ମୁଁ ଆପଣଙ୍କ ‘ଅଟୋଗ୍ରାଫ୍‌’ ନେବି : ଜୋ’ ବାଇଡେନ୍‌

ମୁଁ ଆପଣଙ୍କ ‘ଅଟୋଗ୍ରାଫ୍‌’ ନେବି

ମୋଦୀଙ୍କ ଲୋକପ୍ରିୟତା ଦେଖି ମଜାରେ କହିଲେ ବାଇଡେନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ଲୋକପ୍ରିୟତା ଦେଖି ତାଙ୍କର ‘ଅଟୋଗ୍ରାଫ୍‌’ ନେବେ ବୋଲି ଶନିବାର ଦିନ ରହସ୍ୟ କରି ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ କହିଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, ‘କ୍ଵାଡ୍‌’ ବୈଠକ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଯାଇ ଜୋ’ ବାଇଡେନ୍‌ କହିଲେ ଯେ, ଆସନ୍ତା ମାସରେ ୱାସିଂଟନ୍‌ ଡି.ସି.କୁ ‘ଷ୍ଟେଟ୍‌ ଭିଜିଟ୍‌’ରେ ଯିବାକୁ ଥିବା ଏହି ଭାରତୀୟ ନେତାଙ୍କ (ମୋଦୀ) କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବହୁ ବିଶିଷ୍ଟ ନାଗରିକମାନେ ତାଙ୍କୁ (ବାଇଡେନ୍‌) ଅନୁରୋଧ କରୁଛନ୍ତି। ଜାପାନର ହିରୋସିମାରେ ‘କ୍ଵାଡ୍‌’ ବୈଠକ ଚାଲିଥିବା ବେଳେ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଉପସ୍ଥିତ ହୋଇ କହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଇଚ୍ଛୁକ ବହୁସଂଖ୍ୟକ ବିଶିଷ୍ଟ ନାଗରିକଙ୍କଠାରୁ ଆସୁଥିବା ଅନୁରୋଧ ତାଙ୍କ ପାଇଁ ଚାଲେଞ୍ଜ୍ ପାଲିଟି ଗଲାଣି।
ସେଠାରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଏଲ୍‌ବାନିଜ୍‌ କଥା ଯୋଡ଼ି କହିଲେ, ସିଡ୍‌ନି ‘କମ୍ୟୁନିଟି ରିସେପ୍‌ସନ୍‌’ରେ ୨୦,୦୦୦ ଲୋକ ଧରିବା ଭଳି ସାମର୍ଥ୍ୟ ଅଛି, କିନ୍ତୁ ଏତେ ଅଧିକ ସଂଖ୍ୟାରେ ଅନୁରୋଧ ଆସୁଛି ଯେ, ମୁଁ ସମ୍ଭାଳିବାକୁ ସମର୍ଥ ହେଉନାହିଁ। ଲୋକପ୍ରିୟତା (ମୋଦୀଙ୍କ) ଯୋଗୁଁ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଉଭୟ ରାଷ୍ଟ୍ରପତି ବାଇଡେନ୍‌ ଓ ପ୍ରଧାନମନ୍ତ୍ରୀ ଏଲ୍‌ବାନିଜ୍‌ କୌତୁକରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ଏଲ୍‌ବାନିଜ୍‌ ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌’ରେ ୯୦,୦୦୦ ଜନତା କିଭଳି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ତାହା କହିଲେ। ଏକଥା ଶୁଣି ଜୋ’ ବାଇଡେନ୍‌ କହିଲେ, ତା’ହେଲେ ମୁଁ ନିଶ୍ଚୟ ଆପଣଙ୍କର ‘ଅଟୋଗ୍ରାଫ୍‌’ ନେବି।

Share Now:

Kalinga News Beuro

Next Post

ଆସାମର ‘ଲେଡି ସିଂଘମ୍‌’ ଜୁନମଣି ରାଭାଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ‘ସିବିଆଇ’

Sun May 21 , 2023
ଦିସପୁର: ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ (ସିବିଆଇ) ମହିଳା ପୁଲିସ ଅଫିସର୍‌ ଜୁନମଣି ରାଭାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ କରିବ ବୋଲି ଶନିବାର ଦିନ ଆସାମ ପୁଲିସ ସୁପାରିସ କରିଛି। ମେ ୧୬ ତାରିଖ ଦିନ ନାଓଗାଓଁ ଜିଲ୍ଲାରେ ଗୋଟାଏ କଣ୍ଟେନର୍‌ ଟ୍ରକ୍‌ ସହିତ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ଖାଇବାରୁ ଆସାମ ପୁଲିସର ଏହି ମହିଳା ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କର ମୃତ୍ୟୁ ଘଟିଥିଲା। ଏ ମହିଳା ପୁଲିସ ଅଧିକାରୀଜଣକ କେତେଗୁଡ଼ିଏ […]
ଆସାମର ‘ଲେଡି ସିଂଘମ୍‌’ ଜୁନମଣି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial