ସେବିକାଙ୍କ ଚରମ ଅବହେଳା:ମୃତ ଘୋଷିତ ଶିଶୁ ବଞ୍ଚିଲା!

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମୃତ ଘୋଷିତ ଶିଶୁ ବଞ୍ଚଯିବା ଘଟଣା ଦିନତମାମ ଚର୍ଚ୍ଚାର ବିଷୟ ପାଲଟିଥିଲା। ମିଳିଥିବା ସୂଚନା ଅନୁସାରେ, ରାଜନଗର ତାଳଚୂଆଁ ଶୈଳେନ୍ଦ୍ରୀସରାଇ ଗାଁର ଶୁଭଙ୍କରୀ ଗିରିଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅପରାହ୍ନ ୪ଟାରେ ମହିଳା ଜଣଙ୍କ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ମାତ୍ର, ଜଣେ ନର୍ସ ଶିଶୁଟିର ମୃତ୍ୟୁ ହୋଇଥିବା କହିବା ସହିତ ଏକ ତଉଲିଆରେ ଗୁଡ଼ାଇ ବେଡ଼୍‍ ପାଖରେ ରଖି ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଶିଶୁଟିର ହିକା ହେଉଥିବା ପରିବାର ଲୋକ ଦେଖିବାକୁ ପାଇଲେ। ତାକୁ ଏପାଖ ସେପାଖ କରିବା ପରେ ସେ କାନ୍ଦି ଉଠିଲା। ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭାବି ହଠାତ୍‌ ସେହି ଓ୍ଵାର୍ଡରେ ହଟଚମଟ ସୃଷ୍ଟି ହେଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବୈଷ୍ଣବ ଚରଣ ସାହୁ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକ ଚିକିତ୍ସା କରାଇଲେ। ଏବେ ଶିଶୁଟି ଚିକିତ୍ସିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ମାଛ ଧରା ନେଲା ଜୀବନ :ବିଦ୍ୟୁତ୍‌ ଆଘାତରେ ୨ ମୃତ

Thu Mar 29 , 2018
କେନ୍ଦ୍ରାପଡ଼ା/ମାର୍ଶାଘାଇ : ମାଛ ଚୋରି ରୋକିବା ପାଇଁ ଯେଉଁ ବିଦ୍ୟୁତ୍‌ ତାର ବିଛା ଯାଇଥିଲା, ସେହି ତାର ହିଁ କାଳ ହେଲା। ଏହାର ସଂସ୍ପର୍ଶରେ ଆସି ୨ ଜଣ ମାଛ ଧରାଳି ପ୍ରାଣ ହରାଇଛନ୍ତି। ଅଘଟଣରୁ ବର୍ତ୍ତି ଯାଇଥିବା ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ବ୍ଲକ୍‌ ଆୟବା ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଏହି ଘଟଣା ଘଟିଛି। ଅଙ୍ଗୁଳାଇ ଗ୍ରାମର ବିଶ୍ୱପ୍ରକାଶ ପାଣି ବ୍ରହ୍ମପୁର ଗାଁର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial