ମହିଳା ବିଶ୍ୱକପ୍‌ ହକି: କ୍ୱାର୍ଟର୍ ଫାଇନାଲ୍‌ରେ ଭାରତ

ନୂଆଦିଲ୍ଲୀ: ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିରେ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଇଟାଲୀକୁ ୩-୦ ଗୋଲ୍‌ରେ ପରାସ୍ତ କରି ଦଳ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି।

ଗତକାଲି ମ୍ୟାଚ୍‌ରେ ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି। ଦଳ ପକ୍ଷରୁ ପ୍ରଥମ ୯ ମିନିଟ୍‌ରେ ଲାଲ୍‌ ରେମିସିଆନି ପ୍ରଥମ ଗୋଲ୍‌ ସ୍କୋର୍‌ କରିଥିଲେ। ୪୫ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ କରିଥିଲେ ନେହା ଗୋୟଲ। ସେହିପରି ୫୫ ମିନିଟ୍‌ରେ ବନ୍ଦନା କାଟାରିଆ ତୃତୀୟ ଗୋଲ୍‌ କରିଥିଲେ।

 
ଆସନ୍ତାକାଲି କ୍ୱାର୍ଟର ଫାଇନାଲ୍‌ରେ ଭାରତ ଆୟାର୍ଲାଣ୍ଡକୁ ଭେଟିବ। ଗ୍ରୁପ୍‌ ବିରେ ସ୍ଥାନ ପାଇଥିବା ଭାରତ ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍ ୧-୧ ଗୋଲ୍‌ରେ ଡ୍ର ରହିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଆୟାର୍ଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ଦଳ। ଦଳ ତାର ତୃତୀୟ ଲିଗ୍ ମ୍ୟାଚ୍‌ ଆମେରିକା ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍ ୧-୧ରେ ଡ୍ର ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ହକି ପାଇଁ ଦେଶବ୍ୟାପୀ ହୃଦ୍‌ସ୍ପନ୍ଦନ ଅଭିଯାନ

Wed Aug 1 , 2018
ଭୁବନେଶ୍ୱର: ‘ସକାଳେ ପର୍ଯ୍ୟଟନ, ସଂଧ୍ୟାରେ ହକି’ କିମ୍ବା ‘ସକାଳେ ସର୍ଫିଂ, ସଂଧ୍ୟାରେ ଆକ୍ସନ’ର ପରିକଳ୍ପନା ନେଇ ଆସିଛି ବିଶ୍ୱକପ୍‌ ହକି। ଓଡ଼ିଶା ହକି ବିଶ୍ୱକପ୍‌ ପାଖେଇ ଆସୁଛି। ୪ ମାସରୁ କମ୍‌ ସମୟ ରହିଛି। ଏହି ଖେଳକୁ ସମର୍ଥନ କରିବା ପାଇଁ ସବୁ ଭାରତୀୟଙ୍କ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ଓଡ଼ିଶା ସରକାର ଏବେ ୩୬୦ ଡିଗ୍ରି ଅଭିଯାନ ଆରମ୍ଭ କରିସାରିଛନ୍ତି। ଲଣ୍ଡନ୍‌ରେ ଚାଲିଥିବା ମହିଳା ବିଶ୍ୱକପ୍‌ ବେଳେ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial