ସ୍ବୀକାର କଲା ପାକିସ୍ତାନ: ପାକ୍‌ ଆତଙ୍କବାଦୀ ହିଁ ୨୬/୧୧ ଆକ୍ରମଣ କରିଥିଲେ

ସ୍ବୀକାର କଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ପିଟିଆଇ ଶେଷରେ ସତ ଓଗାଳି ଦେଇଛି। ବୁଧବାର ଦେଶର ଜଣେ ସାମ୍ବାଦିକଙ୍କ ସହ ବିତର୍କ ସମୟରେ ପିଟିଆଇ ଏହା ସ୍ବୀକାର କରିଛି ଯେ, ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀ ସମ୍ପୃକ୍ତ। ମହମ୍ମଦ ଅଜମଲ ଅମିର କସବ ଏବଂ ଅନ୍ୟ ଆତଙ୍କବାଦୀମାନେ ମୁମ୍ବାଇ ଆକ୍ରମଣରେ ସାମିଲ ଥିଲେ ବୋଲି ପିଟିଆଇ ମୁଖପାତ୍ର ଅବଦୁଲ ସମାଦ ୟାକୁବ ସ୍ବୀକାର କରିଥିଲେ। ଏଥିରୁ ମୁମ୍ବାଇ ଆକ୍ରମଣ ନେଇ ଆଜି ପର୍ଯ୍ୟନ୍ତ ପାକିସ୍ତାନର ଛଳନା ପଦାରେ ପଡ଼ିଯାଇଛି।

Share Now:

Kalinga News Beuro

Next Post

ପୋଷଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି : ଅପପୁଷ୍ଟିରେ ଶତାଧିକ ଶିଶୁ

Fri Oct 1 , 2021
ରାସାୟନିକ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ, ସହାୟକ ହେଉନି ସ୍ପିରୁଲିନା, ଚିକି ସୁନ୍ଦରଗଡ଼: ସେପ୍ଟେମ୍ବର ୨୧ରେ ଲହୁଣିପଡ଼ା ବ୍ଲକ ଶସ୍ୟକଳା ପଞ୍ଚାୟତ ଦମାଳୁ ଗ୍ରାମର ବିଧବା ଇନ୍ଦୁ ତୁରୀଙ୍କ ଅପପୁଷ୍ଟିରେ ପଡ଼ିଥିବା ୮ ବର୍ଷର ପୁଅ ଚିକିତ୍ସା ନପାଇ ଅତି ଶୋଚନୀୟ ଭାବେ ପ୍ରାଣ ହରାଇଥିଲେ। ତାର ଅନ୍ତିମ ସଂସ୍କାର ସରୁ ସରୁ ୬ ବର୍ଷର ଝିଅ ଗୁରୁତର ହୋଇପଡ଼ିଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ନଆସିବାରୁ […]
ପୋଷଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial