କାବୁଲ ଗୁଇନ୍ଦା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଉଗ୍ରବାଦୀ ଆକ୍ରମଣ

କାବୁଲ: ସୋମବାର ଦିନ କାବୁଲସ୍ଥିତ ଏକ ଗୁଇନ୍ଦା ତାଲିମ ପ୍ରତିଷ୍ଠାନ ଉପରେ ସଶସ୍ତ୍ର ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି। ଫଳରେ ଆଫଗାନ ରାଜଧାନୀରେ ପୁଲିସ ଏବଂ ଉଗ୍ରବାଦୀଙ୍କ ମଧ୍ୟରେ ଲଢ଼େଇ ତୁମୁଳ ହୋଇଛି।

ପ୍ରାୟ ୧୦ ଟା ୧୦ ମିନିଟ୍‌ ସମୟରେ ଦଳେ ସଶସ୍ତ୍ର ଆକ୍ରମଣକାରୀ କାବୁଲର ଅସଫର୍‌ ଅଞ୍ଚଳରେ ଥିବା ଏନ୍‌ଡିଏସ୍‌ ଟ୍ରେନିଙ୍ଗ୍‌ ସେଣ୍ଟର୍‌ର ନିର୍ମାଣାଧୀନ କୋଠାରେ ପ୍ରବେଶ କରିଥିଲେ ବୋଲି ଅଭ୍ୟନ୍ତର ମନ୍ତ୍ରାଳୟର ମୁଖପାତ୍ର ନାଜିବ ଦାନିଶ କହିଛନ୍ତି। ନେସ୍‌ନାଲ୍‌ ଡାଇରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି, ଆଫଗାନିସ୍ଥାନର ଗୁଇନ୍ଦା ଏଜେନ୍‌ସି ଉପରେ ଏହି ଆକ୍ରମଣ ହୋଇଛି ବୋଲି ସେ ଦର୍ଶାଇ ଛନ୍ତି।

ବର୍ତ୍ତମାନ ମଧ୍ୟ ଲଢ଼େଇ ଚାଲୁ ରହିଛି ଏବଂ ସରକାରଙ୍କ ତରଫରୁ ଅଭିଯାନ ଆରମ୍ଭ ହୋଇଛି। କେହି ମୃତାହତ ହୋଇ ଥିବାର ଖବର ହଠାତ୍‌ ସେଠାରୁ ଆସି ପାରି ନାହିଁ। ଯୁଦ୍ଧସ୍ଥଳରୁ ଛୋଟ ବଡ଼ ଗୁଳିଗୋଳା ଫୁଟିବା ଶବ୍ଦ ଶୁଭୁଥିବା କଥା ଅନ୍ୟ ଜଣେ ମୁଖପାତ୍ର କହିଛନ୍ତି।

ସେ ଅଞ୍ଚଳକୁ ପଡ଼ିଥିବା ସମସ୍ତ ରାସ୍ତା ବନ୍ଦ ରହିଛ। ଡଜନାଧିକ ପୁଲିସ ଅଧିକାରୀ ଏବଂ ଗୁଇନ୍ଦା ଅଧିକାରୀମାନେ ସେଠାକୁ ସର୍ବସାଧାରଣଙ୍କୁ ଛାଡୁ ନାହାନ୍ତି।

ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

Share Now:

Kalinga News Beuro

Leave a Reply

Next Post

ପିଲା ଗୁଜରାଟରେ, ପାଠ ଓଡ଼ିଶାରେ

Wed Dec 20 , 2017
ବ୍ରହ୍ମପୁର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ର ରଘୁନାଥ ସ୍ୱାମୀ ଉଚ୍ଚବିଦ୍ୟାଳୟ, ପଟ୍ଟାଧରର ଛାତ୍ର ସିପୁନ, ସଂଗ୍ରାମ,ସୂର୍ଯ୍ୟ…..ଏମିତି ଅନେକ ବିଦ୍ୟାଳୟ ଦେଖି ନାହାନ୍ତି, ଗଂଜାମରେ ମଧ୍ୟ ରହୁନାହନ୍ତି। ସେଥିରୁ କିଛି ଛାତ୍ରଛାତ୍ରୀ ଗୁଜୁରାଟରେ ରହୁଛନ୍ତି। ଅଷ୍ଟମ ଶ୍ରେଣୀରେ ମଧ୍ୟ ଏ ଛାତ୍ରଛାତ୍ରୀଙ୍କ ନାମ ରେଜିଷ୍ଟ୍ରାରରେ ନଥିଲା। ମାତ୍ର ଏବେ ସେମାନେ ଚଳିତ ବର୍ଷ ଓଡ଼ିଶା ମାଧ୍ୟମକି ଶିକ୍ଷା ପରିଷଦ(ବୋର୍ଡ) ଅଧୀନରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ଏ ଛାତ୍ରଛାତ୍ରୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial