ଭୂତ ସହର ପାଲଟିଲା ଉହାନ୍‌, ମକାଓ : ଚୀନ୍‌ର ୨୪ଟି ପ୍ରମୁଖ ସହର ଏବେ ବନ୍ଦ

ବେଜିଂ : କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ଚୀନ୍‌ର ଉହାନ୍‌ ଏବେ ଭୂତ ସହର ପାଲଟିଥିବା ବେଳେ ମକାଓ ବି ଭୂତ ସହରରେ ପରିଣତ ହୋଇଛି। ଦୁଇ ବିଶାଳ ସହରର ରାସ୍ତାଘାଟ ଶୂନଶାନ ରହିଛି ଏବଂ କାଁ ଭାଁ ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ଭାଇରସ୍‌ ମୁକାବିଲାରେ ନିୟୋଜିତ ସଦସ୍ୟଙ୍କୁ ହିଁ ଦେଖିବାକୁ ମିଳୁଛି। କରୋନା ଯୋଗୁଁ ଚୀନ୍‌ରେ ବର୍ତମାନ ସୁଦ୍ଧା ୪୯୦ ଜଣଙ୍କ ମୃତ୍ୟୁ ହେଲାଣି। ୨୪,୩୦୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି।

ସୋମବାର ଦିନ ଆଉ ୬୪ ଜଣ ପ୍ରାଣ ହରାଇଥିବାର ଖବର ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ କରୋନା ପାଇଁ ଚୀନ୍‌ର ୨୪ଟି ପ୍ରମୁଖ ସହର ଏବେ ବନ୍ଦ ହୋଇଯାଇଛି। ସ୍ଥିତି ଅଣାୟତ୍ତ ହୋଇଯାଉଥିବାରୁ ଚୀନ୍‌ରେ ଜିମ୍ନାସିୟମ୍‌ ଏବଂ ପ୍ରଦର୍ଶନୀ କେନ୍ଦ୍ର ଅସ୍ଥାୟୀ ହସ୍ପିଟାଲ୍‌ରେ ପରିଣତ ହେବ ବୋଲି ଘୋଷଣା କରାଯାଇଛି। ହଂକଂ ଜିମ୍ନାସିୟମ୍‌, ଉହାନ୍‌ ଅନ୍ତର୍ଜାତୀୟ କନଫରେନ୍ସ ଏବଂ ପ୍ରଦର୍ଶନୀ କେନ୍ଦ୍ର ସହ ବିଭିନ୍ନ ସାଂସ୍କୃତିକ ଭବନଗୁଡ଼ିକ ଅସ୍ଥାୟୀ ହସ୍ପିଟାଲ୍‌ରେ ପରିଣତ ହେବ। ଭାଇରସ୍‌ ଯୋଗୁଁ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଲୋକମାନଙ୍କୁ ବଳପୂର୍ବକ ଘରେ ଅଟକ ରଖାଯାଉଛି। ମକାଓରେ ଥିବା ହୋଟେଲ୍‌ଗୁଡ଼ିକ ଖାଲି ପଡ଼ିଛି। ମକାଓ ଅର୍ଥନୀତି ପାଇଁ ଭାଇରସ୍‌ ଘାତକ ସାଜିଛି। ୨୫ରୁ ଅଧିକ ଦେଶକୁ ଭାଇରସ୍‌ ବ୍ୟାପିଥିବା ବେଳେ ବେଲ୍‌ଜିୟମରେ ମଧ୍ୟ ପ୍ରଥମ କରୋନା ଭାଇରସ୍‌ ମାମଲା ସାମ୍ନାକୁ ଆସିଛି। ଫିଲିପାଇନ୍ସରେ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ୧୦୫ ରୋଗୀଙ୍କୁ ଭଲଭାବେ ଯାଞ୍ଚ କରୁଛି। ସିଙ୍ଗାପୁରରେ ସମୁଦାୟ ୬ ଜଣ ଭାଇରସ୍‌ ଆକ୍ରାନ୍ତ ଥିବା ବେଳେ ମାଲେସିଆରେ ୧୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆଜି ଉଦ୍‌ଘାଟନ ହେବ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନୀ, ୧୭ ଦେଶର ୪୮ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ

Fri Feb 7 , 2020
ଭୁବନେଶ୍ୱର: କଳା ଓ କଳାକାରଙ୍କ ଉପରେ ଆୟୋଜିତ ହୋଇ ଆସୁଥିବା ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଆସନ୍ତା ୮ ଓ ୯ ତାରିଖ ଦୁଇଦିନ ଧରି ଇଡ୍‌କଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ। ଏଥି‌ମଧ୍ୟରେ ଓଡ଼ିଆ ଓ ଓଡ଼ିଶା ସଂକ୍ରାନ୍ତ ୧୨ଟି ଚଳଚ୍ଚିତ୍ର ଦେଖିବାର ସୁ‌ଯୋଗ ମିଳିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial