ଭାରତକୁ ପ୍ରତ୍ୟାର୍ପଣ ହେବ ନିରବ ମୋଦୀ : ଲଣ୍ଡନ ହାଇକୋର୍ଟରେ ଆବେଦନ ଖାରଜ

ଭାରତକୁ ପ୍ରତ୍ୟାର୍ପଣ ହେବ ନିରବ ମୋଦୀ

ଲଣ୍ଡନ : ପଳାତକ ବ୍ୟାଙ୍କ ଠକ ନିରବ ମୋଦୀ ଭାରତକୁ ପ୍ରତ୍ୟାର୍ପଣ ହେବାର ସମ୍ଭାବନା ଉଜ୍ଜଳ ହୋଇଛି। ଏହି ପ୍ରତ୍ୟାର୍ପଣ ବିରୋଧରେ ଲଣ୍ଡନ ହାଇକୋର୍ଟରେ ନିରବ ମୋଦୀ କରିଥିବା ଆବେଦନ ଖାରଜ ହୋଇଯିବା ପରେ ତାକୁ ଭାରତ ଅଣାଯିବା ପଥରେ ଥିବା ଏକ ବଡ଼ ପ୍ରତିବନ୍ଧକ ଦୂର ହୋଇଛି। ତେବେ ନିରବ ମୋଦୀ କୋର୍ଟରେ ଏକ ଅଦ୍ଭୁତ କାରଣ ଦର୍ଶାଇ ପ୍ରତ୍ୟାର୍ପଣ ନ କରିବାକୁ ନିବେଦନ କରିଥିଲା। ସେ ଦର୍ଶାଇଥିଲା ଯେ ତାହାର ମାନସିକ ଅବସ୍ଥା ଭଲ ନାହିଁ, ଭାରତକୁ ପଠାଇଲେ ତାହାର ମାନସିକ ଅବସ୍ଥା ଆହୁରି ଖରାପ ହେବ ଓ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ। କିନ୍ତୁ ତାହାର ଏହି ଯୁକ୍ତିକୁ କୋର୍ଟ ମାନି ନଥିଲେ। ଲର୍ଡ ଜଷ୍ଟିସ୍ ଜିରୋମି ଷ୍ଟୁଆର୍ଟ ସ୍ମିଥ ଓ ଜଷ୍ଟିସ ରବର୍ଟ ଜେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ନିରବ ମୋଦୀକୁ ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ନିରବ ମୋଦୀ ୧୪ ଦିନ ମଧ୍ୟରେ ବ୍ରିଟେନର ସୁପ୍ରିମକୋର୍ଟରେ ଆବେଦନ କରିପାରିବେ। ତେବେ ଯଦି ହାଇକୋର୍ଟ ସହମତ ହେବେ ଯେ ତା ମାମଲାରେ ସର୍ବସାଧାରଣଙ୍କ ପ୍ରତି ଗୁରୁତ୍ୱ ରଖୁଥିବା କିଛି ଆଇନ ସାମିଲ ଅଛି, ତେବେ ହିଁ ସେ ସୁପ୍ରିମକୋର୍ଟରେ ଆବେଦନ କରିପାରିବ। ୧୩ ହଜାର କୋଟି ଟଙ୍କାର ପିଏନବି ବ୍ୟାଙ୍କ ଠକେଇ ମାମଲାରେ ନିରବ ମୋଦୀଙ୍କୁ ସିବିଆଇ ଓ ଇଡି ଖୋଜୁଛନ୍ତି।

Share Now:

Kalinga News Beuro

Next Post

ଟ୍ରେନ ଟିକେଟ ବୁକକୁ ନେଇ ଆସିଲା ନୂଆ ନିୟମ

Wed Nov 9 , 2022
ନୂଆଦିଲ୍ଲୀ: ଯାତ୍ରୀମାନେ ପ୍ରାୟତଃ ଦୂର ଯାତ୍ରା ପାଇଁ ଟ୍ରେନରେ ଯିବାକୁ ପସନ୍ଦ କରି ଥାଆନ୍ତି। କିଛିଲୋକ ତ ଆଖପାଖକୁ ଯିବା ପାଇଁ ବି ଟ୍ରେନରେ ଯାତ୍ରା କରି ଥାଆନ୍ତି। କାରଣ ଟ୍ରେନ ଯାତ୍ରା କମ ଖର୍ଚ୍ଚରେ ସୁରକ୍ଷିତ ରହିଥାଏ। ଯଦି ଆପଣ ମଧ୍ୟ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି, ତେବେ ଆପଣଙ୍କୁ ବି ଟିକେଟ୍ ବୁକିଂ ସିଷ୍ଟମରେ ପରିବର୍ତ୍ତନ ବିଷୟରେ ଅବଗତ ହେବା ଜରୁରୀ ରହିଛି। ଏହା ଦ୍ୱାରା ଯଦି […]
ଟ୍ରେନ ଟିକେଟ ବୁକକୁ ନେଇ ଆସିଲା ନୂଆ ନିୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial