ପୁଲିସ ଡିଜିଙ୍କ ନିର୍ଦ୍ଦେଶକୁ ବେଖାତିର : ଥାନାରେ ଖତଖାଉଛି ଶହ ଶହ ଗାଡ଼ି

ପୁଲିସ ଡିଜିଙ୍କ ନିର୍ଦ୍ଦେଶକୁ ବେଖାତିର

ଭୁବନେଶ୍ୱର: ପୁଲିସ ଡିଜିଙ୍କ ନିର୍ଦ୍ଦେଶକୁ ବେଖାତିର। ଥାନାରେ ପଡ଼ି ରହିଥିବା ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଗାଡ଼ିର କେହି ଦାବିଦାର ନ ଥିଲେ ତୁରନ୍ତ ନିଲାମ କରି ଥାନା ଖାଲି କରିବାକୁ ଡିଜି କିଛି ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମିସନରେଟ ପୁଲିସ ଡିଜିଙ୍କ ଏଭଳି ନିର୍ଦ୍ଦେଶକୁ ବେଖାତିର କରୁଛି। ଫଳରେ ବିଭିନ୍ନ ଥାନାରେ ଏବେ ଶହ ଶହ ସଂଖ୍ୟାରେ ଗାଡ଼ି ଜବତ ହୋଇ ଖତ ଖାଉଛି। ଭୁବନେଶ୍ୱର, ଖଣ୍ଡଗିରି, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ସହିଦନଗର, ଧଉଳି ଥାନାରେ ଅଧିକ ସଂଖ୍ୟାରେ ବାଇକ୍ ଓ କାର ଜବତ ହୋଇ ରହିଛି। ସେହିଭଳି ଅନ୍ୟାନ୍ୟ ଥାନାରେ ବି ଅଳ୍ପ ବହୁତ ଗାଡି ଜବତ ହୋଇ ରହିଛି। ଏସବୁ ମଧ୍ୟରେ କିଛି ବାଇକ୍‌ ଓ କାର ଆଦି ବିଭିନ୍ନ ଅପରାଧିକ ମାମଲା ତଥା ଗଞ୍ଜେଇ ଚୋରା ଚାଲାଣ, ଡକାୟତି, ଚୋରି ଏବଂ ବିଭିନ୍ନ ଛୋଟ ବଡ ଦୁର୍ଘଟଣାରେ ଜବତ ହୋଇଥିବା ବେଳେ ସେଗୁଡିକ ଆଉ ଲୋକେ ନେଉ ନ ଥିବା ସୂଚନା ମିଳିଛି। କାଗଜପତ୍ର ଯାଞ୍ଚ ବେଳେ ବିନା କାଗଜପତ୍ରରେ ଧରାପଡିଥିବା ବାଇକ୍‌ ଆଦି ମଧ୍ୟ ସେଭଳି ପଡି ରହିଛି। ତେବେ ଏହା ଜବତ ହେବା ପରେ ଦୀର୍ଘ ଦିନ ଧରି ଏହା ଥାନାରେ ପଡି ରହୁଛି। ନିୟମ ଅନୁଯାୟୀ ବିଭିନ୍ନ ଥାନାରେ ଜବତ ହୋଇ ପଡି ରହିଥିବା ଗାଡି ଗୁଡିକର ତାଲିକା ସମ୍ପୃକ୍ତ ଥାନାର ଅଧିକାରୀମାନେ ଉକ୍ତ ଅଞ୍ଚଳର ଏସିପିଙ୍କୁ ଦେବେ। ଦାବିଦାର କିମ୍ବା କାଗଜପତ୍ର କିଛି ନଥିବା ଗାଡି ଗୁଡିକୁ ନିଲାମ କରିବା ପାଇଁ ଏସିପି ପୁଲିସ କମିସନରଙ୍କୁ ଜଣାଇବେ। କମିସନର ଏ ସବୁ ଗାଡି ଗୁଡିକର ନିଲାମ କରିବେ। ନିଲାମରୁ ଆସୁଥିବା ଅର୍ଥକୁ ସରକାରୀ ରାଜକୋଷରେ ଜମା କରାଯିବାର ନିୟମ ରହିଛି।
ସେହିପରି କୋର୍ଟରେ ବିଚାରଧୀନ ଥିବା ମାମଲାରେ ସମ୍ପୃକ୍ତି ଥିବା ଗାଡିଗୁଡିକୁ ମଧ୍ୟ ନିଲାମ କରି ହେଉନି। ଅପର ପକ୍ଷରେ ଆମକୁ ଫୁରସତ୍ ମିଳିଲେ ତ ଆମେ ଏସବୁ କରିବୁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟ ପକ୍ଷରେ ଦୀର୍ଘ ଦିନ ହେବ ବିଭିନ୍ନ ମାମଲାରେ ଛନ୍ଦି ହୋଇ ରହିଥିବା ବାଇକ୍‌ ଆଦିର ବିଭିନ୍ନ ଯନ୍ତ୍ରପାତି ବିଭିନ୍ନ ସମୟରେ ଜବତ ସ୍ଥଳରୁ ଓ ଆଉ କିଛି ଥାନା ପରିସରରୁ ହିଁ ଗାଏବ ହୋଇଯାଉଛି। ଫଳରେ ଜବତ ଗାଡିର ଚେସିସ୍‌ ନମ୍ବର ଓ ଇଞ୍ଜିନ୍‌ ନମ୍ବର ମଧ୍ୟରେ ତାଳମେଳ ରହୁନି। ତେବେ ପୁଲିସ ଜବତ କରିବା ପରେ ସେହି ସମୟରେ କାଗଜପତ୍ର ପ୍ରସ୍ତୁତି ସମୟରେ ହିଁ ଗାଡିର ପଞ୍ଜିକରଣ ନମ୍ବର, ଇଂଜିନ ଓ ଚେସିସ୍‌ ନମ୍ବର ଲେଖି ମାଲଖାନାରେ ପକାଇ ଦେବା ପରେ ସେ ଗାଡି ସମ୍ପର୍କରେ ଆଉ ଦୃଷ୍ଟି ଦେଉ ନାହାନ୍ତି। ଯାହା ଫଳରେ ବିଭିନ୍ନ ଥାନାରେ ଦିନକୁ ଦିନ ଯାନବାହାନ ଜବତ ତାଲିକା ପାହାଡ ଭଳି ବଢ଼ିବାରେ ଲାଗିଛି। ତେଣୁ ଥାନା ପାର୍ଶ୍ଵବର୍ତ୍ତୀ ସ୍ଥାନ ଡେଙ୍ଗୁ, ମଶା, ମାଛି, ବିଷଧର ସାପମାନଙ୍କ ଘର ପାଲଟିଛି। ତେଣୁ କମିସନରେଟ ପୁଲିସ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ପୁଲିସ ବିଭାଗ ପକ୍ଷରୁ ଦାବିଦାର ନ ଥିବା ବାଇକର ତାଲିକା ଥାନା ସମ୍ମୁଖରେ ଟାଙ୍ଗିବା, ଖବରକାଗଜରେ ବିଜ୍ଞାପନ ଦେବା ଆବଶ୍ୟକ ବୋଲି ଜଣେ ଆଇନଜୀବୀ କହିଛନ୍ତି।
ଅନ୍ୟପକ୍ଷରେ ପୁଲିସ ମୁଖ୍ୟାଳୟରୁ ଯାହା ସୂଚନା ମିଳିଛି ଗତ ମେ ମାସରୁ ନଭେମ୍ବର ମାସ ମଧ୍ୟରେ ୬୬୫୧ଟି ଗାଡ଼ି ନିଲାମ ହୋଇ ସାରିଛି। ଏବେ ବି ସାରା ରାଜ୍ୟରେ ୧୬,୪୪୨ଟି ଗାଡ଼ି ବିଭିନ୍ନ ଥାନାରେ ପଡ଼ି ରହିଛି। ସେଥି ମଧ୍ୟରୁ ୨୭୪୨ଟି ଗାଡ଼ିର କେହି ଦାବିଦାର ନାହାନ୍ତି।

Share Now:

Kalinga News Beuro

Next Post

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ

Fri Jan 6 , 2023
ନବରଙ୍ଗପୁର: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ସାନମସିଆଗାଁ ଭାରପ୍ରାପ୍ତ ଆରଆଇ ଜଗଦୀଶ ବେହେରା। ଜଣେ ଅଭିଯୋଗକାରୀଙ୍କଠାରୁ ତହସିଲଦାରଙ୍କୁ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ଅନୁସନ୍ଧାନ ରିପୋର୍ଟ ଦେବାକୁ ଅଭିଯୁକ୍ତ ଶ୍ରୀ ବେହେରା ୫ ହଜାର ଟଙ୍କା ଓ ଦୁଇ କେଜିଆ କୁକୁଡ଼ା ଲାଞ୍ଚ ନେଉଥିଲେ। ସେହି ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନମସିଗା […]
ଆରଆଇଙ୍କୁ ଧରିଲା ଭିଜିଲାନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial