ଚୀନର ଗ୍ବାଙ୍ଗଝୋରେ କରୋନା ସଂକ୍ରମଣ: ସମଗ୍ର ସହରରେ କଠୋର ଲକଡାଉନ ଲାଗୁ

ଚୀନର ଗ୍ବାଙ୍ଗଝୋରେ କରୋନା ସଂକ୍ରମଣ

ବେଜିଂ : ଚୀନ ସରକାରଙ୍କ ଦାବି ସତ୍ତ୍ବେ ଏହି ଦେଶରୁ ଯେ କରୋନା ଭୁତାଣୁ ସଂପୂର୍ଣ୍ଣ ଲୋପ ପାଇନାହିଁ ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି। ଦକ୍ଷିଣ ଚୀନର ଗ୍ବାଙ୍ଗଡଙ୍ଗ ରାଜ୍ୟର ରାଜଧାନୀ ଗ୍ବାଙ୍ଗଝୋ ସହରରେ ପୁଣି କରେନା ବ୍ୟାପିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଠୋର ଲକଡାଉନ ଲାଗୁ କରାଯ଼ାଇଛି। ଏହା ସହିତ ଗତ କିଛି ଦିନ ମଧ୍ୟରେ ସହରର ସମଗ୍ର ୧କୋଟି ୮୦ ଲକ୍ଷ ଜନତାଙ୍କ କରୋନା ପରୀକ୍ଷା କରାଯ଼ାଇଛି। ଏହା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ କ୍ବାରାଣ୍ଟାଇନରେ ରଖାଯ଼ାଇଛି। ଚୀନରେ ବ୍ୟାପୁଥିବା ଏହି କରୋନା ଭୁତାଣୁଟି ଭାରତରେ ବ୍ୟାପୁଥିବା ଡେଲଟା ଭାରିଆଣ୍ଟ ବୋଲି ଚୀନ ପକ୍ଷରୁ କୁହାଯ଼ାଇଛି। ସୂଚନାଯୋଗ୍ୟ ଯେ ୨୦୧୯ ଡିସେମ୍ବର ମାସରେ ଚୀନର ଉହାନ ସହରରୁ ହିଁ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା। ଏହାର ମାତ୍ର କିଛି ମାସ ପରେ ଏହା ସମଗ୍ର ବିଶ୍ବର ଅଧିକାଂଶ ଦେଶରେ ପହଞ୍ଚିଯ଼ାଇଥିଲା। ତେବେ ଗତ ବର୍ଷ ହିଁ ଚୀନ କରୋନା ମହାମାରୀ ଉପରେ ବିଜୟ ଲାଭ କରିଥିବା କଥା ଘୋଷଣା କରିଥିଲା। ଏବେ ପୁଣି କରୋନା ସଂକ୍ରମଣ ଦେଖାଯ଼ିବା ପରେ ଚୀନ ସରକାରଙ୍କ ଚିନ୍ତା ବଢିଯ଼ାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ କମୁଛି ସଂକ୍ରମଣ: ବଢୁଛି ସୁସ୍ଥହାର

Thu Jun 10 , 2021
ଭୁବନେଶ୍ବର: ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଭୁବନେଶ୍ୱରରେ ବି ତଳକୁ ଖସୁଛି କରୋନା ଗ୍ରାଫ୍। ଯଦି ଆମେ ଗତ ୭ଦିନର କରୋନା ରିପୋର୍ଟ ଉପରେ ନଜର ପକାଇବା ତେବେ, ମେ ୩୧ ତାରିଖରେ ୮୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୦୪୬ ଜଣ ସୁସ୍ଥ ହୋଇଥିଲେ। ସେହିଭଳି ଜୁନ୍ ୧ ତାରିଖରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲା। ଜୁନ୍ ୧ତାରିଖ ଦିନ ୯୭୪ ଆକ୍ରାନ୍ତ […]
ରାଜଧାନୀରେ କମୁଛି ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial