ବରିଷ୍ଠ ମହିଳା ପୁଲିସ ଅଧିକାରୀ ନିଜର ସହକର୍ମଚାରୀଙ୍କୁ ଡକାୟତି ହୋଇଥିବା ନେଇ କାହିଁକି ଦେଇଥିଲେ ମିଥ୍ୟା ତଥ୍ୟ

ମହିଳା ପୁଲିସ ଅଧିକାରୀଙ୍କ ମିଥ୍ୟା ତଥ୍ୟ

ଲକ୍ଷ୍ମୌ: ପୁଲିସର ତତ୍ପରତା ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ମହିଳା ପୁଲିସ ଅଧିକାରୀ ଏକ ନିଆରା ପଦ୍ଧତି ଆପଣାଇଥିଲେ। ସେ ଛଦ୍ମବେଶରେ ଜରୁରୀକାଳୀନ ନମ୍ବରକୁ ଡାଏଲ କରି ପୁଲିସକୁ ସଶସ୍ତ୍ର ଡକାୟତି ବିଷୟରେ ମିଥ୍ୟା ତଥ୍ୟ ଦେଇଥିଲେ। ଖୁସିର ବିଷୟ ହେଉଛି ପୁଲିସ ଏହି ପରୀକ୍ଷାରେ ପାସ ହୋଇ ଯାଇଥିଲା। ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଚାରୁ ନିଗମ ଔରେୟା ପୁଲିସ ଅଧୀକ୍ଷକ ଭାବରେ ପୋଷ୍ଟ ହୋଇଛନ୍ତି। ଗତ ଗୁରୁବାର ଦିନ ସେ ଏକ କୁର୍ତ୍ତା ଏବଂ ଚଷମା ପିନ୍ଧି ମୁହଁରେ କପଡ଼ା ଘୋଡାଇ ହୋଇ ଛଦ୍ମବେଶ ଧାରଣ କରିଥିଲେ। ତାଙ୍କୁ ଯେପରି ତାଙ୍କ ସହ କର୍ମଚାରୀମାନେ ଚିହ୍ନି ନପାରନ୍ତୁ ସେ ସେପରି ବେଶ ଧାରଣ କରିଥିଲେ। ଏହା ପରେ ସେ ଜରୁରୀକାଳୀନ ସେବା ନମ୍ବର ୧୧୨ କୁ ଫୋନ କରି ନିଜକୁ ସଶସ୍ତ୍ର ଡକାୟତିର ଶିକାର ବୋଲି କହିଥିଲେ। ସେ କହିଥିଲେ, ‘‘ମୁଁ ସରିତା ଚୌହ୍ବାନ କହୁଛି ଏବଂ ମୋତେ ଦୁଇଜଣ ସଶସ୍ତ୍ର ଲୋକ ଲୁଟି ନେଇଛନ୍ତି’’ ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ ଔରେୟା ପୁଲିସ ଦ୍ୱାରା ପ୍ରକାଶିତ ଭିଡିଓ ଓ ଫଟୋରେ ଆଇପିଏସ ଚାରୁ ନିଗମ ଏକ ନିଛାଟିଆ ସ୍ଥାନରେ ଫୋନ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଫୋନ କଲ ପାଇବା ପରେ ତିନି ଜଣ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୁଲିସ ଅଧିକାରୀ ମହିଳାଙ୍କ ଅଭିଯୋଗ ଶୁଣି ତାଙ୍କୁ ପଚରାଉଚରା କରିଥିଲେ। ସେମାନେ ଜାଣି ନଥିଲେ ଯେ ତାଙ୍କ ଅଧିକାରୀ ତାଙ୍କ କାର୍ଯ୍ୟର ତଦାରଖ କରିବା ପାଇଁ ଏସବୁ କରୁଛନ୍ତି। ଏକ ଘଣ୍ଟା ଧରି ଯାନବାହନ ଯାଞ୍ଚ କରିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ଅଭିଯୋଗ କରିଥିବା ମହିଳା ଆଉ କେହି ନୁହନ୍ତି ସେମାନଙ୍କ ବରିଷ୍ଠ ଅଧିକାରୀ। ପୁଲିସ ଦେଇଥିବା ଟୁଇଟ୍ ଅନୁଯାୟୀ ଆଇପିଏସ୍ ଚାରୁ ନିଗମ୍ ସ୍ଥାନୀୟ ପୁଲିସର ରେସପନ୍ସ ଟାଇମ ଯାଞ୍ଚ କରିବାକୁ ଚାହୁଁଥିଲେ। ଆଉ ସେ ଏଥିରେ ସନ୍ତୋଷ ଅଛନ୍ତି।

Share Now:

Kalinga News Beuro

Next Post

ଲଣ୍ଡନ ସହରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ

Fri Nov 4 , 2022
ଲଣ୍ଡନ: ଲଣ୍ଡନ ସହରର ସାଉଥ୍ ହଲସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀସୁଭଦ୍ରାଙ୍କର ଶ୍ରୀବିଗ୍ରହ ସ୍ଥାପନା ଦିବସ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖ ଦିନ ସେମାନେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀ ସୁଭଦ୍ରାଙ୍କର ଉକ୍ତ ମହାସମାରୋହର ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବରେ ପୂଜ୍ୟା ରାସେଶ୍ଵରୀ ଦେବୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ଲଣ୍ଡନରେ ରହୁଥିବା ଓଡିଆ ସମାଜ ଦ୍ୱାରା ଗଠିତ […]
ଲଣ୍ଡନ ସହରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial