ଭାରତ ପ୍ରସ୍ତୁତ ନାଜାଲ୍‌ ଟିକା ମୋଡ଼ ବଦଳେଇବ: ହୁ’ ବୈଜ୍ଞାନିକ

ଭାରତ ପ୍ରସ୍ତୁତ ନାଜାଲ୍‌ ଟିକା ମୋଡ଼ ବଦଳେଇବ

ନୂଆଦିଲ୍ଲୀ: ସମ୍ପ୍ରତି ଭାରତରେ ବିକଶିତ ହେଉଥିବା ନାକରେ ବୁନ୍ଦା ନେଲା ଭଳି ଏକ ପ୍ରକାର କୋଭିଡ୍‌ ଟିକା ଶିଶୁମାନଙ୍କ କୋଭିଡ୍‌ ସଂକ୍ରମଣ ପାଇଁ ଅଭୟ ବରଦାନ ସଦୃଶ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ଆଶା ପ୍ରକଟ କରିଛନ୍ତି। ଆଗକୁ ଆସୁଥିବା ମହାମାରୀ କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣରେ ଶିଶୁମାନେ ହିଁ ଅଧିକ ସଂଖ୍ୟାରେ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ତେବେ ଭାରତର ଏହି ନାକ ବୁନ୍ଦା ଟିକା ଯଦିଓ ଚଳିତ ବର୍ଷ ଉପଲବ୍‌ଧ ହେବାର ସମ୍ଭାବନା କମ୍‌ ରହିଛି ତେବେ ତାହା ହିଁ ସଂକ୍ରମଣର ମୋଡ଼ ବଦଳାଇଦେବ ବୋଲି ସୌମ୍ୟା କହିଛନ୍ତି। ଥଣ୍ଡା ଔଷଧ ପରି ନାକ ପୁଡ଼ାରେ ବୁନ୍ଦା ଆକାରରେ ନେବାକୁ ଥିବା ଏହି ଟିକା ଶିଶୁମାନଙ୍କ ବ୍ୟବହାର ପାଇଁ ଅତି ସହଜ ହେବା ସହ ଶ୍ବାସନଳୀରେ ସ୍ଥାନୀୟ ସଂକ୍ରମଣକୁ ସିଧାସଳଖ ରୋକିପାରିବ ବୋଲି ସେ କହିଛନ୍ତି। ତେବେ ପିଲାଙ୍କ ଠାରେ ତାହାର ପ୍ରୟୋଗ ପୂର୍ବରୁ ଅଧିକରୁ ଅଧିକ ବୟସ୍କ ବ୍ୟକ୍ତି ଓ ବିଶେଷ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଟିକାକରଣ ସଂପନ୍ନ ହେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଯେତେବେଳେ ଗୋଷ୍ଠୀ ସଂକ୍ରମଣ ଯଥେଷ୍ଟ କମି ଆସିବ ସେତେବେଳେ ହିଁ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ବିଦ୍ୟାଳୟ ଅଭିମୁଖେ ଛାଡ଼ିବା ସମୟୋଚିତ ହେବ ବୋଲି ସେ ପରାମର୍ଶ କରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ କୋଭିଡ୍‌ ଚିକିତ୍ସାର ବିକଳ ଚିତ୍ର: ଅଧାବାଟରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

Mon May 24 , 2021
୫ ଘଣ୍ଟା ରାସ୍ତାରେ ପଡ଼ି ରହିଲେ,ରୋଗକଷ୍ଟ ସହ ଖରା ଓ ଭୋକରେ ଛଟପଟ ହେଲେ ଭୁବନେଶ୍ବର : ଅଣନିଶ୍ବାସୀ ହୋଇ ପଡ଼ୁଥିଲେ, ଚାଲିବାକୁ ବି ବଳ ନଥିଲା। ଏଭଳି ସ୍ଥିତିରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ ଡାକ୍ତରଖାନା ନେବା ବଦଳରେ ଅଧା ବାଟରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ। ରୋଗୀଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଭୋକ, ଶୋଷରେ ରାସ୍ତା ଉପରେ ୫ ଘଣ୍ଟା ଧରି ପଡ଼ି ରହିଲେ। ସେହି ବାଟ ଦେଇ ଯାଉଥିବା […]
ରାଜଧାନୀରେ କୋଭିଡ୍‌ ଚିକିତ୍ସାର ବିକଳ ଚିତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial