ଅପରେସନ କାବେରୀ : ସୁଦାନରେ ଫସିଥିବା ଭାରତୀୟଙ୍କ ଉଦ୍ଧାରକାର୍ଯ୍ୟ ଆରମ୍ଭ

ଅପରେସନ କାବେରୀ

ନୂଆଦିଲ୍ଲୀ : ଗୃହଯୁଦ୍ଧଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ସୁଦାନ ଛାଡ଼ିଛି। ପ୍ରାୟ ୨୭୮ ଜଣ ଯାତ୍ରୀଙ୍କୁ ନେଇ ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମେଧା ସାଉଦିଆରବର ଜେଦ୍ଦା ଅଭିମୁଖେ ଯାତ୍ରା କରିଛି। ଏ ସଂପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍ କରି ସୂଚନା ଦେଇଛନ୍ତି। ସୁଦାନରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ଅପରେସନ୍ କାବେରୀ ଆରମ୍ଭ କରିଛନ୍ତି। ଏହି ଅପରେସନ ପାଇଁ ୪ଟି ଦେଶ-ସାଉଦି ଆରବ, ୟୁଏଇ, ଆମେରିକା ଓ ବ୍ରିଟେନର ସହାୟତା ନିଆଯାଉଛି।
ସୁଦାନ ସଂକଟ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ କହିଥିଲେ ଯେ ଆମର ପ୍ରାଥମିକତା ହେଉଛି ଆମ ଲୋକଙ୍କୁ ସୁରକ୍ଷିତ ଭାବେ ଆଣିବା ଏବଂ ଏହାର ଅଭିଯାନ ଆରମ୍ଭ ହୋଇଛି। ସୁଦାନରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ, ସୁଦାନରେ କ୍ଷମତା ଅକ୍ତିଆର ପାଇଁ ସେଠାକାର ସେନା ଓ ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଲଢେଇ ଚାଲିଛି। ତେବେ ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘର ଅନୁରୋଧ କ୍ରମେ ୩ଦିନିଆ ଅସ୍ତ୍ରବିରତି ଘୋଷଣା କରାଯାଇଛି।

Share Now:

Kalinga News Beuro

Next Post

ଜି-୨୦ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ: ପୁଲିସ କମିଶନର

Tue Apr 25 , 2023
ଭୁବନେଶ୍ବର: ଜି-୨୦ ସମ୍ମିଳନୀ ନେଇ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଜି ଏକ ବି‌ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପିୟଦର୍ଶୀ ସୂଚନା ଦେଇ କହିଛନ୍ତି, ଜି-୨୦ ସମ୍ମିଳନୀ ପାଇଁ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ। ଯେଉଁ ସବୁ ପ୍ରୋଟୋକଲ ରହିଛି, ଜି-୨୦ ସିକ୍ୟୁରିଟି ଅଫିସରେ ଆଲୋଚନା କରାଯାଉଛି। ଜି-୨୦ ସମ୍ମିଳନୀ ପାଇଁ ପ୍ରତିନିଧିମାନଙ୍କର ଆସିବା ଠାରୁ ଯିବା ପର୍ଯ୍ୟନ୍ତ ଓ ସେମାନଙ୍କ ଗତବିଧିର ସମସ୍ତ ସୁରକ୍ଷା […]
ଜି-୨୦ ସମ୍ମିଳନୀ ଲାଗି ସୁରକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial