ପ୍ରିନ୍ସ ଚାର୍ଲ୍ସ ହେଲେ କିଙ୍ଗ ଚାର୍ଲ୍ସ : ବିନା ପାସପୋର୍ଟରେ ଯାତ୍ରା କରିପାରିବେ କିଙ୍ଗ ଚାର୍ଲ୍ସ

କିଙ୍ଗ ଚାର୍ଲ୍ସ

ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ୍ (ଦ୍ବିତୀୟ)ଙ୍କର ମୃତ୍ୟୁ ପରେ ତାଙ୍କ ବଡ଼ପୁଅ ପ୍ରିନ୍ସ ଚାର୍ଲ୍ସଙ୍କୁ ନୂତନ ରାଜା ଘୋଷଣା କରାଯାଇଛି। ବ୍ରିଟେନର ନୂତନ ରାଜା ଏପରି ସ୍ୱତନ୍ତ୍ର ରାଜକୀୟ ସୁବିଧା ସୁଯୋଗ ପାଇବେ ଯାହା ଦୁନିଆରେ ଆଉ କେହି ବି ହେଲେ ପାଇନାହାନ୍ତି। ଯେପରିକି ବ୍ରିଟେନର ରାଜା ବିନା ପାସପୋର୍ଟରେ ଯାତ୍ରା କରିବା ସହ ବିନା ଲାଇସେନ୍ସରେ ମଧ୍ୟ ଡ୍ରାଇଭ୍ କରିପାରିବେ। ଆହୁରି ଅନେକ ସ୍ୱତନ୍ତ୍ର ସୁବିଧା ମଧ୍ୟ ବ୍ରିଟେନର ରାଜାଙ୍କ ପାଇଁ ଉପଲବ୍ଧ ରହିଛି। ବିଶେଷ କଥା ହେଉଛି, କିଙ୍ଗ ଚାର୍ଲ୍ସ ଇଂଲଣ୍ଡର ସମସ୍ତ ମ୍ୟୁଟ ରାଜ-ହଂସର ମାଲିକ ହେବେ ଏବଂ ସେ ବର୍ଷକୁ ଦୁଇଥର ବ୍ରିଟେନର ରାଜାଙ୍କ ଜନ୍ମଦିନ ପାଳନ କରିବାର ପରମ୍ପରା ମଧ୍ୟ ଆରମ୍ଭ କରିପାରିବେ। କିଙ୍ଗ ଚାର୍ଲ୍ସ ତୃତୀୟ ବିନା ପାସପୋର୍ଟରେ ଦୁନିଆର ଯେ କୌଣସି ସ୍ଥାନକୁ ଯାତ୍ରା କରିପାରିବେ। ଅନ୍ୟ ରାଜ ପରିବାରର ସଦସ୍ୟଙ୍କ ପରି ବ୍ରିଟେନର ରାଜାଙ୍କୁ ମଧ୍ୟ ପାସପୋର୍ଟର ଆବଶ୍ୟକତା ପଡ଼ିବା ନାହିଁ, କାରଣ ରାଜାଙ୍କ ନାମରେ ହିଁ ପାସପୋର୍ଟ ଦିଆଯାଉଥିବାରୁ ବ୍ରିଟେନର ଏହି ଏକମାତ୍ର ବ୍ୟକ୍ତି ଯିଏ ବିନା ଲାଇସେନ୍ସରେ ଗାଡ଼ି ଚଳାଇ ପାରିବେ। ମହାରାଣୀ ଏଲିଜାବେଥ୍ (ଦ୍ବିତୀୟ)ଙ୍କର ଦୁଇଟି ଜନ୍ମଦିନ ପାଳନ କରାଯାଉଥିଲା। ପ୍ରଥମଟି ଥିଲା ତାଙ୍କର ପ୍ରକୃତ ଜନ୍ମଦିନ, ଯାହା ଏପ୍ରିଲ୍ ୨୧ରେ ପାଳନ କରାଯାଇଥିଲା, ଦ୍ୱିତୀୟଟି ହେଉଛି ଏକ ସରକାରୀ ସାର୍ବଜନୀନ କାର୍ଯ୍ୟକ୍ରମ, ଯାହା ଜୁନ୍ ଦ୍ୱିତୀୟ ମଙ୍ଗଳବାରରେ ପାଳନ ହେଉଥିଲା। ଚାର୍ଲ୍ସଙ୍କ ଜନ୍ମଦିନ ନଭେମ୍ବର ୧୪ ଶୀତ ଆରମ୍ଭରୁ ପଡ଼ୁଥିବାରୁ, ସେ ଗରମ ପାଗରେ ତାଙ୍କର “ସରକାରୀ ଜନ୍ମଦିନ” ପାଳନ କରିବେ। ସାର୍ବଜନୀନ ଉତ୍ସବ ପାଳନ କରିବାର ପରମ୍ପରା ୨୫୦ ବର୍ଷ ପୁରୁଣା ଏବଂ ଏଥିରେ ସାମରିକ ପରେଡରେ ୧୪୦୦ରୁ ଅଧିକ ସୈନିକ, ୨୦୦ ଘୋଡ଼ା ଓ ୪୦୦ ସଙ୍ଗୀତଜ୍ଞ ରହିଛନ୍ତି। ବ୍ରିଟିଶ ଶାସକମାନେ ଭୋଟ୍ ଦିଅନ୍ତି ନାହିଁ ଏବଂ ନିର୍ବାଚନରେ ମଧ୍ୟ ଠିଆ ହୋଇପାରିବେ ନାହିଁ। ଦେଶର ସର୍ବୋଚ୍ଚ ଅଧିକାରୀ ହୋଇଥିବାରୁ ତାଙ୍କୁ ରାଜନୈତିକ ପ୍ରସଙ୍ଗରେ ଚୁପ ରହିବାକୁ ପଡ଼ିଥାଏ। ସେ ସଂସଦ ଅଧିବେଶନର ଆନୁଷ୍ଠାନିକ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ସଂସଦର ଆଇନକୁ ଅନୁମୋଦନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସହ ସାପ୍ତାହିକ ବୈଠକ ମଧ୍ୟ କରିଥାନ୍ତି।

Share Now:

Kalinga News Beuro

Next Post

ହାଇଦ୍ରାବାଦରେ ଅପଦସ୍ତ ହେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

Fri Sep 9 , 2022
ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କଲେ ଯୁବକ। ଏହି ବ୍ୟକ୍ତିଜଣକ ମୁଖ୍ୟମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରୁଥିବାବେଳେ ଉପସ୍ଥିତ କର୍ମୀମାନେ ତୁରନ୍ତ ସେହି ଯୁବକଙ୍କୁ ମଞ୍ଚ ଉପରୁ ତଳକୁ ନେଇଯାଇଥିଲେ। ତେବେ ଏହି ବ୍ୟକ୍ତିଜଣକ ହଠାତ ମୁଖ୍ୟମନ୍ତ୍ରୀଙ୍କ ମାଇକ ଛଡାଇନେଇଥିବାବେଳେ ଏହି ଦୃଶ୍ୟ ଦେଖି ମଞ୍ଚରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ […]
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅପଦସ୍ଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial