ୟୁରୋପରେ ଅଭୁତପୂର୍ବ ଗ୍ରୀଷ୍ମପ୍ରବାହ : କେବଳ ସ୍ପେନ, ପର୍ତ୍ତୁଗାଲରେ ୧୦୦୦ ମୃତ

ୟୁରୋପରେ ଅଭୁତପୂର୍ବ ଗ୍ରୀଷ୍ମପ୍ରବାହ

ଲଣ୍ଡନ : ଭାରତରେ ଗ୍ରୀଷ୍ମପ୍ରବାହ ଏକ ସାଧାରଣ କଥା। କିନ୍ତୁ ଇଂଲଣ୍ଡରେ ? ଆଶ୍ଚର୍ୟ୍ୟ ମନେହେଲେ ବି ସତ। ଇଂଲଣ୍ଡରେ ଏବର୍ଷ ଏପରି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି, ଯାହାକି ପୂର୍ବରୁ କେବେ ହୋଇନଥିଲା। ଲଣ୍ଡନ ସମେତ ଇଂଲଣ୍ଡର କେତେକ ସ୍ଥାନରେ ପାରା ୪୦ ଡିଗ୍ରୀ ଟପିଯାଇଛି। ପ୍ରବଳ ଗରମ ସହ ଅଭ୍ୟସ୍ତ ନଥିବା ଇଂଲଣ୍ଡବାସୀ ଏହି ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇଗଲେଣି। ଇଂଲଣ୍ଡର ବକିମହାମ୍ ପ୍ୟାଲେସ ବାହାରେ ମୁତୟନ ଥିବା କ୍ବିନ୍ସ ଗାର୍ଡ (ରାଣୀଙ୍କ ସୁରକ୍ଷାକର୍ମୀ)ଙ୍କୁ ଜଣେ ବ୍ୟକ୍ତି ପାଣି ପିଆଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଇଂଲଣ୍ଡରେ କେତେକ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। କେତେକ ରେଳ ସେବା ବାତିଲ କରାଯାଇଛି। କେବଳ ଇଂଲଣ୍ଡ ନୁହେଁ, ପଶ୍ଚିମ ଓ ଦକ୍ଷିଣ ୟୁରୋପର ଦେଶଗୁଡ଼ିକରେ ଏବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ପ୍ରବଳ ଗରମ ଯୋଗୁଁ କେବଳ ପର୍ତ୍ତୁଗାଲ ଓ ସ୍ପେନରେ ୧୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି। ଫ୍ରାନ୍ସର ଜଙ୍ଗଲରେ ନିଆଁ ଲାଗୁଥିବାରୁ ସେଠାକାର ସରକାର ପ୍ରାୟ ୧୬ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ନେଇଛନ୍ତି। ସ୍ପେନର ମିଜାସ ହିଲରେ ନିଆଁ ଲାଗିବାରୁ ୩୨୦୦ ଲୋକ ସୁରକ୍ଷିତ ସ୍ଥାନକୁ ପଳାଇଯାଇଛନ୍ତି। କେବଳ ସ୍ପେନ ବା ଫ୍ରାନ୍ସ ନୁହେଁ, ଗ୍ରୀସ ଓ କ୍ରୋଏସିଆର ଜଙ୍ଗଲରେ ବି ନିଆଁ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ହେଉଥିବା କୁହାଯାଉଛି।

Share Now:

Kalinga News Beuro

Next Post

କାମରେ ଆସୁନି ସ୍ମାର୍ଟ କିଓସ୍କ

Mon Jul 18 , 2022
ଭୁବନେଶ୍ବର: ଫୋନ୍‌ କଲ୍‌ଠାରୁ ଆରମ୍ଭ କରି ଅନ୍‌ଲାଇନ୍‌‌ରେ ଯାବତୀୟ ସେବା ଓ ସୁବିଧା ଯୋଗାଇଦେବା ପାଇଁ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ‘ସ୍ମାର୍ଟ କିଓସ୍କ’ ବ୍ୟବସ୍ଥା କରିଛି। କିନ୍ତୁ ଦୁର୍ବଳ ଭିତ୍ତିଭୂମି, ପରିଚାଳନାଗତ ତ୍ରୁଟି, ଜନସଚେତନତା ଅଭାବରୁ ବାକି ପ୍ରକଳ୍ପ ଭଳି ଏ ପ୍ରକଳ୍ପ ବି ଲୋକଙ୍କ କାମରେ ଆସୁନି। ଫଳରେ ୫କୋଟି ଟଙ୍କାରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ଏହି କିଓସ୍କଗୁଡ଼ିକ ଏବେ ଖତ ଖାଇବାକୁ ବସିଲାଣି। […]
କାମରେ ଆସୁନି ସ୍ମାର୍ଟ କିଓସ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial