ଯୁଦ୍ଧ ପ୍ରସ୍ତୁତିରେ ଲାଗିପଡ଼ିଛି ଚୀନ

ଯୁଦ୍ଧ ପ୍ରସ୍ତୁତିରେ ଲାଗିପଡ଼ିଛି ଚୀନ

ବେଜିଂ: ତାଇୱାନ ଏବଂ ଦକ୍ଷିଣ ଚୀନ୍ ସାଗରକୁ ନେଇ ତିକ୍ତତା ମଧ୍ୟରେ ଚୀନ୍ ଯୁଦ୍ଧାଭ୍ୟାସର ଏକ ଭିଡିଓ ଜାରି କରିଛି। ଏହି ଭିଡିଓକୁ ଦେଖିଲେ ଲାଗୁଛି ଯେପରି ଚୀନ୍ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ବିଶେଷଜ୍ଞମାନେ ଏହାକୁ ତାଇୱାନ ଉପରେ ଆକ୍ରମଣ ପାଇଁ ଏକ ପ୍ରସ୍ତୁତି ଭାବରେ ଦେଖୁଛନ୍ତି। ରିଲିଜ୍ ହୋଇଥିବା ଯୁଦ୍ଧାଭ୍ୟାସ ଭିଡିଓରେ ଚାଳିଶ ହଜାର ଟନ୍ ଓଜନ ବିଶିଷ୍ଟ ଟାଇପ ୦୭୫ ଯୁଦ୍ଧ ଜାହାଜ ଦୃଶ୍ୟମାନ ହେଉଛି। ଏହି ଯୁଦ୍ଧ ଜାହାଜ ଏକାସାଙ୍ଗରେ ତିରିଶ ହେଲିକପ୍ଟର ଏବଂ ଏକ ହଜାର ସୈନିକ ନେଇପାରିବ। ଏହି ଯୁଦ୍ଧାଭ୍ୟାସ କେବେ ଏବଂ କେଉଁଠାରେ କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଚୀନ୍ ଏହି ଭିଡିଓକୁ ଏମିତି ଏକ ସମୟରେ ରିଲିଜ କରିଛି ଯେତେବେଳେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମିଳିତ ଭାବେ ଯୁଦ୍ଧାଭ୍ୟାସ କରିଛନ୍ତି। ଚୀନର ସାମରିକ ବିଶେଷଜ୍ଞ ସଙ୍ଗ ଜୋଙ୍ଗପିଙ୍ଗ କହିଛନ୍ତି ଯେ ତାଇୱାନ ସହ ସମ୍ଭାବ୍ୟ ଯୁଦ୍ଧ ପାଇଁ ସୈନ୍ୟବାହିନୀର ଅଭ୍ୟାସ ହେଉଛି। ଜଣେ ସାମରିକ ଅଧିକାରୀ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ଯେ ତାଇୱାନ ଏବଂ ଅନ୍ୟାନ୍ୟ ଦେଶ ଦୀର୍ଘ ଦିନରୁ ବିଶ୍ୱାସ କରିଆସୁଛନ୍ତି ଯେ ଚୀନ ପାଖରେ ଯୁଦ୍ଧ କରିବାକୁ ଶକ୍ତି ନାହିଁ। ଏହି ଯୁଦ୍ଧାଭ୍ୟାସ ଅନ୍ୟ ଦେଶମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥାଏ ଯେ ଆମେ ଆମର ନିରାପତ୍ତା ପାଇଁ ସମ୍ପୂର୍ଣ୍ଣ ସକ୍ଷମ। ବାସ୍ତବରେ ନିକଟରେ ତାଇୱାନର ଉପ-ରାଷ୍ଟ୍ରପତି ଲାଇ ଚିଙ୍ଗ୍ ଚୀନକୁ ଏହାର ସୀମା ମଧ୍ୟରେ ରହିବାକୁ ଚେତାବନୀ ଦେଇଥିଲେ। ତାଇୱାନ ସ୍ପଷ୍ଟ ଭାବରେ କହିଥିଲା ଯେ ଏହା ଚୀନ୍ ଅଧୀନ ନୁହେଁ। ଯାହାପରେ ଏହି ଯୁଦ୍ଧାଭ୍ୟାସ କରାଯାଇଛି।

Share Now:

Kalinga News Beuro

Next Post

ଘରୋଇ ସଂସ୍ଥା କର୍ମଚାରୀଙ୍କୁ ମିଳିବ ଇ-ପରମିସନ

Sun May 16 , 2021
କଟକ: ସହରରେ ଆଇଟି, ଶିଳ୍ପାଞ୍ଚଳ କିମ୍ବା ଅନ୍ୟ ଘରୋଇ ସଂସ୍ଥାକୁ ଆଜିଠାରୁ ଅନଲାଇନରେ ମିଳିଛି ଇ-ପରମିସନ। କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ଆପ୍ ମାଧ୍ୟମରେ ଏହି ପାସ୍ ସହରର ଘରୋଇ ସଂସ୍ଥାକୁ ଅନଲାଇନରେ ପରମିସନ୍ ଜେନେରେଟ୍ କରି ଯୋଗାଇ ଦେବ। ପରମିସନ୍ ପାଇଁ ଡିସିପିଙ୍କ ଅଫିସକୁ ଘରୋଇ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଆସିବାକୁ ପଡ଼ିବ ନାହିଁ କି ପୁଲିସର ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ପଡ଼ିବ ନାହିଁ। କିନ୍ତୁ ପାସ୍ […]
ଘରୋଇ ସଂସ୍ଥା କର୍ମଚାରୀଙ୍କୁ ମିଳିବ ଇ-ପରମିସନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial