ଲମ୍ବା ସମୟ ଧରି ୟୁକ୍ରେନକୁ ସାମରିକ ସହାୟତା କରିବାକୁ ପ୍ରସ୍ତୁତ : ନାଟୋ

ୟୁକ୍ରେନକୁ ସାମରିକ ସହାୟତା

କିବ୍ : ରୁଷ ବିରୋଧୀ ଯୁଦ୍ଧରେ ୟୁକ୍ରେନକୁ ଲମ୍ବା ସମୟ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ ବୋଲି ନାଟୋ କହିଛି। ନାଟୋର ମହାସଚିବ ଜେନ୍ସ ଷ୍ଟୋଟେନବର୍ଗ କହିଛନ୍ତି ଯେ ବର୍ଷ ବର୍ଷ ଧରି ୟୁକ୍ରେନକୁ ସହାୟତା ପାଇଁ ନାଟୋ ପ୍ରସ୍ତୁତ ଅଛି। ୟୁକ୍ରେନ ପାଖରେ ଥିବା ସୋଭିଏତ ସମୟର ଅସ୍ତ୍ରଅସ୍ତ୍ରକୁ ବଦଳାଇ ଅତ୍ୟାଧୁନିକ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ନାଟୋ ପ୍ରସ୍ତୁତ ଅଛି। ବ୍ରସେଲ୍ସଠାରେ ସେ କହିଛନ୍ତି ଯେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ କାରଣ ଏହି ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିବାର ଆଶଙ୍କା ରହିଛି।
ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନାଟୋ ଦେଶଗୁଡିକୁ ରୁଷ ଚେତାବନୀ ଶୁଣାଇବା ପରିପ୍ରେକ୍ଷୀରେ ନାଟୋର ଏହି ବୟାନ ବେଶ ଗୁରୁତ୍ବ ବହନ କରୁଛି। ଏକ ବୟାନ ଜାରି କରି ରୁଷ କହିଥିଲା ଯେ ୟୁକ୍ରେନକୁ ନାଟୋର ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଣ ସମଗ୍ର ୟୁରୋପର ସୁରକ୍ଷା ଓ ସ୍ଥିରତାକୁ ବିପନ୍ନ କରୁଛି। ୟୁକ୍ରେନ ଉପରେ ରୁଷ ଚଳାଇଥିବା ଆକ୍ରମଣକୁ ବନ୍ଦ କରିବାକୁ ପାଶ୍ଚାତ୍ୟ ଦେଶ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଚାପ ପ୍ରୟୋଗ କରିବା ଉଚିତ ବୋଲି ଷ୍ଟୋଟେନବର୍ଗ କହିଛନ୍ତି। ସୂଚନାଯୋଗ୍ୟ ଯେ, ରୁଷ ଆକ୍ରମଣର ପ୍ରତିରୋଧ କରିବାକୁ ଆମେରିକା ସରକାର ୟୁକ୍ରେନ ପାଇଁ ୮୦୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି। ଏହି ସହାୟତା ମାଧ୍ୟମରେ ପେଣ୍ଟାଗନ୍ ପକ୍ଷରୁ ୟୁକ୍ରେନକୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ। ସେଗୁଡ଼ିକ ମଧ୍ୟରେ ରହିଛି ଫିନିକ୍ସ ଘୋଷ୍ଟ ଡ୍ରୋନ ଓ ହାଓ୍ବିତଜର ତୋପ।

Share Now:

Kalinga News Beuro

Next Post

ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ

Thu Apr 28 , 2022
ଜୟପୁର: କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଆସନ୍ତା ୩୦ ଏବଂ ୧ମେ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସୁଥିବା ଜିଲ୍ଲା ବିଜେପି ମିଡିଆ ସଂଯୋଜକ ସଂଜୟ ବେହେରା ସୂଚନା ଦେଇଛନ୍ତି। ୨୯ ତାରିଖ ସଂଧ୍ୟାରେ ସେ ଭୁବନେଶ୍ବରରୁ ଟ୍ରେନରେ ବାହାରି ୩୦ତାରିଖ ଦିନ ରାୟଗଡ଼ାରେ ପହଞ୍ଚିବେ। ରାୟଗଡ଼ାରୁ କୋରାପୁଟ ଜିଲ୍ଲାକୁ ସେ ରାସ୍ତାରେ ଆସିବେ। କୋରାପୁଟ ଜିଲ୍ଲାରେ ସେ କୁନ୍ଦ୍ରା ବ୍ଲକର ରାଣୀଗଡ଼ ଠାରେ […]
ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial