ସ୍ପେନର ଦୁଇଟି ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ : ୪ ମୃତ, ୧୯ ନିଖୋଜ

ଭାଲେନ୍ସିଆ: ପୂର୍ବ ସ୍ପେନର ଭାଲେନ୍ସିଆ ସହରରେ ଗୁରୁବାର ଦୁଇଟି ଉଚ୍ଚ ଆପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ପରେ ଆପାର୍ଟମେଣ୍ଟ ଦୁଇଟିରେ ଥିବା ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ ଏବଂ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରିଥିଲେ। ଏକ ୧୪ ମହଲା ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଏକ କ୍ରେନ୍ ସାହାଯ୍ୟରେ ଦୁଇ ଜଣଙ୍କୁ ବାଲକୋନିରୁ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ଭାଲେନ୍ସିଆର ସହକାରୀ ଜରୁରୀକାଳୀନ ସେବା ନିର୍ଦ୍ଦେଶକ ଜର୍ଜ ସୁଆରେଜ୍ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସ୍ପେନର ସାମରିକ ଜରୁରୀକାଳୀନ ସେବା ୟୁନିଟ୍ର କର୍ମଚାରୀମାନେ ମଧ୍ୟ ମୁତୟନ ହୋଇଥିଲେ। କିନ୍ତୁ ଆହୁରି ୧୯ ଜଣ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ଅଛନ୍ତି। ଘଟଣା ସମୟରେ ଦୁଇଟି ଆପାର୍ଟମେଣ୍ଟରେ ସମୁଦାୟ କେତେ ଲୋକ ଥିଲେ କିମ୍ବା କେତେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ।

Share Now:

Kalinga News Beuro

Next Post

୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କଲେ ବିଏସ୍‌ଏଫ୍‌ ଯବାନ : ବୋମା ଖଞ୍ଜିଥିଲେ ନକ୍ସଲ

Sat Feb 24 , 2024
ରାୟଗଡ଼ା: ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍‌ ଯବାନ। ଅପରେସନରେ ଯାଇଥିବା ବେଳେ ହୋଇଥାନ୍ତେ ଲ୍ୟାଣ୍ଡମାଇନର ଶିକାର। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ଜଙ୍ଗଲରେ। ୧୪୨ ବାଟାଲିୟନର ବିଏସ୍‌ଏଫ୍‌ ଯବାନ ସିଲାକୋଟା ଅଞ୍ଚଳରୁ ସର୍ଚ୍ଚ ଅପରେସନ ଯାଇଥିବା ସମୟରେ ଲ୍ୟାଣ୍ଡମାଇନ ଲାଗିଥିବାର ଜାଣିବାକୁ ପାଇଥିଲେ। ପରେ ବୋମା ନିଷ୍କ୍ରିୟ ଦଳକୁ ଡାକି ସର୍ଚ୍ଚ କରିବା ସମୟରେ ତିନୋଟି ଲ୍ୟାଣ୍ଡ ମାଇନ ଉଦ୍ଧାର କରିଥିଲେ। ଦୁଇଟିର ଓଜନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial