ଦକ୍ଷିଣ କୋରିଆ ସୀମାନ୍ତରେ ଉତ୍ତର କୋରିଆର ଲଢୁଆ ଯୁଦ୍ଧ ବିମାନ ଉଡାଣ

ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ

ସିଓଲ୍‌: ଆଜି ସାମରିକ ସୀମାନ୍ତରେ ୪ ଘଣ୍ଟା କାଳ ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଉଡୁଥିବା କଥା ଚିହ୍ନଟ କରିବା ପରେ ଦକ୍ଷିଣ କୋରିଆ ତୁରନ୍ତ ତା’ର ଲଢୁଆ ଜେଟ୍‌ ଉଡ଼ାଣ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦକ୍ଷିଣ କୋରିଆ ସେନା କହିଛି, ‘ମିଲିଟାରି ଡିମାର୍କେସନ୍‌ ଲାଇନ୍‌’ର ଉତ୍ତରକୁ ୨୦ କିଲୋମିଟର୍‌ ପର୍ଯ୍ୟନ୍ତ ଟଣାଯାଇଥିବା ତଥାକଥିତ ‘ଟ୍ୟାକ୍‌ଟିକାଲ୍‌ ମେଜର୍‌ ଲାଇନ୍‌’ର ଉତ୍ତର ଦିଗରେ ଉତ୍ତର କୋରିଆର ଲଢୁଆ ବିମାନ ଉଡୁଥିଲା। ତାହାର ମୁକାବିଲାସ୍ବରୂପ, ଦକ୍ଷିଣ କୋରିଆ ‘ଏଫ୍‌-୩୫ଏ ଷ୍ଟିଲ୍‌ଥ୍‌ ଫାଇଟର୍‌’ ସମେତ ୮୦ଟି ଲଢୁଆବିମାନ ଉଡ଼ାଣ ଆରମ୍ଭ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ସହିତ ‘ଭିଜିଲାଣ୍ଟ୍‌ ଷ୍ଟର୍ମ’ ବାୟୁସେନା ସମରାଭ୍ୟାସରେ ପ୍ରାୟ ୨୪୦ଟି ଲଢୁଆ ବିମାନ ଅଂଶ ଗ୍ରହଣ କରୁଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ଗତ ମାସରେ ମଧ୍ୟ ଉତ୍ତର କୋରିଆର ୧୦ଟି ଲଢୁଆ ବିମାନ ଉଡ଼ିବୁଲିବାରୁ ଦକ୍ଷିଣ କୋରିଆ ତା’ର ଲଢୁଆବିମାନ ଉଡ଼ାଣ ଆରମ୍ଭ କରିଥିଲା। ଗୁରୁବାର ରାତି ତମାମ ଉତ୍ତର କୋରିଆ ସମୁଦ୍ର ମଧ୍ୟକୁ ୮୦ ରାଉଣ୍ଡ୍‌ରୁ ଅଧିକ କମାଣ ବର୍ଷଣ ଓ ଏକାଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ଆଜି ଲଢୁଆବିମାନ ଉଡ଼ାଣ କରିଛି। ସେଥିରୁ ଗୋଟିଏ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ନିକ୍ଷେପ ବିଫଳ ହୋଇଥିବା ଅନୁମାନ କରାଯାଉଛି।

Share Now:

Kalinga News Beuro

Next Post

ବରିଷ୍ଠ ମହିଳା ପୁଲିସ ଅଧିକାରୀ ନିଜର ସହକର୍ମଚାରୀଙ୍କୁ ଡକାୟତି ହୋଇଥିବା ନେଇ କାହିଁକି ଦେଇଥିଲେ ମିଥ୍ୟା ତଥ୍ୟ

Fri Nov 4 , 2022
ଲକ୍ଷ୍ମୌ: ପୁଲିସର ତତ୍ପରତା ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ମହିଳା ପୁଲିସ ଅଧିକାରୀ ଏକ ନିଆରା ପଦ୍ଧତି ଆପଣାଇଥିଲେ। ସେ ଛଦ୍ମବେଶରେ ଜରୁରୀକାଳୀନ ନମ୍ବରକୁ ଡାଏଲ କରି ପୁଲିସକୁ ସଶସ୍ତ୍ର ଡକାୟତି ବିଷୟରେ ମିଥ୍ୟା ତଥ୍ୟ ଦେଇଥିଲେ। ଖୁସିର ବିଷୟ ହେଉଛି ପୁଲିସ ଏହି ପରୀକ୍ଷାରେ ପାସ ହୋଇ ଯାଇଥିଲା। ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଚାରୁ ନିଗମ ଔରେୟା ପୁଲିସ ଅଧୀକ୍ଷକ ଭାବରେ ପୋଷ୍ଟ […]
ମହିଳା ପୁଲିସ ଅଧିକାରୀଙ୍କ ମିଥ୍ୟା ତଥ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial