ଲଣ୍ଡନ ସହରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ

ଲଣ୍ଡନ ସହରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ

ଲଣ୍ଡନ: ଲଣ୍ଡନ ସହରର ସାଉଥ୍ ହଲସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀସୁଭଦ୍ରାଙ୍କର ଶ୍ରୀବିଗ୍ରହ ସ୍ଥାପନା ଦିବସ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖ ଦିନ ସେମାନେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀ ସୁଭଦ୍ରାଙ୍କର ଉକ୍ତ ମହାସମାରୋହର ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବରେ ପୂଜ୍ୟା ରାସେଶ୍ଵରୀ ଦେବୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ଲଣ୍ଡନରେ ରହୁଥିବା ଓଡିଆ ସମାଜ ଦ୍ୱାରା ଗଠିତ ଶ୍ରୀଜଗନ୍ନାଥ ସୋସାଇଟୀ ସଦସ୍ୟମାନେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଗ୍ରହ ଅର୍ଚନା, ଆରତୀ, ହୋମ ଆଦିସହିତ ପୂଜ୍ୟା ଦେବୀ ଜୀ “ବିଶ୍ୱ ଭାତୃତ୍ଵ ଏବଂ ଜଗନ୍ନାଥ ସଂସ୍କୃତି”ଉପରେ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି। ରାସେଶ୍ଵରୀ ଦେବୀ ଆଜିର ବିଶ୍ୱ ପରିସ୍ଥିତିରେ ଜଗନ୍ନାଥ ସଂସ୍କୃତି ଏବଂ ଏହାର ଉପଯୋଗୀତା ଉପରେ ଆଲୋକପାତ କରିବେ। ସବୁ ଜାତି, ସବୁ ଧର୍ମ ପାଇଁ ଜଗନ୍ନାଥ ସଂସ୍କୃତିରୁ ବିଶ୍ୱଭାତୃତ୍ଵର ଶିକ୍ଷା ମିଳି ଥାଏ। ଆଜିର ବିଶ୍ୱ ପରିସ୍ଥିତି ଅନୁସାରେ ଏହି ସଂସ୍କୃତିର ମହତ୍ଵ କେତେ ଅଧିକ, ତା’ ଉପରେ ବିଶେଷ ଭାବରେ ଆଲୋଚନା କରିବାର ଆବଶ୍ୟକତା ରହିଛି।
ଏଠାରେ ସୂଚନାଯୋଗ୍ୟ ଯେ ପୂଜ୍ୟା ରାସେଶ୍ଵରୀ ଦେବୀ , ବ୍ରଜ ଗୋପିକା ସେବା ମିଶନର ଯୁଗ୍ମ ସଂସ୍ଥାପିକା ଅଟନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଅବସ୍ଥିତ ଉକ୍ତ ମିଶନ ୧୯୯୯ ମସିହାଠାରୁ ଗତ ୨୪ ବର୍ଷ ଧରି ଦେଶ ବିଦେଶରେ ସନାତନ ବୈଦିକ ଧର୍ମର ପ୍ରଚାର-ପ୍ରସାର କରିବା ସହିତ ରାଜ୍ୟ ସ୍ତରରେ ବିଭିନ୍ନ ବର୍ଗ ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ କାର୍ଯକ୍ରମ କରି ଆସୁଛି। ରାସେଶ୍ଵରୀ ଦେବୀ ଏହି ବିଗ୍ରହ ସ୍ଥାପନା ଉତ୍ସବ ସମାପନ କରିବା ପରେ ଇଂଲଣ୍ଡର ବିଭିନ୍ନ ସହରରେ ଏକାଧିକ କାର୍ଯକ୍ରମରେ ଯୋଗ ଦେବାର କାର୍ଯକ୍ରମ ରହିଛି। ଏହି ସ୍ଥାନରେ ସୋସାଇଟୀର ସଦସ୍ୟମାନେ ଭବିଷ୍ୟତରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାର ସଂକଳ୍ପ ନେଇଛନ୍ତି। ଗତ ଅଗଷ୍ଟ ମାସରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ଋଷି ସୁନକଙ୍କୁ ଭେଟି ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ପଟ୍ଟଚିତ୍ର ଉପହାର ଦେବା ସହିତ ସମ୍ମାନିତ କରିଥିଲେ। ଏବେ ଶ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ସେଠାକାର ଓଡିଆ ସମାଜ ମଧ୍ୟରେ ମନ୍ଦିର ସ୍ଥାପନର ସମ୍ଭାବନା ଦ୍ଵିଗୁଣିତ ହୋଇଛି।

Share Now:

Kalinga News Beuro

Next Post

ଏମ୍ସରୁ ଗିରଫ ହେଲେ ଦଲାଲ: ୧୨ଜଣଙ୍କୁ ଥାନାକୁ ଉଠାଇ ଆଣିଲା ପୁଲିସ

Fri Nov 4 , 2022
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲଙ୍କୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଟିକେଟ ଦଲାଲ କରୁଥିବା ଅଭିଯୋଗରେ ଏହି ୧୨ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ। ଏମାନେ ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ। ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ୱେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲମାନେ ଆଗୁଆ […]
ଏମ୍ସରୁ ଗିରଫ ହେଲେ ଦଲାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial