାରିବ ନାହିଁ। ଆମେ ଚାହୁଁ ଯେ ଏହି ଯୁଦ୍ଧ ଶେଷ ହେଉ ଏବଂ ଶାନ୍ତି ପୁଣି ସ୍ଥାପିତ ହେଉ। ଓଲିକାଲ କହିଛନ୍ତି ଯେ ଇସ୍ରାଏଲ ପୁଲିସଠାରୁ ଏପର୍ଯ୍ୟନ୍ତ ମିଳିଥିବା ଅର୍ଡର ଯଦିଓ ଯୋଗାଇ ଦିଆଯିବ, କିନ୍ତୁ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ କୌଣସି ନୂତନ ଅର୍ଡର ଗ୍ରହଣ କରାଯିବ ନାହିଁ। ଆମର ଏହି ନିଷ୍ପତ୍ତି ଦ୍ୱାରା ଇସ୍ରାଏଲ୍ ପୁଲିସ୍ ପାଇଁ ୟୁନିଫର୍ମର ଅଭାବ ରହିବ ନାହିଁ, କିନ୍ତୁ ଏହା ଏକ ନୈତିକ ନିଷ୍ପତ୍ତି। ଉଲ୍ଲେଖ ଥାଉ କି କନ୍ନୁରରେ ଥିବା ଏହି କମ୍ପାନୀ ୨୦୦୬ ମସିହାରେ ଆରମ୍ଭ ହୋଇଥିଲା ଏବଂ ସେନା, ପୁଲିସ ଓ ସାମରିକ ବାହିନୀ ପାଇଁ ୟୁନିଫର୍ମ ପ୍ରସ୍ତୁତ କରିଥାଏ।

Share Now:

Kalinga News Beuro

Next Post

ଆତଙ୍କରେ ପାକ୍ ଆତଙ୍କବାଦୀ : ଅଜଣା ଗୁଳିରେ ମରୁଛନ୍ତି ଜଣକ ପରେ ଜଣେ

Sat Oct 21 , 2023
କରାଚୀ : ପାକିସ୍ତାନରେ ରହୁଥିବା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାରଣ ଜଣକ ପରେ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅଜଣା ବନ୍ଧୁକଧାରୀଙ୍କ ଗୁଳିରେ ମୃତ୍ୟୁବରଣ କରୁଛନ୍ତି। ସ୍ଥିତି ଏପରି ହୋଇଛି ଯେ ଏହି ମୁଖାପିନ୍ଧା ବନ୍ଧୁକଧାରୀ କିଏ, ସେ ସମ୍ପର୍କରେ ଆଇଏସଆଇ ବି ଟେର ପାଉନାହିଁ। ଶନିବାର ଅଜଣା ବନ୍ଧୁକଧାରୀଙ୍କ ଗୁଳିରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ଦାଉଦ ମଲ୍ଲିକ୍ ମୃତ୍ୟୁବରଣ କରିଛି। ସେ ଜୈଶ-ଏ-ମହମ୍ମଦ ମୁଖ୍ୟ […]
ଆତଙ୍କରେ ପାକ୍ ଆତଙ୍କବାଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial