ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମଂଗଳବାର ସକାଳ ୯ଟା ୨ ମିନିଟ୍‌ରେ ଚନ୍ଦ୍ରମାର କକ୍ଷରେ ପ୍ରବେଶ କରିଛି। ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେବା ପାଇଁ ଏହାକୁ ପ୍ରାୟ ୩୦ ମିନିଟ୍‌ ସମୟ ଲାଗିଥିଲା। ୨୩ ଦିନ ପୃଥିବୀର କକ୍ଷପଥରେ ଘୂରି ବୁଲିବା ପରେ ଚନ୍ଦ୍ରଯାନ ୨ ଚନ୍ଦ୍ରର କକ୍ଷରେ ପହଞ୍ଚିବା ପାଇଁ ୬ ଦିନ ସମୟ ନେଇଛି। ଚନ୍ଦ୍ର ପୃଷ୍ଠରେ ପୂର୍ବରୁ ନିର୍ଦ୍ଧାରିତ ଦକ୍ଷିଣ ପାର୍ଶ୍ୱରେ ଚନ୍ଦ୍ରଯାନ ୨ର ସୂକ୍ଷ୍ମ ଅବତରଣ ହେବ। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ. ଶିବନ କହିଛନ୍ତି ଯେ ଚନ୍ଦ୍ରଯାନ-୨ର ସବୁଠାରୁ ଜଟିଳ ପର୍ଯ୍ୟାୟ ଏବେ ସଂପୂର୍ଣ୍ଣ ହୋଇଛି ଏବଂ ଏହା ସଂପୂର୍ଣ୍ଣ ସଫଳତାର ସହ ଚନ୍ଦ୍ରର କକ୍ଷରେ ଅବସ୍ଥାପିତ ହୋଇଛି। ୨ ସେପ୍‌ଟେମ୍ବରରେ ଲ୍ୟାଣ୍ଡର୍‌ ଅର୍ବିଟରଠାରୁ ଅଲଗା ହୋଇଯିବ ଏବଂ ୩ ସେପ୍‌ଟେମ୍ବରରେ ଚନ୍ଦ୍ରଯାନ ୩ ସେକେଣ୍ଡ ପାଇଁ ସ୍ଥାନ ବଦଳାଇବ। ଏଥିରୁ ଲ୍ୟାଣ୍ଡର୍‌ ସିଷ୍ଟମ ସଠିକ୍ ଢଙ୍ଗରେ କାମ କରୁଥିବା ସଂପର୍କରେ ଜଣାପଡ଼ିବ। ୭ ସେପ୍‌ଟେମ୍ବର ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହାପରେ ରୋଭର୍‌ ଚନ୍ଦ୍ରର ଗଠନ ଏବଂ ଅନ୍ୟ ଖଣିଜ ପଦାର୍ଥର ସ୍ଥିତି ନେଇ ତଥ୍ୟ ସଂଗ୍ରହ କରିବ।

Share Now:

Kalinga News Beuro

Leave a Reply

Next Post

ପୁଲିସ ପଞ୍ଝାରେ ୫ ହାଇୱେ ଲୁଟେରା, ଗଞ୍ଜେଇ ଗାଡ଼ିକୁ ଦେଉଥିଲେ ଏସ୍କର୍ଟ

Wed Aug 21 , 2019
ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥରେ ଦାମୀ ଦାମୀ ବାଇକ୍‌ ଛଡ଼ାଇ ନେଉଥିବା ୫ଜଣିଆ ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, କଟକ ତିଗିରିଆ ଥାନା ପଙ୍କାଳର ଅର୍ବାଜ୍ ଖାଁ ଓରଫ୍ ରକି(୧୯), ସେହି ଥାନା ଜେମାଦେଇପୁରର ବିଶ୍ୱନାଥ ବାରିକ ଓରଫ୍ ମଣ୍ଟୁ(୨୨), ନୟାଗଡ଼ ଫତେଗଡ଼ ଥାନା ବାଇଗିଣିଆ ବଡ଼ସାହିର ଯୋଗେଶ୍ୱର ଦାସ ଓରଫ ପପୁ(୨୫), ବରମୁଣ୍ଡା ମହାବୀର ବସ୍ତିରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial