ଦୀପାବଳିରେ ଭାରତ-ପାକ୍‌ ଯବାନଙ୍କ ମଧ୍ୟରେ ହେଲା ମିଠା ଦିଆନିଆ

ଦୀପାବଳିରେ ଭାରତ-ପାକ୍‌ ଯବାନ

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଭାରତ ଏବଂ ପାକିସ୍ତାନର ସେନା ମଧ୍ୟରେ ଆଜି (ଗୁରୁବାର) ନିୟନ୍ତ୍ରଣ ରେଖା ଉପରେ ଥିବା ତିଥୱାଲ କ୍ରସିଂ ବ୍ରିଜରେ ମିଠା ବିନିମୟ ହୋଇଛି। ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ପାକିସ୍ତାନ ରେଞ୍ଜର୍ସ ମଧ୍ୟ ଗୁଜୁରାଟର ଅଟାରୀ-ୱାଘା ଏବଂ ଭାରତ- ପାକିସ୍ତାନ ଆନ୍ତର୍ଜାତୀୟ ସୀମା ଏବଂ ରାଜସ୍ଥାନର ବାରମେର ସେକ୍ଟରରେ ପରସ୍ପର ମଧ୍ୟରେ ମିଠା ପ୍ୟାକେଟର ବିନିମୟ କରିଥିବା ଜାଣିବାକୁ ମିଳିଛି। ଏହି ଉତ୍ସବକୁ ପାଳନ କରିବା ପାଇଁ ବିଏସଏଫ ଯବାନମାନେ ଗତକାଲି ରାତିରେ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ଥିବା ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ସହିତ ମିଠା ବିନିମୟ କରିଥିଲେ। ଗୁଆହାଟି ଫ୍ରଣ୍ଟିୟର (ବିଏସଏଫ)ର ସରକାରୀ ହ୍ୟାଣ୍ଡେଲ ଟୁଇଟ୍‌ କରି କହିଛି, ଦୀପାବଳିର ଶୁଭ ଅବସରରେ ଏଫଟିଆରର ସୀମା ସୁରକ୍ଷା କର୍ମୀମାନେ ଭାରତ- ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ସହିତ ମିଠା ପ୍ୟାକେଟର ବିନିମୟ କରିବା ସହ ପରସ୍ପରକୁ ଦୀପାବଳିର ଅଭିନନ୍ଦନ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ, ଇଦ୍‌, ହୋଲି, ଦୀପାବଳି ଭଳି ପ୍ରମୁଖ ପର୍ବପର୍ବାଣୀରେ ଭାରତ ଏବଂ ପାକିସ୍ତାନର ସେନା ଯବାନଙ୍କ ମଧ୍ୟରେ ମିଠା ବିନିମୟ କରିବାର ପରମ୍ପରା ରହିଛି।

Share Now:

Kalinga News Beuro

Next Post

କଳିଙ୍ଗବିହାର ଡବଲ୍ ମର୍ଡର ଘଟଣା : ଋଣଭାର ପାଇଁ ପତ୍ନୀ ଓ ପୁଅଙ୍କ ହତ୍ୟାକାରୀ ସାଜିଲା ବାବି

Thu Nov 4 , 2021
ମାନସିକ ସ୍ଥିତି ଠିକ୍ ନଥିବାରୁ କଡ଼ା ନଜରରେ ଭୁବନେଶ୍ୱର : ତମାଣ୍ଡୋ ଥାନା ଅଧୀନସ୍ଥ କଳିଙ୍ଗବିହାର କେ-୪ରେ ଡବଲ୍ ମର୍ଡର ଘଟଣାରେ ପୁଲିସ ହାତରେ ଆଜି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ଗତ ୧ତାରିଖ ରାତି ପ୍ରାୟ ୩ଟାରେ ହତ୍ୟାକାରୀ ଅବନ୍ତି ବିଜୟ ମଙ୍ଗରାଜ ଓରଫ୍‌ ବାବି ପ୍ରଥମେ ନିଦରେ ଶୋଇଥିବା ସ୍ତ୍ରୀ ସ୍ବର୍ଣ୍ଣଲତାକୁ ଓଢ଼ଣି ଗୁଡ଼ାଇ ମାରିବା ପରେ ପୁଅ ତୃପ୍ତିଦୀପ୍ତିକୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା […]
କଳିଙ୍ଗବିହାର ଡବଲ୍ ମର୍ଡର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial