ଲେବାନନ୍‌ରେ ହେଜବୋଲ୍ଲା ଆତଙ୍କବାଦୀଙ୍କ ଉପରେ ଏୟାର୍‌ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

ଲେବାନନ୍‌ରେ ଏୟାର୍‌ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

ନୂଆଦିଲ୍ଳୀ: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଛି। ଗାଜାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଇସ୍ରାଏଲ ସେନାର ଏକ ବିବୃତି ଅନୁଯାୟୀ, ଲେବାନନ୍‌ରେ ଥିବା ହେଜବୋଲ୍ଲା ଅତଙ୍କବାଦୀଙ୍କୁ ଟାର୍ଗେଟ କରି ସେମାନଙ୍କ ବିଭିନ୍ନ ଆଡ୍ଡା ଉପରେ ଇସ୍ରାଏଲ ରାତିଅଧିଆ ଏୟାର୍‌ଷ୍ଟ୍ରାଇକ୍‌ କରିିଛି। ଲେବାନନ୍‌ର ହେଜବୋଲ୍ଲା ଅଞ୍ଚଳରେ ଥିବା ଆତଙ୍କବାଦୀ ସଂଗଠନର ଠିକଣାକୁ ଇସ୍ରାଏଲ ସେନା ଟାର୍ଗେଟ କରିଛି ବୋଲି ବିବୃତିରେ କୁହାଯାଇଛି। ତେଣେ ଇସ୍ରାଏଲ ପକ୍ଷରୁ ଇସ୍ରାଏଲ୍-ଲେବାନନ୍ ସୀମାର ୨୮ଟି ସ୍ଥାନରୁ ସ୍ଥାନୀୟ ଅଧିବାସୀଙ୍କୁ ସ୍ଥାନନ୍ତର କରାଯାଉଛି। ଇସ୍ରାଏଲ-ଲେବାନନ୍‌ ସୀମାରେ ରାତାରାତି ହୋଇଥିବା ଏହି ଏୟାର୍‌ଷ୍ଟ୍ରାଇକ୍‌ରେ ଲେବାନନ୍‌ର ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଓ ୨ ଜଣ ସାଧାରଣ ଜନତା ରହିଛନ୍ତି। ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ କରିବାକୁ ପ୍ରସ୍ତୁତ ରହିଥିବା ହେତୁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉତ୍ତର ଗାଜା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଇସ୍ରାଏଲ ସେନା ଏକ ବିଶାଳ ଯୁଦ୍ଧ ପାଇଁ ପ୍ରସ୍ତୁତ ‌ହେବା ସହ ଗାଜାକୁ ପୁନଃ ନିୟନ୍ତ୍ରଣକୁ ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ଏନେଇ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଗାଜାରୁ ଆତଙ୍କବାଦୀଙ୍କୁ ନିପାତ କରାଯାଉ କିନ୍ତୁ ସ୍ଥଳ ଅଭିଯାନ କରି ପ୍ରବେଶ କରାନଯାଉ। ରିପୋର୍ଟରୁ ପ୍ରକାଶ ଯେ ଯୁଦ୍ଧ ଭିତରେ ବାଇଡେନ୍‌ ଆସନ୍ତାକାଲି ଇସ୍ରାଏଲ୍‌ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନିଜର ସାହାଯ୍ୟ ଓ ସମର୍ଥନର ହାତ ବଢ଼ାଇବେ। ଅନ୍ୟପକ୍ଷରେ ଗତକାଲି ହାମାସ ମୁଖପାତ୍ର ଆବୁ ଓବାଇଡେ କହିଛନ୍ତି, ‘‘ଇସ୍ରାଏଲର ଗାଜା ଉପରେ ଆକ୍ରମଣ ଆମକୁ ଭୟଭୀତ କରିନାହିଁ। ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ।’’ ଯୁଦ୍ଧ ପାଇଁ ଗାଜାରେ ଅତ୍ୟନ୍ତ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ହସ୍ପିଟାଲଗୁଡ଼ିକରେ ଯୁଦ୍ଧ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ହସ୍ପିଟାଲରେ ଆବଶ୍ୟକୀୟ ଔଷଧ ଶେଷ ହୋଇ ଆସିଲାଣି। ଗାଜାରେ ଜଳ ସଙ୍କଟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଇତି ମଧ୍ୟରେ ଲେବାନନ୍‌ ସହ ଇସ୍ରାଏଲ ସୀମାରେ ଲଢ଼େଇ ରବିବାରଠାରୁ ତୀବ୍ର ହେବାରେ ଲାଗିଛି।

Share Now:

Kalinga News Beuro

Next Post

୩୦୦ ହେକ୍ଟର ଜମିରେ ମାଡ଼ିଗଲେଣି ପୋକ: କାମ କରୁନି କୀଟନାଶକ, ୫ ବ୍ଲକ୍‌ରେ ସ୍ଥିତି ଚିନ୍ତାଜନକ

Tue Oct 17 , 2023
ବାଲେଶ୍ବର: ଧାନଗଛରୁ ଥୋଡ଼ ବାହାରିବା ସମୟରେ ଦାଉ ସାଧିଲା ଲଗାଣ ବର୍ଷା। ସେପଟେ ଜଳେଶ୍ବର, ଭୋଗରାଇ, ବାଲିଆପାଳ ପ୍ରଭୃତି ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ବିଲବାଡ଼ିରେ ୬/୭ ଦିନ ଧରି ଅଣ୍ଟେ ଲେଖା ପାଣି ଜମି ରହିଲା। ପାଣିପାଗରେ ଅନିୟମିତତା, ଜଳବାୟୁରେ ଆଦ୍ରତା ବୃଦ୍ଧି, ଲଘୁଚାପ ବର୍ଷା ଆଦି କାରଣରୁ ଧାନଫସଲରେ ଏବେ ରୋଗପୋକ ଚରି ଯାଇଛନ୍ତି। ଚକଡ଼ା, ନଳୀ, କାଣ୍ଡବିନ୍ଧା, ଜାଉଆ, ନୀଳ ଓ ମାଟିଆ […]
୩୦୦ ହେକ୍ଟର ଜମିରେ ମାଡ଼ିଗଲେଣି ପୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial